ତିଆରି କରନ୍ତୁ ଚଟପଟି କଞ୍ଚା ଆମ୍ବ ତରକାରି


କଞ୍ଚା ଆମ୍ବ ତରକାରି
ଖରାଦିନେ ଲୋକେ କଞ୍ଚା ଆମ୍ବ ଚଟଣି, ଆଚାର ଆଦି କରି ଖାଇଥାନ୍ତି। କିନ୍ତୁ ଏଠାରେ ଆମ୍ବ ଚଟଣି କିମ୍ବା ଆଚାର ନୁହେଁ, ବରଂ ଚଟପଟି କଞ୍ଚା ଆମ୍ବ ତରକାରି ତିଆରି କରିପାରିବେ। ଏହାର ଏକ ନିଆରା ସ୍ବାଦ ରହିଛି। ତେବେ ଚାଲନ୍ତୁ ଜାଣିବା କଞ୍ଚା ଆମ୍ବ ତରକାରିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୧ କପ କଟା କଞ୍ଚା ଆମ୍ବ, ଅଧ କପ ଗୁଡ଼, ୨ ଚିମୁଟା ଜିରା ଗୁଣ୍ଡ, ଶୁଖିଲା ଲଙ୍କା ଗୁଣ୍ଡ, ଅଧ ଚାମଚ ସୋରିଷ, ୮ରୁ ୧୦ଟି ଭୃସଙ୍ଗ ପତ୍ର, ଅଧ କପ କୋରୋ ନଡ଼ିଆ, ୨ଚାମଚ କଟା ଧନିଆ ପତ୍ର, ଚିମୁଟେ ହେଙ୍ଗୁ, ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଆମ୍ବର ଚୋପା ଛଡ଼ାଇ ଖଣ୍ଡ ଖଣ୍ଡ କରି କାଟନ୍ତୁ। ଆମ୍ବ ସିଝିବା ଯାଏ ଏହାକୁ ପାଣି ଦେଇ ସିଝାନ୍ତୁ। ଆଉ ଏକ ପ୍ୟାନରେ ଗୁଡ଼ ଓ ପାଣି ଏକାଠି ଭଲ ଭାବେ ମିଶାନ୍ତୁ। ଏହାପରେ ଆମ୍ବକୁ ପାଣିରୁ ଛାଣି ଦିଅନ୍ତୁ। ସିଝା ଆମ୍ବକୁ ଗ୍ରାଇଣ୍ଡରେ ଗ୍ରାଇଣ୍ଡିଂ କରନ୍ତୁ। ଏଥିରେ ଭଜା ଶୁଖିଲା ଲଙ୍କା ଓ କୋରା ନଡ଼ିଆ ପକାଇ ପେଷ୍ଟ ତିଆରି କରନ୍ତୁ। ଏକ ପ୍ୟାନରେ ଅଳ୍ପ ତେଲ ଗରମ କରନ୍ତୁ। ଏବେ ଏଥିରେ ସୋରିଷ ଓ ଭୃସଙ୍ଗ ପତ୍ର ପକାଇ ଫୁଟାନ୍ତୁ। ଏବେ ଏଥିରେ ଗୁଡ଼ ପାଣି ମିଶାଇ ଫୁଟାନ୍ତୁ। ପରେ ଏଥିରେ ଆମ୍ବ ପେଷ୍ଟ ପକାଇ ଭଲ ଭାବେ ଗୋଳାନ୍ତୁ। ଏହାପରେ ଏଥିରେ ଏକ କପ ପାଣି ଓ ଲୁଣ ପକାନ୍ତୁ। କିଛି ସମୟ ଗୋଳାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କଞ୍ଚା ଆମ୍ବ ତରକାରି। ଏହା ଉପରେ ଧନିଆ ପତ୍ର ସଜାଇ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ