ସ୍କୁଲମାନଙ୍କୁ ଫି’ କମ୍ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ


ସୁପ୍ରିମକୋର୍ଟ (ଫାଇଲ୍ ଫଟୋ)
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ପୂର୍ଣ୍ଣ ନିର୍ଦେଶକ୍ରମେ ଦେଶର ସମସ୍ତ ସ୍କୁଲମାନଙ୍କୁ ଫି’ କମ୍ କରିବାକୁ କହିଛନ୍ତି। ଯେହେତୁ ସ୍କୁଲଗୁଡ଼ିକ ୨୦୨୦-୨୧ ବର୍ଷରେ ଅଧିକାଂଶ ସମୟ ଫିଜିକାଲ କ୍ଲାସ କରିପାରି ନାହାନ୍ତି, ସେହି ଦୃଷ୍ଟିରୁ ସେମାନଙ୍କର ପିଲାମାନଙ୍କ ବାବଦରେ ଖର୍ଚ୍ଚ ହେଉଥିବା ଟଙ୍କା କମିଯାଯାଇଛି। ତେଣୁ ସ୍କୁଲମାନେ ଏସବୁ ବିଷୟକୁ ବିଚାରକୁ ନେଇ ପିଲାମାନଙ୍କର ମାସିକ ଫି’ କମ କରିବାର ଆବଶ୍ୟକତା ରହିଛି। ଯେହେତୁ ମହାମାରୀ ପରି ଜଟିଳ ସ୍ଥିତି ଦେଇ ଦେଶ ଗତି କରୁଛି, ସମସ୍ତେ ଅଭାବ ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଦେଶର ସମସ୍ତ ସ୍କୁଲ ସେମାନଙ୍କର ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ପିଲାମନଙ୍କର ଫି’କୁ କମ କରିବା ନେଇ ଘୋଷଣା କରନ୍ତୁ।

ପେଟ୍ରୋଲ/ଡିଜେଲ, ଇଲେକ୍ଟ୍ରିସିଟି, ମେଣ୍ଟେନାନ୍ସ କଷ୍ଟ, ପାଣି ଓ ଅଫିସ ଷ୍ଟେସନାରୀ ବାବଦ ଖର୍ଚ୍ଚ ସ୍କୁଲମାନଙ୍କର କମି ଯାଇଛି। ତେଣୁ ଏବାବଦକୁ ଯେଉଁ ଅର୍ଥ ବ୍ୟୟ କମିଛି, ତାହାର ଯେପରି ଫାଇଦା ପିଲାମାନେ ପାଇପାରିବେ ତାହା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ରାଜସ୍ଥାନ ସରକାର ସ୍କୁଲମାନଙ୍କୁ ୩୦ ପ୍ରତିଶତ ଫି’ କମ କରିବା ପାଇଁ ନିର୍ଦେଶ ଦେବା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ କୋର୍ଟ ଏହି ରାୟ ଦେଇଛନ୍ତି। ଏପରି ନିର୍ଦେଶ ଦେବାର ଅଧିକାର ରାଜ୍ୟ ସରକାରମାନଙ୍କର ରହିଛି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଏଥିସହ ସର୍ବୋଚ୍ଚ କୋର୍ଟ ଆହୁରି କହିଛନ୍ତି ଯେ କୌଣସି ପିଲାକୁ ଫି’ ପାଇଁ ଅନଲାଇନ କ୍ଲସରୁ ସ୍କୁଲ ବଞ୍ଚିତ କରିପାରିବେ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ