ପ୍ରଶଂସକଙ୍କ ଶେଷ ଇଚ୍ଛା ପୂରଣ କଲେ ବିଜୟ


ପ୍ରଶଂସକଙ୍କ ସହ ବିଜୟ ଦେଭରକୋଣ୍ଡା
ଅର୍ଜୁନ ରେଡ୍ଡୀ ଓ ଡିଅର କମ୍ରେଡ ଭଳି ବ୍ଲକବଷ୍ଟର ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ସାଉଥ ସୁପରଷ୍ଟାର ବିଜୟ ଦେଭରକୋଣ୍ଡା ଏକ ସୋସାଲ ମିଡିଆ ପୋଷ୍ଟ ଲେଖି ନିଜର ଜଣେ ପ୍ରଶଂସକଙ୍କୁ ମନେ ପକାଇଛନ୍ତି। ବିଜୟଙ୍କ ଏହି ପ୍ରଶଂସକ କୋଭିଡ ପଜିଟିଭ ରୋଗୀ ଥିଲେ। ସେ ଗତ କିଛି ଦିନ ହେଲାଣି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରଶଂସକଙ୍କ ବଞ୍ଚିବାର ଆଶା କ୍ଷୀଣ ହେବା ପରେ ସେ ତାଙ୍କ ପସନ୍ଦର ଅଭିନେତା ବିଜୟଙ୍କ ସହ କଥା ହେବାକୁ ଇଚ୍ଛା ପ୍ରକାଶ କରିଥିଲେ।

ବିଜୟ ତାଙ୍କର ଏହି ପ୍ରଶଂସକଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ଭିଡ଼ିଓ କଲ କରି ତାଙ୍କ ସହ କଥା ହୋଇଥିଲେ। ଏହାର କିଛି ସମୟ ପରେ ଉକ୍ତ ନିରିହ ପ୍ରଶଂସକ ଜଣକ ଦୁନିଆକୁ ଅଲବିଦା କରିଛନ୍ତି। ବିଜୟ ଫେସବୁକରେ ଏକ ପୋଷ୍ଟ ଶେୟାର କରି ଉକ୍ତ ପ୍ରଶଂସକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବିଜୟ ଲେଖିଛନ୍ତି, ମୁଁ ତୁମକୁ ବହୁତ ମିସ କରୁଛି ହେମନ୍ତ। ବିଜୟ ଭାବୁକ ହୋଇ ଏହି ପୋଷ୍ଟରେ ନିଜ ହୃଦୟର କଥା ଲେଖିଛନ୍ତି। ସେ ଲେଖିଛନ୍ତି ଯେ ତାଙ୍କ ସହିତ କଥା ହୋଇ ସେ ବହୁତ ଖୁସି ଅନୁଭବ କରୁଛନ୍ତି। ତାଙ୍କ ସୁନ୍ଦର ହସ ଦେଖିବାକୁ ବିଜୟଙ୍କୁ ସୁଯୋଗ ମିଳିଥିଲା। ତାଙ୍କ ପ୍ରେମକୁ ସେ ଅନୁଭବ କରିଥିଲେ ଓ ତାଙ୍କୁ ବହୁତ ଭଲ ପାଇବା ଦେଇଥିଲେ। ଏବେ ତାଙ୍କ ପାଇଁ ଏକ ପ୍ରାର୍ଥନା କରୁଛନ୍ତି ଓ ଯେଉଁମାନେ ତାଙ୍କ ସହିତ କଥା ହେବା ପାଇଁ ସମ୍ପର୍କ କରିଥିଲେ ସମସ୍ତଙ୍କୁ ଧନ୍ୟବାଦ ଦେଉଛନ୍ତି ବୋଲି ବିଜୟ ଲେଖିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ