କୋରୋନାକୁ ମାତ ଦେଲେ ୧୦୨ ବର୍ଷର ଦାଦି

ମାସ୍କ ପିନ୍ଧ, ଭଗବାନ ସବୁ ଠିକ କରିଦେବେ

କୋରୋନାକୁ ମାତ ଦେଇଥିବା ଶିବକନ୍ୟା ଦେବୀ
କୋରୋନାର ଦ୍ବିତୀୟ ଲହରୀ ଦେଶରେ ଚାରିଆଡ଼େ ହାହାକାର ମଚାଇ ରଖିଥିବାବେଳେ ଉତ୍ତର ପ୍ରଦେଶରୁ ଏଭଳି ଏକ ମମଲା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ମନରେ ସାହସ ସଞ୍ଚାର କରୁଛି। ଏଠାରେ ୧୦୨ ବର୍ଷର ଜଣେ ବୟସ୍କ ଦାଦି ଘରେ ରହି କୋରେନା ଭଳି ବିପଜ୍ଜନକ ଭାଇରସକୁ ହରାଇ ପାରିଛନ୍ତି।

ଉତ୍ତର ପ୍ରଦେଶର ବାନ୍ଦା ଜିଲାରେ ରହୁଥିବା ଶିବକନ୍ୟା ଦେବୀ ନିଜ ଦୃଢ଼ ଇକ୍ତାଶକ୍ତି ଓ ଆତ୍ମସଂଯମତା ବଳରେ ଘରେ ହିଁ ଆଇସୋଲେଟ ହୋଇ ରହି କୋରୋନାକୁ ମାତ ଦେଇଛନ୍ତି। ଦାଦିଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରସୂନ ପାଣ୍ଡେୟ କହିଛନ୍ତି ଯେ ଘରେ ଦାଦିଙ୍କ ସହ ୧୨ ଜଣ ଲୋକ ଏକାବେଳେ କୋରୋନା ପଜିଟିଭ ହୋଇଥିଲେ। କିନ୍ତୁ ଧୈର୍ଯ୍ୟ, ସଂଯମତା ସହ ସରକାରଙ୍କ ଗାଇଡଲାଇନ ଅନୁସରଣ କରି ଏହି ପରିବାର କୋରୋନାକୁ ହରାଇଛନ୍ତି।

ଆୟୁର୍ବେଦର ସାହାରା
ଡାକ୍ତର କହିଛନ୍ତି ଯେ କାଢ଼ା, ଷ୍ଟିମ, ବ୍ୟାୟାମ ଭଳି ଆୟୁର୍ବେଦ ଉପାୟ ଅବଲମ୍ବନ କରି ଏହି ପରିବାର ନିଜର ଚିକିତ୍ସା କରାଇଥିଲେ। କିନ୍ତୁ ସବୁଠାରୁ ବଡ଼ ଚିନ୍ତାର କାରଣ ଥିଲେ ୧୦୨ ବର୍ଷର ଦାଦି ଶିବକନ୍ୟାଙ୍କ ପାଇଁ। ସେହିପରି ଘରେ ୭୦ ବର୍ଷର ବଡ଼ ବାପା ଓ ୬୫ ବର୍ଷର ଦାଦା ମଧ୍ୟ ଥିଲେ। ପ୍ରତ୍ୟେକ ଦୁଇ ଘଣ୍ଟାରେ ସମସ୍ତଙ୍କ ଅକ୍ସିଜେନ ଚେକ କରିବା ଆହ୍ବାନପୂର୍ଣ୍ଣ ଥିଲା।

୪ ବର୍ଷ ବିଛଣାରେ ପଡ଼ି ବି ହାର ମାନି ନାହାନ୍ତି
ଡାକ୍ତର କହିଛନ୍ତି ଯେ ଦାଦିଙ୍କ ଗୋଡ଼ର ହାଡ଼ ଫ୍ରାକ୍ଚର ଅଛି। ଗତ ୪ ବର୍ଷ ହେଲାଣି ସେ ଅଧିକାଂଶ ସମୟ ବିଛଣାରେ ପଡ଼ି ରହିଛନ୍ତି। ଏହାସତ୍ତ୍ବେ ମଧ୍ୟ ସେ ହାର ମାନି ନ ଥିଲେ। ବରଂ ନିଜ ମଜବୁତ ଇକ୍ତାଶକ୍ତି ଓ ଧୈର୍ଯ୍ୟର ସାହାରା ନେଇ ସେ ଏହି ମହାମାରୀକୁ ହରାଇଛନ୍ତି।

ଲୋକଙ୍କୁ ଦେଇଛନ୍ତି ଏହି ସନ୍ଦେଶ
କୋରୋନାକୁ ହରାଇ ଥିବା ଶିବକନ୍ୟା ଦେବୀ ଡାକ୍ତରଙ୍କ କଥା ମାନିବାକୁ କହିଛନ୍ତି। ମାସ୍କ ନିହାତି ଭାବେ ପିନ୍ଧନ୍ତୁ। ଭଗବାନ ସବୁ ଠିକ କରିଦେବେ ବୋଲି ଶିବକନ୍ୟା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ