କୋରୋନା ଅନାଥ ପିଲାଙ୍କ ପାଇଁ କରୀନା ଆରମ୍ଭ କଲେ ହେଲପଲାଇନ ନମ୍ବର


କରୀନା କପୁର ଖାନ
କୋରୋନା ଭାଇରସ ମହାମାରୀ ଭାରତକୁ ବେହାଲ କରିଛି। ହସ୍ପିଟାଲରେ ବେଡ, ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଥିଲାବେଳେ ପ୍ରତ୍ୟେକ ଦିନ କୋରୋନାର ଭାଇରସ ଦ୍ବାରା ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ଏପରିସ୍ଥଳେ ଭାରତକୁ ଚାରିଆଡ଼ୁ ସହାୟତାର ସୁଅ ଛୁଟିବାର ଲାଗିଛି। ଏଥିରେ ବଲିଉଡ ଷ୍ଟାରମାନେ ନିଜ ଯୋଗଦାନରେ ଲାଗିଛନ୍ତି। ଅଭିନେତ୍ରୀ କରୀନା କପୁର ଖାନ ସୋସାଲ ମିଡିଆରେ ସଚେତନତା ସୃଷ୍ଟି କରୁଛନ୍ତି।

ସୋମବାର କରୀନା ଚାଇଲ୍ଡ ରେସକ୍ୟୁ ହେଲପଲାଇନ ବିବରଣୀ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ନିଜ ପୋଷ୍ଟ ଜରିଆରେ କରୀନା ନିଜ ପ୍ରଶଂସକ ଓ ୟୁଜର୍ସଙ୍କୁ ମହାମାରୀରେ ଅନାଥ ହୋଇଯାଇଥିବା ପିଲାଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି। ଅକାଞ୍ଚା ଫାଉଣ୍ଡେସନର ଡିଟେଲ୍ସ ଶେୟାର କରି କରୀନା ନିଜ ପୋଷ୍ଟ ଶେୟାର କରିଛନ୍ତି। ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି ଯେ ମହାମାରୀ କାରଣରୁ ମା’ ବାପା ହରାଇ ଅନାଥ ହୋଇଯାଇଥିବା ପିଲାଙ୍କ ପାଇଁ ତାଙ୍କ ହୃଦୟ କାନ୍ଦୁଛି। ଏହି ପିଲାମାନେ ଭାଇରସ ପାଇଁ ମା’ ବାପାଙ୍କୁ ହରାଇଛନ୍ତି କିମ୍ବା ସେମାନଙ୍କ ମା’ ବାପା ହସ୍ପିଟାଲରେ ଭାଇରସ ସହ ଲଢ଼େଇ କରୁଛନ୍ତି। ଦୟାକରି ନ୍ୟାସନାଲ ଚାଇଲ୍ଡ ହେଲପଲାଇନ (୧୦୯୮)ରେ କଲ କରି କୋଭିଡ-୧୯ ପାଇଁ ଏକୁଟିଆ ହୋଇଯାଇଥିବା ପିଲାମାନଙ୍କ ସମ୍ପର୍କରେ ସୂଚନା ଦିଅନ୍ତୁ। ସୂଚନାଯୋଗ୍ୟ ଯେ କରୀନା ଅଲଗା ଅଲଗା ପୋଷ୍ଟ ଶେୟାର କରି କୋଭିଡ-୧୯ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଲାଗିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ