ମମତାଙ୍କୁ ଫୋନ୍‌ କରି ଶୁଭେଚ୍ଛା ଜଣାଇଲେ ନବୀନ


ମମତା ଓ ନବୀନ (ଫାଇଲ୍‌ ଫଟେ)
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ହୋଇଛି। ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି ଟିଏମ୍‌ସି ନେତ୍ରୀ ମମତା ବାନାର୍ଜୀ। ମମତାଙ୍କ ବିଜୟ ପରେ ତାଙ୍କୁ ଅନେକ ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ସୋମବାର ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଏହାସହ ଶୁଭେଚ୍ଛା ମଧ୍ୟ ଜଣାଇଥିବା ସୂଚନା ମିଳିଛି।

୨୯୪ଟି ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ଟିଏମ୍‌ସି ୨୧୩ଟି ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ମୋଦି-ଶାହଙ୍କ ଜୋରସୋର ପ୍ରଚାର ସତ୍ତ୍ୱେ ବିଜେପି କ୍ଷମତା ଦଖଲ କରିବାରେ ବିଫଳ ହୋଇଛି। ୨୦୧୯ ଲୋକସଭା ନିର୍ବାଚନର ବିଜେପି ଏଠାରୁ ୧୮ଟି ସିଟ୍ ଜିତିଥିଲେ ମଧ୍ୟ ଏଇ ବିଧାନସଭା ନିର୍ବାଚନରେ ସେହି ସଫଳତାକୁ ଦୋହରାଇ ପାରିନାହାନ୍ତି ଶାହା-ମୋଦି ଯୋଡ଼ି। ତେବେ ଦଳ ମମତାଙ୍କୁ ପରାସ୍ତ କରିବାରେ ସଫଳ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ