ପଟିଆଲା ଜେଲ୍‌ରୁ ୩ ଦୁର୍ଦ୍ଦାନ୍ତ କଏଦୀ ଚମ୍ପଟ


ପଟିଆଲା ସେଣ୍ଟ୍ରାଲ୍ ଜେଲ (ପ୍ରତୀକାତ୍ମକ ଫଟୋ)
ପଞ୍ଜାବର ପଟିଆଲା ଜେଲ୍‌ରୁ ୩ ଜଣ ଦୁର୍ଦ୍ଦାନ୍ତ କଏଦୀ ଚମ୍ପଟ୍ ମାରିଥିବା ଜଣାପଡ଼ିଛି। ବର୍ତ୍ତମାନ ପଞ୍ଜାବରେ ସନ୍ଧ୍ୟା ୬ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେଉଥିବା ବେଳେ କଏଦୀମାନେ ଏହାର ଫାଇଦା ନେଇ ଫେରାର ହୋଇଥିବା ଅନୁମାନ କରାଯାଉଛି। ଏମାନଙ୍କ ମଧ୍ୟରେ ବ୍ରିଟେନ ପକ୍ଷରୁ ପ୍ରତ୍ୟର୍ପିତ ହୋଇଥିବା ଶେର ସିଂ ନାମକ ଜଣେ କଏଦୀ ୨୨ ବର୍ଷ କାରାଦଣ୍ଡାଦେଶ କାଟୁଛି। ଶେର୍ ସିଂ ବ୍ୟତୀତ ଫେରାର୍ ହୋଇଥିବା ଅନ୍ୟ ଦୁଇ ଜଣ କଏଦୀଙ୍କ ନାମ କପୁରତାଲାର ଇନ୍ଦରଜିତ୍ ସିଂ ଏବଂ ଲୁଧିଆନା ଓ ରୋପଡ଼ ଅନ୍ତର୍ଗତ କିରତପୁର ସାହିବର ଜସବୀର ସିଂ। ଏହାଛଡ଼ା ଶେର୍ ସିଂର ଘର ଅମ୍ରିତସରର ଲୋପୋକେ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଏ ସଂକ୍ରାନ୍ତରେ ଜେଲର ଆଇଜି ରୂପ କୁମାର କହିଛନ୍ତି ଯେ ପଟିଆଲା ଜେଲ୍ ଭିତରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ତେବେ ତିନି କଏଦୀ ଜେଲ୍ ବାଉଣ୍ଡାରୀ ଓ୍ୱାଲ୍ ଡେଇଁ ଫେରାର୍ ହୋଇଯାଇଥିବା ଅନୁମାନ କରାଯାଉଛି। ଏକ ହତ୍ୟାକାଣ୍ଡ ମାମଲାରେ ଶେର୍ ସିଂକୁ ୨୨ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଶେର୍ ସିଂ ଭଟିଣ୍ଡା ଜେଲରେ ବନ୍ଦୀ ଭାବେ ଥିଲା। ନିକଟରେ ତାକୁ ପଟିଆଲାର ସେଣ୍ଟ୍ରାଲ୍ ଜେଲକୁ ଅଣାଯାଇଥିଲା। ସେମାନେ ରହୁଥିବା ସେଲର ଓ୍ୱାଶ ରୁମରେ ଏକ ଗାତ ଖୋଳି ସେଲ୍ ବାହାରକୁ ଆସିବା ସହ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିବା ଅନୁମାନ କରାଯାଉଥିବା ରୂପ କୁମାର କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ