ବିପତ୍ତିରୁ ଅବସର: ୱାର୍କ ଫ୍ରମ ହୋମରୁ ଗୁଗଲ ବର୍ଷକରେ ବଞ୍ଚାଇଛି ୭,୪୦୦ କୋଟି


ପ୍ରତୀକାତ୍ମକ ଫଟୋ
କୋରୋନା ମହାମାରୀ ଗତ ଦୁଇ ବର୍ଷ ହେଲାଣି ଲୋକଙ୍କୁ ଅସ୍ତବ୍ୟସ୍ତ କରି ରଖିଛି। ପୂରା ଦୁନିଆରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତରେ କୋରୋନା ଭାଇରସର ଦ୍ବିତୀୟ ଲହରୀ ସୁନାମୀ ଭଳି ମାଡ଼ିଚାଲିଛି। ଲୋକେ ତ୍ରାହି ତ୍ରାହି ଡାକିଲେଣି। ଏହି ମହାମାରୀ ବହୁତ କିଛି ନଷ୍ଟ କରି ଦେଇଛି। କିନ୍ତୁ ଏହା କେତେକ ନୂଆ ଜିନିଷ ମଧ୍ୟ ଆରମ୍ଭ କରିଛି। ଏବେ ସାରା ବିଶ୍ବର କୋଟି କୋଟି ଲୋକ ଘରୁ କାମ କରୁଛନ୍ତି। ୱାର୍କ ଫ୍ରମ ହୋମ ଏବେ ନିଉ ନର୍ମାଲ ବା ଟ୍ରେଣ୍ଡ ପାଲଟିଛି। ଏହି ୱାର୍କ ଫ୍ରମ ହୋମ ସୁବିଧା ପାଇଁ କମ୍ପାନୀମାନଙ୍କୁ ବହୁତ ଲାଭ ମିଳୁଛି।

ଗତ ବର୍ଷ ୱାର୍କ ଫ୍ରମ ହୋମ ପାଇଁ ଗୁଗଲ ୨୬୮ ବିଲିଅନ ଡଲାର ଅର୍ଥାତ ପାଖାପାଖି ୧୯୮୦ କୋଟି ଟଙ୍କା ବଞ୍ଚାଇ ପାରିଛି। ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ କହିଛି ଯେ ପ୍ରଥମ ତ୍ରୈମାସରେ ପ୍ରମୋସନ, ଟ୍ରାଭେଲ ଓ ଏଣ୍ଟରଟେନମେଣ୍ଟ ଉପରେ ପାଖାପାଖି ୧୯୮୦ କୋଟି ଟଙ୍କା ଅର୍ଥାତ ବର୍ଷକରେ ପାଖାପାଖି ୭,୪୦୦ କୋଟି ଟଙ୍କା ବଞ୍ଚାଇ ପାରିଛି। ଏହା ପୂର୍ବରୁ ମଧ୍ୟ ଗୁଗଲ ନିଜ ରିପୋର୍ଟରେ କହିଥିଲା ଯେ ୨୦୨୦ରେ ବିଜ୍ଞାପନ ଓ ପ୍ରମୋସନାଲ ଖର୍ଚ୍ଚରେ ୧୪୦ କୋଟି ଡଲାର ଅର୍ଥାତ ପାଖାପାଖି ୧୦,୩୬୦ କୋଟି ଟଙ୍କା କମ ଖର୍ଚ୍ଚ ହୋଇଛି। ଏହାର ବଡ଼ କାରଣ ମହାମାରୀ। ଏହାବ୍ୟତୀତ ଅଧିକାଂଶ ଇଭେଣ୍ଟ ଭର୍ଚୁଆଲରେ ହୋଇଥିଲା। ଏହାଦ୍ବାରା ମଧ୍ୟ ବହୁତ ଟଙ୍କା ସଞ୍ଚୟ ହୋଇଥିଲା। ଟ୍ରାଭେଲ ଓ ଏଣ୍ଟରଟେନମେଣ୍ଟ ପାଇଁ ହେଉଥିବା ଖର୍ଚ୍ଚରେ ୨,୭୪୦ କୋଟି ଟଙ୍କା କମ ହୋଇଛି।

କୋରୋନା ମହାମାରୀ କାରଣରୁ ଅଧିକାଂଶ ଲୋକଙ୍କୁ କ୍ଷତି ସହିବାକୁ ପଡ଼ିଛି। କିନ୍ତୁ ଗୁଗଲର ଆୟରେ ୩୪ ପ୍ରତିଶତ ବୃଦ୍ଧି ହୋଇଛି। ଏବେ ଗୁଗଲରେ ୱାର୍କ ଫ୍ରମ ହୋମ ଚାଲିଛି। କିନ୍ତୁ ଚଳିତ ବର୍ଷ ଶେଷ ସୁଦ୍ଧା କର୍ମଚାରୀଙ୍କୁ ପୁଣିଥରେ ଅଫିସ ଡାକିବାକୁ ଯୋଜନା ରହିଛି ବୋଲି ଗୁଗଲ ଘୋଷଣା କରିଥିଲା। ଗୁଗଲ ନିଜ କର୍ମଚାରୀଙ୍କ ଦେଖାଶୁଣା ଓ ଅନ୍ୟାନ୍ୟ ସୁବିଧା ପାଇଁ ମସାଜ ଟେବଲ, କ୍ୟାଟରେ କୁଜିନ୍ସ ଓ କର୍ପୋରେଟ ରିଟ୍ରିଟ ଉପର ବହୁତ ଖର୍ଚ୍ଚ କରିଥାଏ। କିନ୍ତୁ ୱାର୍କ ଫ୍ରମ ହୋମ ସମୟରେ ଏହି ଭତ୍ତା ଦିଆଯାଉ ନାହିଁ। ଏହାଦ୍ବାରା ମଧ୍ୟ କମ୍ପାନୀ ବହୁତ ସଞ୍ଚୟ କରିପାରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ