କୋରୋନା ବଢ଼ାଉଛି ବିଷାଦ, ଟେଲି ମନୋରୋଗ ପରାମର୍ଶ ୨୦ ପ୍ରତିଶତ ବୃଦ୍ଧି


ପ୍ରତୀକାତ୍ମକ ଫଟୋ
କୋରୋନା ଭାଇରସର ଦ୍ବିତୀୟ ଲହରୀ ଲୋକଙ୍କୁ କ୍ଷୀପ୍ର ଗତିରେ ସଂକ୍ରମିତ କରିବା ସହିତ ଲୋକଙ୍କ ଜୀବନ ନେବାରେ ମଧ୍ୟ ଲାଗିଛି। ଏହା ଆର୍ଥିକ ଓ ଶାରୀରିକ ସମସ୍ୟା ସୃଷ୍ଟି କରିବା ସହିତ ଲୋକଙ୍କୁ ମାନସିକ ଭାବେ ମଧ୍ୟ ପ୍ରଭାବିତ କରିବାରେ ଲାଗିଛି। ମହାମାରୀ ଲୋକଙ୍କ ମସ୍ତିଷ୍କରେ ଏକ ଭୟ ସୃଷ୍ଟି କରିଛି। ନିଜ ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଅନିଶ୍ଚିତତା, ଘରେ ରହିବା ପାଇଁ ସରକାରଙ୍କ ନିର୍ଦେଶ ଆଦି ଲୋକଙ୍କ ମାନସିକ ସ୍ବାସ୍ଥ୍ୟକୁ ବିଗାଡ଼ିବାରେ ଲାଗିଛି।

କୋରୋନା ବଢ଼ାଉଛି ମାନସିକ ରୋଗ
ବିଶେଷଜ୍ଞଙ୍କ ମୁତାବକ ଘରେ ବନ୍ଦ ହୋଇ ରହିବାର ଅନୁଭବ, ନିଜ ଲୋକଙ୍କ ଠାରୁ ଦୂରରେ ରହିବା, ସାମାଜିକ ଭାବେ ଅଲଗା ରହିବା ଓ ଭାଇରସର ନୂଆ ମ୍ୟୁଟାଣ୍ଟର ଭୟ ମାନସିକ ରୋଗ ବଢ଼ାଉଛି। ଫୋର୍ଟିସ ହେଲଥକେୟାରର ଡାକ୍ତର ସମୀର ପାରେଖ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ଓ ଭବିଷ୍ୟତର ଅନିଶ୍ଚିତତା, ପରିଜନଙ୍କ ସ୍ବାସ୍ଥ୍ୟ ଚିନ୍ତା, କାମ ଓ ଉପାର୍ଜନକୁ ପ୍ରଭାବିତ କରିବାରେ ଲାଗିଛି। ଏଥିପାଇଁ କିଶୋର ଓ ବୟସ୍କ ମାନସିକ ସ୍ବାସ୍ଥ୍ୟ ପାଇଁ ସାହାଯ୍ୟ ଖୋଜିବାରେ ଲାଗିଛନ୍ତି। ଲୋକଙ୍କ ସବୁଠାରୁ ବଡ଼ ସମସ୍ୟା ହେଉଛି ଚିନ୍ତା ଓ ଅବସାଦ। ପିଲାମାନେ ନିଜ ଭବିଷ୍ୟତକୁ ନେଇ ଅଧିକ ଚିନ୍ତିତ ଅଛନ୍ତି। ଫଳରେ ଅସ୍ତିତ୍ବ ସମ୍ବନ୍ଧିତ ସଙ୍କଟ ସୃଷ୍ଟି ହୋଇଛି। ବୟସ୍କମାନେ ଆର୍ଥିକ ଅସୁରକ୍ଷା ଓ ଚାକିରିର ସୁରକ୍ଷା ଭୟରେ ଦବି ଯାଇଛନ୍ତି।

ଏପ୍ରିଲରେ ୨୦ ପ୍ରତିଶତ ବଢ଼ିଛି ମନୋରୋଗ ପରାମର୍ଶ
ମନିପାଲ ହସ୍ପିଟାଲର ଡାକ୍ତର ସତୀଶ କୁମାର କହନ୍ତି ଯେ ଏପ୍ରିଲ ଆରମ୍ଭରୁ ଟେଲି ମନୋରୋଗ ପରାମର୍ଶରେ ଅତିକମରେ ୨୦ ପ୍ରତିଶତ ବୃଦ୍ଧି ହୋଇଛି। ଲୋକେ ଭାବୁଛନ୍ତି ସେମାନେ ମରିବାକୁ ଯାଉଛନ୍ତି। ମୃତ୍ୟୁ ଚିନ୍ତା ଅଧିକ ବଢ଼ିଯାଇଛି। ଲୋକେ ସୁପରସ୍ପ୍ରେଡର ହେବା, ପରିଜନଙ୍କୁ କ୍ଷତି ପହଞ୍ଚାଇବା ଓ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି। ଏବେ ସେମାନେ ମେଡିକାଲ ସହାୟତା ପାଇଁ ପହଞ୍ଚିଛନ୍ତି। ଏହି ସ୍ଥିତିରୁ ବାହାରିବାର ଏକମାତ୍ର ଉପାୟ ହେଉଛି ଆଶାବାଦୀ ଦୃଷ୍ଟିକୋଣ ରଖିବା ଓ ଏହି ସମୟ ବିତିଯିବା ମନ୍ତ୍ର ଜପ କରିବା ବୋଲି ଡାକ୍ତର ସତୀଶ କୁମାର କହନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ