ନେପାଳରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା


କାଠମାଣ୍ଡୁ ବିମାନବନ୍ଦର (ଫାଇଲ୍ ଫଟୋ)
କାଠମାଣ୍ଡୁ: ବିଭିନ୍ନ କୋଭିଡ୍ ପ୍ରଭାବିତ ଦେଶମାନଙ୍କୁ କୌଣସି ପ୍ରକାର ବିମାନ ଉଡ଼ାଣ ଉପରେ ନେପାଳ ସରକାର ସାମୟିକ ଭାବେ କଟକଣା ଲଗାଇଥିବା ବେଳେ ଘରୋଇ ବିମାନ ଉପରେ ମଧ୍ୟ ସମାନ କଟକଣା ଲାଗୁ ହୋଇଛି। ଘରୋଇ ବିମାନଗୁଡ଼ିକ ସୋମବାର ମଧ୍ୟରାତ୍ରଠାରୁ ଓ ଅନ୍ତର୍ଜାତୀୟ ବିମାନଗୁଡ଼ିକ ବୁଧବାର ମଧ୍ୟରାତ୍ରରୁ ଆସନ୍ତା ମେ’ ୧୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ହୃଦୟେଶ ତ୍ରିପାଠୀ କାଠମାଣ୍ଡୁ ପୋଷ୍ଟ ସହ ଆଲୋଚନା ବେଳେ ବେଳେ କହିଛନ୍ତି। କିନ୍ତୁ ଚାର୍ଟର ବିମାନଗୁଡ଼ିକ ପୂର୍ବବତ୍ ଚଳାଚଳ କରିବ ବୋଲି ତ୍ରିପାଠୀ କହିବା ସହ ଦେଶକୁ ବାହାର କୌଣସି ଦେଶରୁ ଆସୁଥିବା ନାଗରିକଙ୍କ ପାଇଁ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍ ବ୍ୟବସ୍ଥା କରାଯାଇଥିବା କହିଛନ୍ତି। ବିଦେଶରୁ କୌଣସି ଯାତ୍ରୀ କାଠମାଣ୍ଡୁରେ ପହଞ୍ଚିବା ପରେ ତାଙ୍କୁ ଅତି କମ୍‌ରେ ୧୦ ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିବ। ଏହାଛଡ଼ା ନେପାଳକୁ ଯିବାକୁ ଚାହୁଁଥିବା ଯାତ୍ରୀମାନଙ୍କୁ ଅତି କମରେ ୭୨ ଘଣ୍ଟା ମଧ୍ୟରେ କୋଭିଡ୍ ନେଗେଟିଭ୍ ହୋଇଥିବା ପ୍ରମାଣପତ୍ର ମଧ୍ୟ ଦେଖାଇବାକୁ ପଡ଼ିବ। ସେହିପରି ଦେଶରେ ବସ୍ ସେବା ମଧ୍ୟ ଗତ ଏପ୍ରିଲ୍ ୨୯ ତାରିଖଠାରୁ ବନ୍ଦ ହୋଇଥିବା କାଠମାଣ୍ଡୁ ପୋଷ୍ଟରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

ନିକଟରେ କ୍ୟାବିନେଟ୍ ବୈଠକରେ ଉପରୋକ୍ତ ନିଷ୍ପତ୍ତି ହୋଇଥିବା ବେଳେ ଏହି ବୈଠକ ପୂର୍ବରୁ ନେପାଳର ବେସାମରିକ ବିମାନ ଚଳାଚଳ କର୍ତ୍ତ୍‌ପକ୍ଷ ବିଭିନ୍ନ ବିମାନ ଚଳାଚଳ କମ୍ପାନୀ ପାଇଁ ନିର୍ଦ୍ଦିଷ୍ଟ କେତୋଟି ବିମାନ ଚଳାଚଳ ପାଇଁ କୁହାଯାଇଥିଲା। ନେପାଳରେ ଦୁଇ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହାକୁ ଏକ ଉତ୍ତମ ପଦକ୍ଷେପ ବୋଲି ବୁଦ୍ଧ ଏୟାର୍ ବିମାନ ଚଳାଚଳ କମ୍ପାନୀର ପରିଚାଳନା ନିର୍ଦେଶକ ବୀରେନ୍ଦ୍ର ବାହାଦୁର ବାସନେଟ୍ କହିଛନ୍ତି। ବାସନେଟ୍ ଗତ ଏପ୍ରିଲ୍ ୨୯ ତାରିଖରେ କହିଥିଲେ ଯେ ବର୍ତ୍ତମାନ ସମୟରେ ଆମେ ସକ୍ରିୟ ନ ହେଲେ, ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଦେଶର ତିନିଟି ଜିଲ୍ଲା ଭ୍ୟାଲି-କାଠମାଣ୍ଡୁ, ଭକ୍ତପୁର ଓ ଲଲିତପୁର ସର୍ବାଧିକ ପ୍ରଭାବିତ ଅଞ୍ଚଳ ହୋଇଥିବା କାଠମାଣ୍ଡୁ ପୋଷ୍ଟରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ସେହିପରି ଗତ ଏପ୍ରିଲ୍ ୨୮ ତାରିଖରେ ଦେଶକୁ ରେକର୍ଡ ସଂଖ୍ୟକ ୧୫ ହଜାର ୨୬୩ ଜଣ ଯାତ୍ରୀ ଆସିଥିବା ବେଳେ ଏହାର ପରଦିନ କାଠମାଣ୍ଡୁ ଭ୍ୟାଲିରେ କଟକଣା ଲାଗୁ କରାଯାଇଥିଲା। ଏତେ ସଂଖ୍ୟକ ଯାତ୍ରୀ ବାହାରୁ ଆସିବାରୁ ରାଜଧାନୀ କାଠମାଣ୍ଡୁର ଲୋକମାନେ କୋରୋନା ସଂକ୍ରମଣ ଅଧିକ ଘାତକ ହେବା ନେଇ ଭୟଭୀତ ହୋଇପଡ଼ିବା ସହ ସହର ଛାଡ଼ି ଚାଲିବାକୁ ମଧ୍ୟ ଉଦ୍ୟମ କରିଥିଲେ। ଅବଶ୍ୟ ଗତ ରବିବାଠାରୁ କ୍ରମଶଃ ଯାତ୍ରୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ଘଟିଛି ଓ ରବିବାର କେବଳ ୭ ହଜାର ୨୨୫ ଜଣ ଯାତ୍ରୀ ବାହାରୁ ନେପାଳକୁ ଆଗମନ କରିଛନ୍ତି। ସୂଚନାଯୋଗ୍ୟ ଯେ ନେପାଳରେ ଗତ ଜାନୁଆରୀରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ