ହାଇଦ୍ରାବାଦ ଚିଡ଼ିଆଖାନାରେ ୮ ସିଂହଙ୍କୁ କୋରୋନା


ପ୍ରତୀକାତ୍ମକ ଫଟୋ
ହାଇଦ୍ରାବାଦ: ଭାରତରେ ପ୍ରଥମ ଥର ପାଇଁ ପଶୁଙ୍କ ଠାରେ କୋରୋନା ଭୂତାଣୁ ଚିହ୍ନଟ ହୋଇଛି। ହାଇଦ୍ରାବାଦ ଚିଡ଼ିଆଖାନାରେ ଏପ୍ରିଲ ୨୯ ତାରିଖ ଆରଟିପିସିଆର ରିପୋର୍ଟ ଅନୁସାରେ ୮ଟି ସିଂହ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ମାତ୍ର ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଏନେଇ ଲିଖିତ ଭାବେ କୌଣସି ରିପୋର୍ଟ ଦିଆଯାଇ ନାହିଁ। ତେଣୁ ଚିଡ଼ିଆଖାନା କର୍ତ୍ତୃପକ୍ଷ ୮ଟି ସଂହ କୋରୋନା ଆକ୍ରାନ୍ତ ହୋଇଥିବା ନେଇ ଆସିଥିବା ଖବରକୁ ନେଇ ଅଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି। ଗତ ବର୍ଷ ଆମେରିକାର ନ୍ୟୁୟର୍କରେ ବ୍ରୋନକ୍ସ ଚିଡ଼ିଆଖାନାରେ ୮ଟି ବାଘ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ଆଉ ବଣ୍ୟ ପଶୁ କୋରୋନା ଆକ୍ରାନ୍ତ ହେବା ନେଇ ରିପୋର୍ଟ ହସ୍ତଗତ ହୋଇ ନ ଥିଲା ବେଳେ ହାଇଦ୍ରାବାଦର ୮ଟି ସିଂଘ ପଜିଟିଭ ହୋଇଛନ୍ତି, ଯାହା ଆମ ଦେଶ ପାଇଁ ପ୍ରଥମ ଘଟଣା।

ହାଇଦ୍ରାବାଦରେ ଥିବା ନେହରୁ ଜୁଲୋଜିକାଲ ପାର୍କଟି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ରହିଛି। ବର୍ତ୍ତମାନ କୋରୋନା ଭୂତାଣୁ ଏୟାରବର୍ଣ୍ଣ ଅବସ୍ଥାରେ ରହୁଥିବାରୁ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି। ଏହିପରି ସ୍ଥିତିର ଚଡ଼ିଆଖାନାରୁ ୨୦ରୁ ଊର୍ଦ୍ଧ୍ବ କର୍ମଚାରୀ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି। ତେଣୁ ଯେଉଁମାନେ ଏହି ସଂଘମାନଙ୍କର ଯତ୍ନ ନେଉଥିଲେ, ସେମାନଙ୍କ ଠାରୁ ସଂଘଗୁଡ଼ିକ ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ