କୋରୋନା କାଳରେ ଟ୍ରେଣ୍ଡ ହେଉଛି ମାଇକ୍ରୋ ୱେଡିଂ


ପ୍ରତୀକାତ୍ମକ ଫଟୋ
କୋରୋନା କାଳରେ ବିବାହ କରିବା ବାସ୍ତବରେ ଏକ ଚ୍ୟାଲେଞ୍ଜିଂ କାମ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକେ ଘରେ ବାହାଘରର କିପରି ଆୟୋଜନ କରିବେ, ତାହାକୁ ନେଇ ଏବେ ଦ୍ବନ୍ଦ୍ବରେ ଅଛନ୍ତି। ଗୋଟିଏପଟେ ବାହାଘରରେ ଯଥାସମ୍ଭବ କମ ଲୋକ ସାମିଲ ହେବାକୁ ସରକାରଙ୍କ ପକ୍ଷରୁ ନିର୍ଦେଶ ରହିଥିବାବେଳେ ଅନ୍ୟପଟେ ବାହାଘର ଆୟୋଜନ କରୁଥିବା ବ୍ୟକ୍ତି ମଧ୍ୟ କେଉଁ ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରିବେ, କାହାକୁ କରିବେ ନାହିଁ, ତାହାକୁ ନେଇ ଚିନ୍ତାରେ ଅଛନ୍ତି। ଏବେ ମାଇକ୍ରୋ ୱେଡିଂ ବହୁତ ଟ୍ରେଣ୍ଡ କରୁଛି।

ମାଇକ୍ରୋ ୱେଡିଂ
କୋରୋନା କାଳରେ ମାଇକ୍ରୋ ୱେଡିଂ ଟ୍ରେଣ୍ଡରେ ରହିଛି। ଏହି ବାହାଘରରେ ବର ବଧୂଙ୍କ ସମେତ ପରିବାରର ବେଶ ନିକଟତମ ସମ୍ପର୍କୀୟ ସାମିଲ ହୋଇଥାନ୍ତି। ମାତ୍ର ୫୦ ଜଣଙ୍କ ମଧ୍ୟରେ ଏହି ବାହାଘରର ଆୟୋଜନ କରାଯାଉଛି। ବାହାଘରର ସମସ୍ତ ରୀତିନୀତି ଓ କାର୍ଯ୍ୟକ୍ରମ କମ ଲୋକଙ୍କ ଗହଣରେ ଆୟୋଜନ କରାଯାଉଛି। ଏହାକୁ ଫର୍ମାଲ, କାଜୁଆଲ କିମ୍ବା କମ୍ବାଇନ ସେଲିବ୍ରେସନ କୁହାଯାଇପାରିବ।

କମ ବଜେଟ
ସାଧାରଣ ବାହାଘର ତୁଳନାରେ ମାଇକ୍ରୋ ୱେଡିଂ ବହୁତ କମ ବଜେଟରେ ହୋଇଯାଏ। ଏପରିସ୍ଥଳେ ମାଇକ୍ରୋ ୱେଡିଂ କରୁଥିଲେ ବାହାଘରକୁ ସ୍ମରଣୀୟ କରିବା ପାଇଁ ଡେଷ୍ଟିନେସନ ଚୟନ କରିପାରିବେ। କାରଣ ଆପଣଙ୍କ ବଜେଟରେ ଏହି ବାହଘର ସମ୍ପନ୍ନ ହୋଇପାରିବ।

ଏମିତି କରନ୍ତୁ ଖାସ
ମାଇକ୍ରୋ ୱେଡିଂ ବହୁତ ଛୋଟ କାର୍ଯ୍ୟକ୍ରମ। ଏହାକୁ ସ୍ବତନ୍ତ୍ର କରିବା ଲାଗି ପାରମ୍ପରିକ ସ୍ଥାନ ଚୟନ କରିବା ବଦଳରେ ନିଜ ପସନ୍ଦର ରେସ୍ତୋରାଁ, ଏକ ସୁନ୍ଦର ପାର୍କ ଓ ବଗିଚାର କୌଣସି ସୁନ୍ଦର ଥିମ ଚୟନ କରି ବାହାଘର ଆୟୋଜନ କରିପାରିବେ। ବାହାଘରରେ ସ୍ବାଦିଷ୍ଟ ଭୋଜନ ସହିତ ଅତିଥିଙ୍କ ପାଇଁ ସ୍ମରଣୀୟ ମେନ୍ୟୁ ତିଆରି କରନ୍ତୁ। ସଙ୍ଗୀତ, ମେହେନ୍ଦୀ ଓ ହଳଦୀ ଉତ୍ସବ ପାଇଁ ଏକ ପସନ୍ଦର ଥିମ ଚୟନ କରି ଏହାକୁ ଅଧିକ ସ୍ମରଣୀୟ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ