ମହିଳା ବି କଂସେଇ: ଦୁନିଆକୁ ନାହିଁ ପରୱା, ଆର୍ଥିକ ରୁପେ ସ୍ବାବଲମ୍ବୀ


ଚେନ୍ନାଇର ମହିଳା କଂସେଇ
ମହିଳାମାନେ ଯେଉଁ ବି କ୍ଷେତ୍ରରେ ପାଦ ରଖିଛନ୍ତି, ସେଠାରେ ସଫଳତା ପାଇଛନ୍ତି। ଇତିହାସ ଏହାର ସାକ୍ଷୀ ରହିଛି। ଖେଳ, ରାଜନୀତି, ବିଜ୍ଞାନ, ଡାକ୍ତରୀ ହେଉ ବା ବ୍ୟବସାୟ ଯେ କୌଣସି କ୍ଷେତ୍ରରେ ମହିଳାମାନେ ନିଜର ଧାକ ଜମାଇ ଉଦାହରଣ ସୃଷ୍ଟି କରିଛନ୍ତି।

କଂସେଇ ନାମ ଶୁଣିବା ମାତ୍ରେ ଆଖି ସାମ୍ନାରେ ପୁରୁଷଙ୍କ ଛବି ଆସିଯାଏ। କିନ୍ତୁ ଯଦି କୌଣସି ମହିଳାଙ୍କୁ କଂସେଇ ରୂପରେ ଦେଖିବେ, ନିହାତି ଆଶ୍ଚର୍ଯ୍ୟ ଲାଗିଥାଏ। କିନ୍ତୁ ଚେନ୍ନାଇରେ ଏଭଳି କେତେକ ମହିଳାଙ୍କୁ ଦେଖିବାକୁ ମିଳିଥାଏ। ଯେଉଁମାନେ କଂସେଇ ଭାବେ କାମ କରିଥାନ୍ତି। ଏହି ମହିଳାମାନେ ନିଜ ଅନୁଭୂତି ଶେୟାର କରିଛନ୍ତି, ଯେଉଁମାନେ ଅଲଗା ଅଲଗା ଟେଣ୍ଡରକଟସ ଆଉଟଲେଟରେ କଂସେଇ କାମ କରୁଛନ୍ତି। ଏମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ସୁନ୍ଦରଭାନୀ ଓ ଚିନ୍ନା ପୋନ୍ନୁ। ଏହି ମହିଳାମାନେ ପରିବାରକୁ ଆର୍ଥିକ ରୂପେ ମଜବୁତ କରିବା ଲାଗି କଂସେଇ ଭାବେ କାମ କରିବା ଆରମ୍ଭ କରିଛନ୍ତି। ସେମାନେ ପୁରୁଷଙ୍କ ସହିତ ଅଲଗା ଅଲଗା ଶିଫ୍ଟରେ କାମ କରୁଛନ୍ତି। ନିଜ କାମରେ ସେମାନଙ୍କୁ ବେଶ ଆତ୍ମସନ୍ତୋଷ ଓ ଖୁସି ମିଳୁଛି। କଂସେଇ ଭାବେ କାମ କରୁଥିବାରୁ ସେମାନେ ନିଜକୁ ଗର୍ବିତ ମନେ କରୁଛନ୍ତି। କାରଣ ଆତ୍ମସମ୍ମାନର ସହ କାମ କରୁଥିବାରୁ ସେମାନେ ଖୁସି ଅଛନ୍ତି। ଏହି କାମ କରି ସେ ତାଙ୍କର ପରିବାରକୁ ଆର୍ଥିକ ରୂପେ ସାହାଯ୍ୟ କରିବା ସହିତ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବାରେ ମଧ୍ୟ ସମର୍ଥ ହୋଇପାରୁଛନ୍ତି।

ସୁନ୍ଦରଭାନୀଙ୍କ ମୁତାବକ ଜଣେ କଂସେଇଙ୍କୁ ସଫା ସୁତୁରା ଓ ଉତ୍ତମ ବାତାବରଣରେ ମାଂସ କାଟିବାଠାରୁ ଆରମ୍ଭ କରି ସଫା ଓ ପ୍ୟାକିଂ କାମ ଦେଖିବା ପରେ ସେ ମଧ୍ୟ କଂସେଇ ଭାବେ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହି କ୍ଷେତ୍ରରେ କାମ କରିବା ନିଷ୍ପତ୍ତି ଉପରେ ମଧ୍ୟ କମ୍ପାନୀ ସହମତି ହୋଇଯାଇଥିଲା। ତିନି ମାସର ତାଲିମ ପରେ ସେ କଂସେଇ ଭାବେ ବିଭାଗରେ ସାମିଲ ହୋଇଥିଲେ। ସୁନ୍ଦରଭାନୀ ଶିଫ୍ଟରେ କାମ କରୁଛନ୍ତି। ଏହି କାମ କରି ସେ ଦୋକାନରେ ଗ୍ରାହକଙ୍କ ସେବା କରୁଛନ୍ତି ଓ ଏହି କାମ ତାଙ୍କୁ ବହୁତ ଖୁସି ଦେବା ସହିତ ସୁରକ୍ଷିତ ମନେ କରୁଛନ୍ତି। ସୁନ୍ଦରଭାନୀ ତାଙ୍କ ପୁଅକୁ ପୋଲିସ ଓ ଝିଅକୁ ଡାକ୍ତର କରିବାକୁ ଚାହୁଛନ୍ତି।

କଂସେଇ ଭାବେ କାମ କରୁଥିବା ଅନ୍ୟ ଜଣେ ମହିଳା ହେଉଛନ୍ତି ୪୫ ବର୍ଷୀୟ ଚିନ୍ନା ପୋନ୍ନୁ। ଏହି ପେସାକୁ ସେ ବହୁତ ପାଖରୁ ଦେଖିଛନ୍ତି। କାରଣ ତାଙ୍କ ପିତା ମଧ୍ୟ ଜଣେ କଂସେଇ ଥିଲେ। ସେ ତାଙ୍କ ପିତାଙ୍କ ସହ ଦୋକାନରେ ବସୁଥିଲେ ଓ ତାଙ୍କ ପାଇଁ ଛୋଟ ମୋଟ କାମ କରୁଥିଲେ। ଅଚାନକ ତାଙ୍କ ପିତାଙ୍କ ମୃତ୍ୟୁ ପରେ ଚିନ୍ନା ପୋନ୍ନୁ ପାରମ୍ପରିକ କଂସେଇ କାମ ସମ୍ଭାଳି ଥିଲେ। କାରଣ ତାଙ୍କର ଦୁଇ ବଡ଼ ଭଉଣୀଙ୍କ ବାହାଘର ହୋଇଯାଇଥିଲା। ତେଣୁ ଏହି କାମ ତାଙ୍କ ପାଇଁ ଦାୟିତ୍ବ ପାଲଟି ଯାଇଥିଲା। ତାଙ୍କୁ ସମସ୍ତେ କଂସେଇର ଝିଅ ଭାବେ ଜାଣନ୍ତି। ଚିନ୍ନା କହିଛନ୍ତି ଯେ ଦୁଇ ବର୍ଷ ପରେ ସେ ଚେନ୍ନାଇ ଶିଫ୍ଟ ହୋଇଥିଲେ। ଏକ ଟେଣ୍ଡରକଟସରେ ଚାକିରି ଖାଲି ଥିବା ଶୁଣିବା ପରେ ଏଥିପାଇଁ ସେ ଆବେଦନ କରିଥିଲେ। କାରଣ ଏଥିରେ ତାଙ୍କର ଅଭିଜ୍ଞତା ଥିଲା। ଏହାପରେ କମ୍ପାନୀ ତାଙ୍କୁ ସଫା ସୁତୁରା କରିବାକୁ ରଖିଥିଲା। ତେବେ ଏରିଆ ସେଲ୍ସ ମ୍ୟାନେଜର ଚିନ୍ନା ଜଣେ ପେସାଦାର କଂସେଇ ଜାଣିବା ପରେ ତାଙ୍କୁ ତୁରନ୍ତ ଚିକେନ, ମଟନ ଓ ମାଛ କାଟିବା ଓ ସଫା କରିବା କାମ ଦାୟିତ୍ବ ଦେଇଥିଲେ। ଏହି କାମ ପାଇଁ ତାଙ୍କ ପରିବାର ତାଙ୍କ ଉପରେ ଗର୍ବ କରୁଥିବା ଚିନ୍ନା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ