ନିଲାମ ହେବ ବିଶ୍ବର ସବୁଠୁ ପୁରୁଣା ମଦ, ଦାମ ଉଡ଼ାଇଦେବ ହୋଶ


ପ୍ରତୀକାତ୍ମକ ଫଟୋ
କୁହାଯାଏ, ମଦ ଯେତିକି ପୁରୁଣା ହେବ, ତାହାର ଦାମ ସେତିକି ବଢ଼ିଯିବ। ଏବେ ଆମେରିକାର ଜର୍ଜିଆ ଅଞ୍ଚଳର ଲାଙ୍ଗ୍ରାଜ ସହରରେ ବିଶ୍ବର ସବୁଠାରୁ ପୁରଣା ମଦ ବିକ୍ରି ହେବାକୁ ଯାଉଛି। କୁହାଯାଉଛି ଯେ ଓଲ୍ଡ ଇଂଲଣ୍ଡ ହ୍ବିସ୍କିିକୁ ବିଶ୍ବର ସବୁଠାରୁ ପୁରୁଣା ମଦ। ୨୨ରୁ ୩୦ ଜୁନ ମଧ୍ୟରେ ଏହାର ଅନଲାଇନ ନିଲାମି ହେବାକୁ ଯାଉଛି।

ନିଲାମି କରୁଥିବା ସଂସ୍ଥା ସ୍କିନରର କହିବାନୁସାରେ ଏହା ଐତିହାସିକ ବରବନ ହ୍ବିସ୍କି। ଏବେ ବିଶ୍ବରେ ଏହାର ଏକମାତ୍ର ବୋତଲ ବଞ୍ଚିଛି। ଏହାକୁ ଜେପି ମୋର୍ଗାନ ୱାଶିଂଟନର କୌଣସି ବ୍ୟକ୍ତିଙ୍କୁ ୧୯୪୦ରେ ଉପହାର ସ୍ବରୂପ ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେ ଏହି ପରିବାର ଉକ୍ତ ହ୍ବିସ୍କିକୁ ତିନି ପିଢ଼ି ଯାଏ ସମ୍ଭାଳି ରଖିଥିଲେ ଓ ଏବେ ଏହାର ନିଲାମି ହେବାକୁ ଯାଉଛି। ୟୁନିଭସିର୍ଟି ଅଫ ଜର୍ଜିଆ ମୁତାବକ ଏହି ହ୍ବିସ୍କି ପାଖାପାଖି ୨୫୦ ବର୍ଷର ପୁରୁଣା। ବିଶେଷଜ୍ଞଙ୍କ ଅନୁସାରେ ଏହି ମଦକୁ ୧୭୬୨ରୁ ୧୮୦୨ ମଧ୍ୟରେ ତିଆରି କରାଯାଇଥିଲା। ଏହି ହ୍ବିସ୍କି ବୋତଲ ୧୭୭୦ ଦଶକରେ ହୋଇଥିବା ଐତିହାସିକ  ହ୍ବିସ୍କି ବିପ୍ଳବର ଅଂଶବିଶେଷ ଥିଲା।

ଏହି ଦୁର୍ଲଭ ମଦ ପାଇଁ ଅନଲାଇନରେ ବୋଲି ଲାଗିବ। କୁହାଯାଉଛି ଏଥିପାଇଁ ୨୦ରୁ ୪୦ ହଜାର ଡଲାର ଅର୍ଥାତ ୧୫ରୁ ୩୦ ଲକ୍ଷ ପର୍ଯ୍ୟନ୍ତ ବୋଲି ଲାଗିପାରେ। ସୂଚନା ମୁତାବକ ଏହି ହ୍ବିସ୍କି ବୋତଲ ଲାଙ୍ଗ୍ରାଜା ନାମକ ସହରରେ ଭରା ଯାଇଥିଲା। ଏଠାରେ ମଦକୁ ଦୀର୍ଘ ଦିନ ଯାଏ ଷ୍ଟୋର କରିବାର ପୁରୁଣା ପରମ୍ପରା ରହିଛି। ଜ୍ୟାକ ମୋର୍ଗାନ ଏହାକୁ ସାଉଥ କ୍ୟାରୋଲିନାର ଜେମ୍ସ ବ୍ରାୟନ୍ସଙ୍କୁ ନିଲାମି ପାଇଁ ଉପହାର ସ୍ବରୂପ ଦେଇଥିଲେ। ବ୍ରାୟନ୍ସ ଏହି ବୋତଲକୁ ନିଜ ନିକଟତମ ବନ୍ଧୁ ଫ୍ରାନ୍ସିସ ଡ୍ରାକଙ୍କୁ ଦେଇଥିଲେ। ଫ୍ରାନ୍ସିସ ପରିବାର ଏହି ବୋତଲକୁ ତିନି ପିଢ଼ି ଯାଏ ସମ୍ଭାଳି କରି ରଖିଥିଲେ। ଏବେ ଏହାର ନିଲାମ ହେବାକୁ ଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ