ରାମଟେକ ମନ୍ଦିର ଦର୍ଶନ ପାଇଁ ଯୋଜନା କରନ୍ତୁ


ରାମଟେକ ମନ୍ଦିର (ଫାଇଲ ଫଟୋ)
ଭାରତରେ ଏଭଳି ଅନେକ ସ୍ଥାନ ରହିଛି, ଯେଉଁଠିକୁ ପ୍ରତ୍ୟେକ ବର୍ଷ ଲୋକ ବୁଲିବାକୁ ଆସିଥାନ୍ତି। ହିଲ ଷ୍ଟେସନରୁ ଆରମ୍ଭ କରି ଏଭଳି ଅନେକ ସ୍ଥାନ ରହିଛି, ଯେଉଁଠି ଭ୍ରମଣ କରିବା ଲାଗି ପ୍ରତି ବର୍ଷ ପର୍ଯ୍ୟଟକ ଆସିଥାନ୍ତି। ଲୋକେ ଏହି ସ୍ଥାନରେ ସମୟ ବିତାଇବା ସହିତ ଅନେକ ସ୍ମୃତି ନିଜ ସହିତ ଘରକୁ ନେଇ ଫେରିଥାନ୍ତି। ଭାରତରେ ଏଭଳି ଏକ ସ୍ଥାନ ହେଉଛି ରାମଟେକ ମନ୍ଦିର। ଏହି ମନ୍ଦିର ସମ୍ପର୍କରେ ବହୁତ କମ ଲୋକ ଜାଣନ୍ତି। ଚାଲନ୍ତୁ ଜାଣିବା ଏହି ମନ୍ଦିରର ବିଶେଷତ୍ବ ସମ୍ପର୍କରେ।

ମହାରାଷ୍ଟ୍ରର ନାଗପୁରରୁ ପାଖାପାଖି ୪୦ କିମି ଦୂରରେ ଏହି ରାମଟେକ ମନ୍ଦିର ଅବସ୍ଥିତ। ଏହି ମନ୍ଦିରରେ ଭଗବାନ ରାମଙ୍କୁ ପୂଜା କରାଯାଏ। ରାମଚନ୍ଦ୍ର ଯେତେବେଳେ ବନବାସରେ ଥିଲେ, ଏହି ସ୍ଥାନରେ ମାତା ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ୪ ମାସ ରହିଥିଲେ ବୋଲି ବିଶ୍ବାସ ରହିଛି। କେବଳ ସେତିକି ନୁହେଁ ମାତା ସୀତା ଏଠାରେ ପ୍ରଥମେ ରୋଷେଇ ମଧ୍ୟ କରିଥିଲେ। ଏଠାରେ ଖାଦ୍ୟ ତିଆରି କରି ସ୍ଥାନୀୟ ଋଷିଙ୍କୁ ଭୋଜନ କରାଇଥିଲେ। ଏ ସମ୍ପର୍କରେ ପଦ୍ମ ପୁରାଣରେ ଉଲ୍ଲେଖ ରହିଛି।

ଏକ ଛୋଟ ପାହାଡ଼ ଉପରେ ନିର୍ମିତ ଏହି ରାମଟେକ ମନ୍ଦିର ଗଡ଼ମନ୍ଦିର ଭାବେ ମଧ୍ୟ ଜଣାଶୁଣା। ଏହା ଦେଖିବାକୁ ଏକ ଦୁର୍ଗ ଭଳି ଦେଖାଯାଏ। ରାଜା ରଘୁ ଏହି ମନ୍ଦିରର ନିର୍ମାଣ ଏକ ଦୁର୍ଗ ଭଳି କରିଥିଲେ। ମନ୍ଦିର ପରିସରରେ ଏକ ପୁଷ୍କରିଣୀ ମଧ୍ୟ ରହିଛି। ଏହି ପାଣି କେବେ ବି କମ କିମ୍ବା ଅଧିକ ହୋଇ ନ ଥାଏ ବୋଲି କୁହାଯାଏ। ରାମଟେକରେ ମହାକବି କାଳିଦାସ ମହାକାବ୍ୟ ମେଘଦୂତମ ଲେଖିଥିଲେ। ପ୍ରତ୍ୟେକ ବର୍ଷ ଏଠାକୁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି। ଏହି ସ୍ଥାନ ସେମାନଙ୍କୁ ଶାନ୍ତି ଦେଇଥାଏ।

ରାମଟେକରେ ଭଗବାନ ଶୀରାମଙ୍କୁ ଅଗସ୍ତ୍ୟ ଋଷି ସାକ୍ଷାତ କରିଥିଲେ। ସେ ଭଗବାନ ରାମଙ୍କୁ ଶାସ୍ତ୍ରଜ୍ଞାନ ଓ ବ୍ରହ୍ମାସ୍ତ୍ର ଦେଇଥିଲେ। ଏହି ବ୍ରହ୍ମାସ୍ତ୍ର ସାହାଯ୍ୟରେ ଭଗବାନ ରାମ ରାବଣଙ୍କୁ ବଧ କରିଥିଲେ। ରାବଣର ଅତ୍ୟାଚାର ସମ୍ପର୍କରେ ମଧ୍ୟ ଅଗସ୍ତ୍ୟ ଋଷି ଭଗବାନ ରାମଙ୍କୁ ଏହିଠାରେ କହିଥିଲେ। ଲୋକଙ୍କ ଆସ୍ଥା ସହିତ ଏହି ସ୍ଥାନ ଜଡ଼ିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ