କୋରୋନା କାଳରେ ବାହାଘରକୁ ଏପରି କରନ୍ତୁ ସ୍ପେସାଲ


ପ୍ରତୀକାତ୍ମକ ଫଟୋ
ଗୋଟିଏ ପଟେ ଦେଶରେ କୋରୋନାର ଦ୍ବିତୀୟ ଲହରୀ ଚାଲିଥିବାବେଳେ ଅନ୍ୟପଟେ ବାହାଘର ଋତୁ ଆରମ୍ଭ ହୋଇଯାଇଛି। ତେଣୁ ବାହାଘର କିପରି କରିବେ, ତାହାକୁ ନେଇ ଲୋକେ ଏବେ ଚିନ୍ତାରେ। କେତେକ ରାଜ୍ୟରେ ସ୍ଥିତି ଏତେ ଗମ୍ଭୀର ଯେ ସେଠାରେ ଲକଡାଉନ କରିବାକୁ ପଡ଼ିଛି। ଯଦି ଆପଣଙ୍କ ଘରେ କାହାର ବାହାଘର ତାରିଖ ଅଛି ଓ ଆପଣ ବୁଝି ପାରୁ ନାହାନ୍ତି, କିପରି ଆୟୋଜନ କରିବେ, ତେବେ ଏଠାରେ କେତେକ ପରାମର୍ଶ ଦିଆଯାଇଛି। ଏହି ଉପାୟ ଅବଲମ୍ବନ କରି ଆପଣ ଅସୁବିଧା ଦୂର କରିପାରିବେ।

ବାହାଘର ଭେନ୍ୟୁ
ଯଦି ଆପଣଙ୍କ ସହରରେ କୋରୋନାର ସ୍ଥିତି ଅଧିକ ଗମ୍ଭୀର ତେବେ ନିୟମାନୁଯାୟୀ ବାହାଘର ଭେନ୍ୟୁ ଚୟନ କରିବାକୁ ପଡ଼ିବ। କୋରୋନା ପ୍ରକୋପରୁ ବଞ୍ଚିବା ଲାଗି ଖୋଲାସ୍ଥାନ ଚୟନ କରନ୍ତୁ। ଏହି ସ୍ଥାନକୁ ପୂର୍ବରୁ ଭଲ ଭାବେ ସାନିଟାଇଜ କରନ୍ତୁ।

ଅତିଥି
କୋରୋନା କାଳରେ ବାହାଘରରେ ସବୁଠାରୁ ବଡ଼ ସମସ୍ୟା ହେଉଛନ୍ତି ଅତିଥି। କାହାକୁ ଛାଡ଼ିବେ, କାହାକୁ ନିମନ୍ତ୍ରଣ କରିବେ ଏହା ଚିନ୍ତାରେ ପକାଏ। କିନ୍ତୁ କୋରେନାକୁ ଦୃଷ୍ଟିରେ ରଖି କେବଳ ନିକଟତମ ଅତିଥିଙ୍କୁ ନିମନ୍ତ୍ରଣ କରିବା ଠିକ ହେବ। କୋରୋନା ଗାଇଡଲାଇନ ଅନୁସାରେ ଆପଣ କେତେ ଲୋକଙ୍କୁ ନିମନ୍ତ୍ରଣ କରିପାରିବେ ତାହା ମଧ୍ୟ ଦୃଷ୍ଟିରେ ରଖିବାକୁ ପଡ଼ିବ।

ମେନ୍ୟୁ
କୋରୋନାର ପ୍ରକୋପ ବଢ଼ିଚାଲିଥିବାବେଳେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସ୍ବାସ୍ଥ୍ୟ। ବାହାଘର ସମୟରେ ଜୋରଦାର ଖାଇବା ପିଇବା ହୋଇଥାଏ। କିନ୍ତୁ ଏଥିରେ କିଛିଟା ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ପରିସ୍କାର ପରିଚ୍ଛନ୍ନତା ପ୍ରତି ଅଧିକ ସଜାଗ ରହୁଥିବା କ୍ୟାଟରିଂକୁ ଖାଇବା ଅର୍ଡର ଦିଅନ୍ତୁ।

ମିଠା ସହିତ ମାସ୍କ, ସାନିଟାଇଜର
କୋରୋନା କାଳରେ ହେଉଥିବା ବାହାଘର ବାସ୍ତବରେ ନିଆରା। ସାଧାରଣତଃ ବାହାଘରରେ ଲୋକଙ୍କୁ ମିଠା ଖୁସି ମନାଇ ଥାନ୍ତି। କିନ୍ତୁ ଏଥର ନିଜର ଓ ଅତିଥିଙ୍କର ବିଶେଷ ଯତ୍ନ ନେବାକୁ ପଡ଼ିବ। ଏଭଳି ବାହାଘର ଆୟୋଜନ ସମୟରେ ସାନିଟାଇଜରର ବ୍ୟବସ୍ଥା କରିବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ