କୋଭିଡ-୧୯ ଫୁସ୍‌ଫୁସ୍‌କୁ କରୁଛି ସଂକ୍ରମିତ, ନିଜକୁ ଏମିତି ରଖନ୍ତୁ ସୁରକ୍ଷିତ


ପ୍ରତୀକାତ୍ମକ ଫଟୋ
କୋରୋନା ଭାଇରସର ଦ୍ୱିତୀୟ ଲହରୀ ପୂରା ଦେଶକୁ ପ୍ରଭାବିତ କରି ରଖିଛି। ଏଥର କୋରୋନା ଭାଇରସ ସିଧାସଳଖ ଫୁସଫୁସକୁ ସଂକ୍ରମିତ କରୁଛି। ଲଗାତର ଏଭଳି ମାମଲା ସାମ୍ନାକୁ ଆସିବାରେ ଲାଗିଛି, ଯେଉଁଥିରେ କୋରୋନାର ଲକ୍ଷଣ ଦେଖିବା ପୂର୍ବରୁ ଲୋକଙ୍କ ୨୫ ପ୍ରତିଶତ ଫୁସଫୁସ ପ୍ରଭାବିତ ହୋଇଯାଉଛି। ତେବେ କେତେକ ଘରୋଇ ଉପାୟ ଓ ଉପଯୁକ୍ତ ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ନିଜ ଫୁସଫୁସକୁ ସୁରକ୍ଷିତ ରଖିପାରିବେ। ଏବେ ଜାଣନ୍ତୁ କେଉଁ ଉପାୟରେ ନିଜ ଫୁସଫୁସୁ ମଜବୁତ କରିପାରିବେ।

ଘରୋଇ ଉପାୟ
ଗରମ ପାଣି ଅତିକମରେ ୩ରୁ ୪ ଥର ନିଅନ୍ତୁ। ପାଣିରେ ଜୁଆଣୀ ଓ କର୍ପୁର ପକାଇଲେ ଅଧିକ ଫଳପ୍ରଦ। ହାଲୁକା ଗରମ ପାଣିରେ ଲେମ୍ବୁ ମିଶାଇ ସେବନ କରନ୍ତୁ। ଲେମ୍ବୁ ନ ଥିଲେ କେବେଳ ଗରମ ପାଣି ସେବନ କରି ମଧ୍ୟ ଫୁସଫୁସକୁ ସଂକ୍ରମଣରୁ ରକ୍ଷା କରିପାରିବେ। ଥଣ୍ଡା ପାଣି ଆଦୌ ସେବନ କରନ୍ତୁନି। କମଳା, ସେଓ ଓ ପଇଡ଼ ପାଣି ସେବନ କରନ୍ତୁ।

ଏଭଳି ଫୁସଫୁସକୁ ମଜବୁତ କରନ୍ତୁ
ସକାଳୁ ଉଠି ଅନୁଲୋମ ବିଲୋମ ପ୍ରାଣାୟାମ କରନ୍ତୁ। ଶିଡ଼ିରେ ଯିବା ଆସିବା କରନ୍ତୁ। ବେଲୁନ ଫୁଙ୍କନ୍ତୁ। ୨୦ରୁ ୬୦ସେକେଣ୍ଡ ଯାଏ ନିଶ୍ୱାସ ପ୍ରଶ୍ୱାସ ରୋକନ୍ତୁ। ଏଭଳି ୩ ଥର କରନ୍ତୁ।

କେମିତ ଜାଣିବେ ଫୁସଫୁସ ସଂକ୍ରମିତ ହେଉଛି
ଯଦି ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଛି, ତେବେ ଭାଇରସ ଫୁସଫୁସକୁ ସଂକ୍ରମିତ କରୁଛି ବୋଲି ବୁଝନ୍ତୁ। ଫୁସଫୁସର ନିମ୍ନ ଅଂଶ ଫୁଲିବା କିମ୍ବା ପ୍ରବଳ ଯନ୍ତ୍ରଣା ହେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଶୁଖିଲା କାଶ, କାଶିବା ସମୟରେ ଛାତିରେ ଯନ୍ତ୍ରଣା ହେବା ମଧ୍ୟ କୋରୋନାର ଲକ୍ଷଣ ହୋଇପାରେ।

ଲକ୍ଷଣ ଦେଖିବା ପରେ କ’ଣ କରିବେ

ସର୍ବପ୍ରଥମେ ଡରନ୍ତୁନି। ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଫୁସଫୁସର ସିଟି ସ୍କାନ କରନ୍ତୁ। ପ୍ରତ୍ୟେକ ଅଧ ଘଣ୍ଟାରେ ଅକ୍ସିମିଟରରେ ନିଜ ଅକ୍ସିଜେନ ଲେବଲ ଚେକ କରନ୍ତୁ। ପରିବାରର ଅନ୍ୟ ଲୋକଙ୍କଠାରୁ ଦୂରେଇ ରହନ୍ତୁ। ନିଜକୁ ଅନ୍ୟ କାହାରି ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ। ଖାଲି ପେଟରେ ଆଦୌ ରହନ୍ତୁନି। ଖାଲି ପେଟରେ ରହିବା ଫଳରେ ଭାଇରସ ଶରୀରକୁ ଅଧିକ ପ୍ରଭାବିତ କରିପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ