ଭାରତର ଅନୁମତି ଅପେକ୍ଷାରେ ଫାଇଜର ଟିକା


ଫାଇଜର ଟିକା (ଫାଇଲ୍‌ ଫଟୋ)
ୱାଶିଂଟନ୍/ନୂଆଦିଲ୍ଲୀ : ଆମେରିକାର ଫାର୍ମା କମ୍ପାନୀ ଫାଇଜର ଓ ଜର୍ମାନୀର ଫାର୍ମା କମ୍ପାନୀ  ବାୟୋଏନଟେକ୍ ଦ୍ବାରା ପ୍ରସ୍ତୁତ କୋରୋନା ଟିକାକୁ  ଜରୁରୀକାଳୀନ ଅନୁମତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ନିଜ ଟିକାର ତ୍ବରିତ ଅନୁମତି ପାଇଁ ଫାଇଜର କମ୍ପାନୀ ପକ୍ଷରୁ ଭାରତ ସରକାରଙ୍କ ନିକଟରେ ଆବେଦନ କରାଯାଇଛି। ଏ ସମ୍ପର୍କରେ କମ୍ପାନୀର ସିଇଓ ଆଲବର୍ଟ ବୋର୍ଲା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଟିକାର ଅନୁମତି ପାଇଁ ତାଙ୍କ କମ୍ପାନୀ  ଭାରତ ସରକାରଙ୍କ ନିକଟରେ କିଛି ମାସ ତଳେ ଆବେଦନ କରିଥିଲେ ବି ଏ ପର୍ଯ୍ୟନ୍ତ ଅନୁମତି ମିଳିନାହିଁ। କିନ୍ତୁ ଏବେ ଏହି ଟିକାର ତ୍ବରିତ ଅନୁମତି ପାଇଁ ଭାରତ ସରକାରଙ୍କ ସହ ଆଲୋଚନା କରାଯାଉଛି।

ସୂଚନାଯୋଗ୍ୟ ଯେ କୋରୋନାର ଭୟଙ୍କର ୨ୟ ଲହରୀ ଭାରତକୁ କବଳିତ କରି ରଖିଥିବାବେଳେ ଭାରତରେ ଟିକାର ଚାହିଦା ହଠାତ ବଢିଯାଇଛି। କିନ୍ତୁ ଭାରତରେ ମାତ୍ର ଦୁଇଟି ପ୍ରକାରର ଟିକା ଉପଲବ୍ଧ ଥିବାରୁ ଦେଶରେ ଟିକା ଅଭାବ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଆଉ କେତେକ ବିଦେଶୀ ଟିକାକୁ ଅନୁମତି ଦେବାକୁ ଯୋଜନା କରୁଛନ୍ତି। ନିକଟରେ ସରକାର ରୁଷିଆର ସ୍ପୁଟନିକ -ଭି ଟିକାକୁ ଅନୁମତି ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ