ଆରମ୍ଭ ହେଲା ‘କେବିସି’ର ପଞ୍ଜୀକରଣ


ଅମିତାଭ ବଚ୍ଚନ (ଫାଇଲ୍‌ ଫଟୋ)
କୋରୋନା ମହାମାରୀ ଭଳି ମୁସ୍କିଲ୍‌ ସମୟରେ ଫିଲ୍ମ ଓ ଟିଭି ସିରିଜ ଲୋକଙ୍କ କଠିନ ପରିସ୍ଥିତିକୁ କିଛି ମାତ୍ରାରେ ସହଜ କରି ଦେଇଛି। ଏପରିସ୍ଥଳେ ଦର୍ଶକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଖୁବଶୀଘ୍ର ଅମିତାଭ ବଚ୍ଚନ ତାଙ୍କର ଗେମ୍‌ ଶୋ’ ‘କୌନ୍‌ ବନେଗା କରୋଡ଼ପତି (କେବିସି)’ର ନୂଆ ସିଜନ ସହିତ ଲୋକଙ୍କ ମନୋରଞ୍ଜନ ଦୁଇଗୁଣା କରିବାକୁ ଯାଉଛନ୍ତି। ଶୋ’ର ପଞ୍ଜିକରଣ ତାରିଖର ଘୋଷଣା କରିଦିଆଯାଇଛି।

ସୋନୀ ଟିଭି ଚ୍ୟାନେଲ୍‌ ଇନଷ୍ଟାଗ୍ରାମରେ ଭିଡ଼ିଓ ଶେୟାର କରି କେବିସିର ୧୩ତମ ସଂସ୍କରଣ ସମ୍ପର୍କରେ ସୂଚନା ଦେଇଛି। ଏହାର କ୍ୟାପସନ ଦେଇ ଲେଖିଛି ଯେ ପୁଣିଥରେ ମିଷ୍ଟର ଅମିତାଭ ବଚ୍ଚନ କେବିସି ନେଇ ଆସୁଛନ୍ତି। ୧୦ ମେ’ରୁ ଆରମ୍ଭ ହେଉଛି କେବିସି ୧୩। ତେଣୁ ଫୋନ ଉଠାଇ ପ୍ରଶ୍ନର ଉତ୍ତର ଦିଅନ୍ତୁ ଓ କେବିସି ୧୩ରେ ଭାଗ ନିଅନ୍ତୁ।

ସୂଚନାଯୋଗ୍ୟ ଯେ ଗତବର୍ଷ ୨୮ ସେପ୍ଟେମ୍ବରରେ କେବିସି ୧୨ରେ ପ୍ରସାରଣ ହୋଇଥିଲା। ଏହାର ଟ୍ୟାଗଲାଇନ୍‌ ଥିଲା ପ୍ରତ୍ୟେକ ସେଟ୍‌ବ୍ୟାକର ଜବାବ କମ୍‌ବ୍ୟାକ୍‌ କରି ଦିଅ। ଭୋପାଳର ଆରତୀ ଜଗତାପ ଶୋ’ର ପ୍ରଥମ ପ୍ରତିଯୋଗୀ ଥିଲେ। କୋରୋନାକୁ ଦୃଷ୍ଟିରେ ରଖି କେତେକ ପରିବର୍ତ୍ତନ କରାଯାଇଥିଲା। ଅଡିଏନ୍ସ ପୋଲ ଲାଇଫଲାଇନକୁ ଭିଡ଼ିଓ ଏ ଫ୍ରେଣ୍ଡ୍‌ରେ ପରିବର୍ତ୍ତନ କରାଯାଇଥିଲା। ଏହାର ଫାଇନାଲ ଏପିସୋଡ଼ ୨୨ ଜାନୁଆରୀରେ ହୋଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ