ଓଜନ ନିୟନ୍ତ୍ରଣ ଲାଗି ନିୟମିତ ପିଅନ୍ତୁ ଆପଲ ସ୍ମୁଦି


ଆପଲ ସ୍ମୁଦି
ନିଜ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ହେଲଦି ଓ ଟେଷ୍ଟି ଡ୍ରିଙ୍କସ ତିଆରି କରିବାକୁ ଚାହୁଛନ୍ତି, ତେବେ ଆପଲ ସ୍ମୁଦି ତିଆରି କରିପାରିବେ। ଏହା ତୁରନ୍ତ ପେଟ ପୂରା କରିବା ସହିତ ଏନର୍ଜି ଦେବା କାମ କରିଥାଏ। ଫାଇବର, ଭିଟାମିନ ସି, ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଆପଲ ସ୍ମୁଦି ସହଜରେ ଘରେ ତିଆରି କରିପାରିବେ। ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
ଅଧ କପ ସୋୟା ମିଲ୍କ, ୩ ଚାମଚ ଭାନିଲା ଏସେନ୍ସ, ୧ଟି ସେଓ, ୨ ଚାମଚ କାଜୁ ବଟର, ୩ରୁ ୪ ଖଣ୍ଡ ବରଫ ଖଣ୍ଡ, ୧ ଚାମଚ ଚିଆ ସିଡସ।

ପ୍ରସ୍ତୁତି ପ୍ରଣାଳୀ
ଆପଲ ସ୍ମୁଦି ତିଆରି କରିବା ପାଇଁ ପ୍ରଥମେ ସେଓକୁ ଧୋଇ ଛୋଟ ଛୋଟ କାଟି ବ୍ଲେଣ୍ଡରରେ ପକାନ୍ତୁ। ଏବେ ଏଥିରେ ସୋୟା ମିଲ୍କ, ଭାନିଲା ଏସେନ୍ସ, କାଜୁ ବଟର, ଚିଆ ସିଡସ ଓ ବରଫ ପକାଇ ଭଲ ଭାବେ ବ୍ଲେଣ୍ଡ କରନ୍ତୁ। ଧ୍ୟାନରେ ରଖନ୍ତୁ ଏହା ଯେପରି ବହଳିଆ ହେବା ଉଚିତ। ଏବେ ପ୍ରସ୍ତୁତ ହୋଇଗଲା ସ୍ବାସ୍ଥ୍ୟକର ଓ ସ୍ବାଦିଷ୍ଟ ଆପଲ ସ୍ମୁଦି। ଏକ ଗ୍ଲାସକୁ ଢାଳି ଥଣ୍ଡା ଥଣ୍ଡା ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ