ଟିକା ନେବାକୁ ଯାଉଥିଲେ ଆପଣାନ୍ତୁ ଏସବୁ ସାବଧାନତା


ପ୍ରତୀକାତ୍ମକ ଫଟୋ
ଭାରତରେ କୋରୋନା ଭାଇରସର ଦ୍ବିତୀୟ ଲହରୀ କ୍ଷୀପ୍ର ଗତିରେ ଲୋକଙ୍କୁ ସଂକ୍ରମିତ କରିବାରେ ଲାଗିଛି। ଏହାକୁ ଦେଖି ସରକାର ଟିକାକରଣ ଅଭିଯାନକୁ ଜୋରଦାର କରି ଦେଇଛନ୍ତି। ୧ ମେ’ ୨୦୨୧ରୁ ୧୮ରୁ ୪୪ ବର୍ଷ ବର୍ଗର ସମସ୍ତ ଲୋକଙ୍କୁ କୋରୋନା ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ୧୩୦ କୋଟିରୁ ଊର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ଏପର୍ଯ୍ୟନ୍ତ କେବଳ ୨ କୋଟି ୬୦ ଲକ୍ଷ ଲୋକଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯାଇଛି। ୧୨ କୋଟି ଲୋକ ଟିକାର ପ୍ରଥମ ଡୋଜ ନେଇଛନ୍ତି। ଭାରତରେ ଜୁଲାଇ ସୁଦ୍ଧା ପାଖାପାଖି ୨୫ କୋଟି ଲୋକଙ୍କୁ କୋରୋନା ଟିକା ଦେବାର ଲକ୍ଷ୍ୟ ରହିଛି। ଏବେ ଟିକା ସେଣ୍ଟରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ଟିକା ନେବାକୁ ଆସୁଥିବା ଲୋକେ ସୁପରସ୍ପ୍ରେଡର ହୋଇପାରନ୍ତି ବୋଲି ସ୍ବାସ୍ଥ୍ୟାଧିକାରୀମାନେ ମଧ୍ୟ ଚିନ୍ତା ପ୍ରକଟ କରୁଛନ୍ତି। ତେଣୁ ଟିକା ନେବାକୁ ଗଲାବେଳେ କେତେକ ସାବଧାନତା ଅବଲମ୍ବନ କରିବା ଜରୁରୀ।

ଡବଲ ମାସ୍କ ପିନ୍ଧନ୍ତୁ
ଟିକା ସେଣ୍ଟରରେ ଭିଡ଼ ହେଉଥିବାରୁ ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଡବଲ ମାସ୍କ ପିନ୍ଧନ୍ତୁ। ଏନ ୯୫ ଓ ସର୍ଜିକାଲ ମାସ୍କ ମଧ୍ୟ ପିନ୍ଧିପାରିବେ।

ଗ୍ଲୋବସ ପିନ୍ଧନ୍ତୁ

ହାତ ଅନେକ ଦୂଷିତ ସ୍ଥାନକୁ ସ୍ପର୍ଶ କରିଥାଏ। ଏହି ହାତକୁ ମୁହଁ, ଆଖି, ନାକ, ପାଟିରେ ସ୍ପର୍ଶ କରିବା ଦ୍ବାରା ଭାଇରସ ଭିତରକୁ ପ୍ରବେଶ କରିଥାଏ। ତେଣୁ ହାତରେ ଗ୍ଲୋବସ ପିନ୍ଧିବା ଜରୁରୀ। ନିଜ ମୁହଁକୁ ଆଦୌ ଛୁଅନ୍ତୁନି।

ହାତ ମିଳାନ୍ତୁନି
ଟିକା ସେଣ୍ଟରରେ ଯଦି କେଣସି ପରିଚିତ ଦେଖା ହେଉଛନ୍ତି, ତେବେ ତାଙ୍କ ସହ ହାତ ମିଳାନ୍ତୁନି କିମ୍ବା ଆଲିଙ୍ଗନ କରନ୍ତୁନି। ଟିକା ପାଇଁ ଲାଇନରେ ଠିଆ ହେବାବେଳେ ଆଗପଛ ଲୋକଙ୍କ ସହ କଥା ହୁଅନ୍ତୁନି।

ସାନିଟାଇଜର ବ୍ୟବହାର କରନ୍ତୁ
ଗ୍ଲୋବସ ପିନ୍ଧିଥିଲେ ମଧ୍ୟ ଏହା ଉପରେ ସାନିଟାଇଜର ଲଗାଇ ହାତ ସଫା କରନ୍ତୁ। ଯାହାଫଳରେ ସଂକ୍ରମଣର ଭୟ ରହିବ ନାହିଁ।

ମାସ୍କ ଛୁଅନ୍ତୁନି
ଅନେକ ଲୋକ ମାସ୍କ ପିନ୍ଧିବା ପରେ ଏହାକୁ ବାରମ୍ବାର ଛୁଇଁଥାନ୍ତି ଓ ବାହାର ପଟକୁ ସ୍ପର୍ଶ କରିଥାନ୍ତି। ଏପରି ବିଲକୁଲ କରନ୍ତୁନି। କାରଣ ମାସ୍କର ବାହାର ପଟେ ସଂକ୍ରମିତ ଭାଇରସ ଥାଇପାରନ୍ତି।

ଧାଡ଼ିରେ ଠିଆ ହେବାବେଳେ ଖିଆପିଆ କରନ୍ତୁନି
ଟିକା ସେଣ୍ଟରକୁ ଯିବା ପୂର୍ବରୁ ଚା’ କଫି ଓ ଖାଦ୍ୟପେୟ ସେବନ କରି ଯାଆନ୍ତୁ। ଟିକାକରଣ ପାଇଁ ଲାଇନରେ ଠିଆ ହେବାବେଳେ କିଛି ବି ଖାଇବା ପିଇବା କରନ୍ତୁନି। କେଣସି ବି ପରିସ୍ଥିତିରେ ମାସ୍କ ହଟାନ୍ତୁନି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ