ଖରାଦିନେ ଆଳୁ ପିଆଜକୁ ସୁରକ୍ଷିତ ରଖିବାର ଘରୋଇ ଉପାୟ


ପ୍ରତୀକାତ୍ମକ ଫଟୋ
ଖରାଦିନେ ପନିପରିବା ଶୀଘ୍ର ନଷ୍ଟ ହୋଇଯାଏ। ତେଣୁ ଏହାକୁ ସୁରକ୍ଷିତ ରଖିବା ଲାଗି ଫ୍ରିଜରେ ରଖାଯାଇଥାଏ। କିନ୍ତୁ ଆଳୁ ପିଆଜ ଫ୍ରିଜରେ ରଖା ନ ଯାଇ ବାହାରେ ଝୁଡ଼ିରେ ରଖାଯାଏ। କିନ୍ତୁ ବେଶୀ ଦିନ ରହିବା ପରେ ଏହା ଖରାପ ହେବାରେ ଲାଗିଥାଏ। ତେଣୁ କେତେକ ଉପାୟ ଅବଲମ୍ବନ କରି ଆଳୁ ପିଆଜକୁ ସୁରକ୍ଷିତ ରଖିପାରିବେ।

  • ଆଳୁକୁ କାଗଜ ଠୁଙ୍ଗାରେ ରଖନ୍ତୁ। ଏହାକୁ ଅନ୍ଧାରୁଆ ଓ ଥଣ୍ଡା ସ୍ଥାନରେ ରଖନ୍ତୁ।
  • ଯଦି ଆଳୁ ଓଦା ଥାଏ, ତେବେ ଏହାକୁ ଭଲ ଭାବେ ପୋଛି ରଖନ୍ତୁ। ଆପଣ ସୂତା କପଡ଼ା ବ୍ୟାଗରେ ମଧ୍ୟ ଆଳୁ ରଖିପାରିବେ।
  • ଗରମ ସ୍ଥାନରେ ଆଳୁ ପିଆଜ ରଖିବା ଫଳରେ ଏହା ଅଙ୍କୁରିତ ହେବାରେ ଲାଗେ। ପିଆଜକୁ ପବନ ଯିବା ଆସିବା କରିବା ସ୍ଥାନରେ ରଖନ୍ତୁ। ଯାହାଫଳରେ ଏଥିରେ ଫିମ୍ପି ଲାଗିବନି।
  • ଆଳୁ ଓ ପିଆଜକୁ ବାକି ଅନ୍ୟ ପରିବା ଓ ଫଳ ଝୁଡ଼ିଠାରୁ ଦୂରେଇ ରଖିବା ଉଚିତ। ଆଳୁ ଓ ପିଆଜକୁ ଏକାଠି ରଖିବା ଦ୍ବାରା ମଧ୍ୟ ଏହା ଶୀଘ୍ର ନଷ୍ଟ ହୋଇଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ