ରାତିକରେ ବିଶ୍ୱକର୍ମା ନିର୍ମାଣ କରିଥିଲେ ଏହି ମନ୍ଦିର, ଜାଣନ୍ତୁ ଏହାର ମହିମା


ବିହାରର ସୂଯ୍ୟ ମନ୍ଦିର (ଫାଇଲ୍ ଫଟୋ)
ବିହାରର ଔରଙ୍ଗାବାଦ ଜିଲାରେ ଥିବା ପ୍ରାଚୀନ ସୂର୍ଯ୍ୟ ମନ୍ଦିର ଅଦ୍ଭୁତ। ଏହା ଦେଶ ବିଦେଶର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି। ଏହି ମନ୍ଦିରର ନିର୍ମାଣ ଭଗବାନ ବିଶ୍ୱକର୍ମା ସ୍ବୟଂ ନିଜ ହାତରେ ଗୋଟିଏ ରାତିରେ କରିଥିଲେ। ଏହା ଦେଶର ଏକମାତ୍ର ସୂର୍ଯ୍ୟମନ୍ଦିର, ଯାହାର ଦ୍ୱାର ପଶ୍ଚିମ ଆଡ଼କୁ ରହିଛି।

ନିଆରା ସୂର୍ଯ୍ୟ ମନ୍ଦିର
ଏହି ନିଆରା ମନ୍ଦିରରେ ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତି ସାତଟି ରଥ ଉପରେ ରହିଛି। ଏଥିରେ ତାଙ୍କର ତିନୋଟି ରୂପର ବର୍ଣ୍ଣନ କରାଯାଇଛି। ଏଠାରେ ସେ ପ୍ରାତଃ ସୂର୍ଯ୍ୟ, ମଧ୍ୟ ସୂର୍ଯ୍ୟ ଓ ଅସ୍ତ ସୂର୍ଯ୍ୟ ରୂପରେ ବିଦ୍ୟମାନ। ପୂରା ଦେଶରେ ଏହା ଏକମାତ୍ର ସୂର୍ଯ୍ୟମନ୍ଦିର, ଯାହା ପୂର୍ବାଭିମୁଖୀ ନ ହୋଇ ପଶ୍ଚିମାଭିମୁଖୀ ଅଟେ।

ବାସ୍ତୁକଳାର ଅଦ୍ଭୁତ ଉଦାହରଣ
ପାଖାପାଖି ୧୦୦ ଫୁଟ୍‌ ଉଚ୍ଚର ଏହି ସୂର୍ଯ୍ୟ ମନ୍ଦିର ବାସ୍ତୁକଳାର ଏକ ନିଆରା ଉଦାହରଣ। ଏହି ମନ୍ଦିରର ନିର୍ମାଣ ପାଖାପାଖି ଦେଢ଼ ଲକ୍ଷ ବର୍ଷ ପୂର୍ବେ ହୋଇଥିଲା। ସିମେଣ୍ଟ୍‌ କିମ୍ବା ଚୂନ ବ୍ୟବହାର ନ ହୋଇ ଏହି ମନ୍ଦିର ନିର୍ମାଣ ହୋଇଛି ବୋଲି କୁହାଯାଉଛି। ଆୟତାକାର, ବର୍ଗାକାର, ଅର୍ଦ୍ଧବୃାକାର, ଗୋଲାକାର, ତ୍ରିଭୂଜାକାର ଆଦି ବିଭିନ୍ନ ଆକାରରେ କଟାଯାଇଥିବା ପଥରକୁ ଯୋଡ଼ି ଏହାକୁ ନିର୍ମାଣ କରାଯାଇଛି।

ମନ୍ଦିର ସହିତ ଜଡ଼ିତ ଅଦ୍ଭୁତ ଇତିହାସ
ଏହି ସୂର୍ଯ୍ୟ ମନ୍ଦିର ନିଜ ଇତିହାସ ପାଇଁ ମଧ୍ୟ ଜଣାଶୁଣା। ଏହା ଔରଙ୍ଗାବାଦରୁ ପାଖାପାଖି ୧୮ କିମି ଦୂରରେ ରହିଛି। ଏହି ମନ୍ଦିରକୁ କଳା ଓ ବାଦାମୀ ପଥରରେ ନିର୍ମାଣ କରାଯାଇଛି। ଏହି ସୂର୍ଯ୍ୟ ମନ୍ଦିର ଦେଖିବାକୁ କେତେକାଶଂରେ ଓଡ଼ିଶାର ଜଗନ୍ନାଥ ମନ୍ଦିର ଆକୃତିର। ମନ୍ଦିରର ନିର୍ମାଣ କାଳ ସମ୍ବନ୍ଧରେ ସଂସ୍କୃତରେ ଲିଖିତ ଏକ ଶ୍ଳୋକ ରହିଛି। ଏହା ଅନୁସାରେ ୧୨ ଲକ୍ଷ ୧୬ ହଜାର ବର୍ଷ ପୂର୍ବେ ତ୍ରେତୟା ଯୁଗ ବିତିବା ପରେ ଇଲାପୁତ୍ର ପୁରୁରବା ଏଲ ସୂର୍ଯ୍ୟ ଦେବଙ୍କ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ। ଯେଉଁ ଭକ୍ତମାନେ ଏଠାରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରନ୍ତି, ତାଙ୍କର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଠାରେ ଥିବା ପୋଖରୀକୁ ସୂର୍ଯ୍ୟକୁଣ୍ଡ ବୋଲି କୁହାଯାଏ। ଏହି କୁଣ୍ଡରେ ସ୍ନାନ କରିବା ପରେ ସୂର୍ଯ୍ୟଦେବଙ୍କ ଆରାଧନା କରାଯାଏ। ମନ୍ଦିରର ପରମ୍ପରା ଅନୁସାରେ ପ୍ରତ୍ୟେକ ଦିନ ଭୋର ୪ଟାରେ ଘଣ୍ଟି ବଜାଇ ଭଗବାନଙ୍କ ନିଦ୍ରାଭଙ୍ଗ କରାଯାଏ। ଏହାପରେ ଭଗବାନଙ୍କ ପ୍ରତିମାକୁ ସ୍ନାନ କରାଯାଏ ଓ ଚନ୍ଦନ ଲଗାଇ ନୂଆ ବସ୍ତ୍ର ପରିଧାନ କରାଯାଏ।

ମନ୍ଦିର ନିର୍ମାଣ କାହାଣୀ
ସୂର୍ଯ୍ୟ ପୁରାଣ ଅନୁସାରେ ଏଲ ନାମକ ଜଣେ ରାଜା ଋଷିଙ୍କ ଶାପଗ୍ରସ୍ତ ହୋଇ ଶ୍ୱେତ କୁଷ୍ଠ ରୋଗରେ ପୀଡ଼ିତ ହୋଇଥିଲେ। ଏକଦା ଶିକାର କରିବାକୁ ଯାଇଥିବାବେଳେ ସେ ଜଙ୍ଗଲରେ ରାସ୍ତା ଭୁଲି ଯାଇଥିଲେ। ଭୋକ ଶୋଷରେ ଆଉଟପାଉଟ ହୋଇ ଜଙ୍ଗଲରେ ଥିବା ଏକ ପୁଷ୍କରିଣୀରୁ ପାଣି ପିଇଥଲେ। ଯେଉଁ ସବୁ ଅଙ୍ଗରେ ଏହି ପାଣି ଲାଗିଥିଲା, ତାହା କୁଷ୍ଠମୁକ୍ତ ହେବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ସେ ସେହି ପୁଷ୍କରିଣୀରେ ସ୍ନାନ କରି ପୂରାପୂରି କୁଷ୍ଠମୁକ୍ତ ହୋଇଥିଲ। ଏହାପରେ ରାତିରେ ସେ ସେଠାରେ ବିଶ୍ରାମ ନେଇଥିଲେ। ଭଗବାନ ସୂର୍ଯ୍ୟଙ୍କ ପ୍ରତିମା ଉକ୍ତ ସରୋବରରେ ପୋତି ହୋଇ ରହିଥିବା ଏଲ ରାଜା ସ୍ବପ୍ନରେ ଦେଖିଥିଲେ। କୁହାଯାଉଛି ଏଲ ରାଜାଙ୍କନିର୍ଦେଶ ମୁତାବକ ପୋଖରୀରୁ ମୂର୍ତ୍ତି ବାହାର କରାଯାଇ ମନ୍ଦିରରେ ସ୍ଥାପନ କରାଯାଇଥିଲା ଓ ସୂର୍ଯ୍ୟକୁଣ୍ଡ ନିର୍ମାଣ କରାଯାଇଥିଲା। କିନ୍ତୁ ମନ୍ଦିର ଅକ୍ଷତ ଥିଲା। ସେହି ମୂର୍ତ୍ତି ସମ୍ପର୍କରେ ଆଜିଯାଏ କେହି ଜାଣି ନାହାନ୍ତି। ମନ୍ଦିର ପରିସରରେ ଯେଉଁ ମୂର୍ତ୍ତି ରହିଛି, ତାହା ଖଣ୍ଡିତ  ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ