ଅଧରାତିରେ ୨୨ କୋରୋନା ରୋଗୀଙ୍କୁ ବଞ୍ଚାଇଲେ ସୋନୁ


ସୋନୁ ସୁଦ (ଫାଇଲ୍‌ ଫଟୋ)
ବଲିଉଡ ଅଭିନେତା ସୋନୁ ସୁଦ କୋରୋନା ମହାମାରୀ ସମୟରେ ଲୋକଙ୍କୁ ଲଗାତର ସାହାଯ୍ୟ କରିବାରେ ଲାଗିଛନ୍ତି। ସୋନୁ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ମାନବିକତା ଦେଖାଇ ଚାଲିଛନ୍ତି। ଏହି କାରଣରୁ ତାଙ୍କୁ ସୁପରହିରୋ କୁହାଯାଉଛି। କିଛି ଦିନ ପୂର୍ବରୁ ସୋନୁ କହିଥିଲେ ଯେ ଦିନକରେ ତାଙ୍କୁ ହଜାର ହଜାର ମେସେଜ ଆସୁଛି। ଲୋକେ ହସ୍ପିଟାଲରେ ବେଡ, ଔଷଧ ଓ ଅକ୍ସିଜେନ ଅଭାବରେ ଛଟପଟ ହେଉଛନ୍ତି। ଏବେ ଖବର ଶୁଣିବାକୁ ମିଳୁଛି ଯେ ସୋନୁ ନିଜ ଟିମ ସହିତ ମିଶି ୨୨ ଜଣ କୋରୋନା ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି।

ମିଡିଆ ରିପେର୍ଟ ମୁତାବକ, ସୋନୁ ସୁଦଙ୍କୁ ବେଙ୍ଗାଳୁରୁର ଏଆରଏକେ ହସ୍ପିଟାଲରୁ ସାହାଯ୍ୟ ମଗାଯାଇଥିଲା। ଏଠାରେ ଅକ୍ସିଜେନ ଅଭାବ କାରଣରୁ ଅନେକ ଲୋକଙ୍କ ଜୀବନ ବିପଦରେ ପଡ଼ିଥିଲା। ସୋନୁଙ୍କ ଟିମକୁ ମଙ୍ଗଳବାର ୟେଲାହଙ୍କା ଅଞ୍ଚଳର ଇନସପେକ୍ଟର ଏମଆର ସତ୍ୟନାରାୟଣ ଫୋନ କରିଥିଲେ। ହସ୍ପିଟାଲରେ ଅକ୍ସିଜେନର ଅଭାବ କାରଣରୁ ୨ ଜଣ ଲୋକ ମୃତ୍ୟୁବରଣ କରିଥିଲେ ବୋଲି ସେ କହିଥିଲେ। ଆଉ କିଛି ଘଣ୍ଟା ଭିତରେ ଅକ୍ସିଜେନ ଶେଷ ହୋଇଯିବ ବୋଲି ସେ କହିଥିଲେ।

ଏହାପରେ ସୋନୁଙ୍କ ଚ୍ୟାରିଟି ଫାଉଣ୍ଡେସନର ପୂରା ଟିମ ମିଶି ଅକ୍ସିଜେନ ବ୍ୟବସ୍ଥା କରିବାରେ ଲାଗିଥିଲେ। ସେମାନେ ଅଧରାତିରେ ବହୁତ ପରିଶ୍ରମ କରି ଓ ଅନେକ ଲୋକଙ୍କୁ ସମ୍ପର୍କ କରିବାର କିଛି ଘଣ୍ଟା ମଧ୍ୟରେ୧୫ଟି ଅକ୍ସିଜେନ ସିଲିଣ୍ଡର ପହଞ୍ଚାଇଥିଲେ। ଏ ସମ୍ପର୍କରେ ସୋନୁ କହିଛନ୍ତି ଯେ ଏହା ପୂରାପୂରି ଭାବେ ଏକ ଟିମ ଓ୍ୱାର୍କ। ଦେଶବାସୀଙ୍କୁ ସାହାଯ୍ୟ କରିବା ପାଇଁ ଏହା ଇଚ୍ଛାଶକ୍ତିର ଫଳ। ଫୋନ ଆସିବାର କିଛି ମିନିଟ ମଧ୍ୟରେ ଅକ୍ସିଜେନ ସିଲିଣ୍ଡର ଯୋଗାଡ଼ କରିବା କାମ ଆରମ୍ଭ କରିଥିଲେ ବୋଲି ସୋନୁ କହିଛନ୍ତି। ପୂରା ଟିମ ରାତିରେ କେବଳ ଅକ୍ସିଜେନ ସିଲିଣ୍ଡର ଉପରେ ଫୋକସ କରିଥିଲେ। ଯଦି ବିଳମ୍ବ ହୋଇଯାଏ, ତେବେ ଅନେକ ପରିବାର ନିଜ ଲୋକଙ୍କୁ ହରାଇଥାନ୍ତେ ବୋଲି ସୋନୁ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ