ସୁପ୍ରିମକୋର୍ଟଙ୍କ ପରାମର୍ଶ: ଲକ୍‌ଡାଉନ୍‌ ନେଇ କେନ୍ଦ୍ର-ରାଜ୍ୟ କରନ୍ତୁ ବିଚାରବିମର୍ଶ


ସୁପ୍ରିମକୋର୍ଟ (ଫାଇଲ୍‌ ଫଟୋ)
ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହରୀ ରୋକିବା ପାଇଁ ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ କରିବା ପାଇଁ ବିଚାରବିମର୍ଶ କରିବାକୁ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। କୋରୋନା ସଂକ୍ରାନ୍ତ ବିଭିନ୍ନ ଆବେଦନର ଶୁଣାଣି କରିବାପରେ ସୁପ୍ରିମକୋର୍ଟ ଏହି ନିର୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ଦ୍ବିତୀୟ ଲହରରେ ସଂକ୍ରମଣ ଲଗାତାର ବଢ଼ୁଥିବାରୁ ଏହାକୁ ରୋକିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାର କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ଆଗକୁ କେଉଁ ପଦକ୍ଷେପ ଗ୍ରହଣ ହେବ, ତା’ର ରେକର୍ଡ ପ୍ରସ୍ତୁତ କରନ୍ତୁ। ସେହିପରି ଜନସମାଗମ ଏବଂ ବିଭିନ୍ନ ସୁପର୍‌ ସ୍ପ୍ରେଡର କାର୍ଯ୍ୟକ୍ରମ ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଇବା ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି। ସାଧାରଣ ଲୋକଙ୍କ କଲ୍ୟାଣ ଦିଗରେ ଦ୍ବିତୀୟ ଲହରୀ ରୋକିବାକୁ ସରକାର ଲକ୍‌ଡାଉନ୍‌ ନେଇ ବିଚାରବିମର୍ଶ କରନ୍ତୁ ବୋଲି କୋର୍ଟ କହିଛନ୍ତି। ତେବେ ସମାଜର ଅବହେଳିତ ବର୍ଗଙ୍କ ଉପରେ ଲକ୍‌ଡାଉନ୍‌ର ପ୍ରଭାବ ନେଇ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଲକ୍‌ଡାଉନ୍‌ ହେଲେ ଏହା ପୂର୍ବରୁ ଉକ୍ତ ବର୍ଗର ଆବଶ୍ୟକତା ପୂରଣ ଦିଗରେ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ