ଖରାଦିନେ ଟ୍ରାଏ କରନ୍ତୁ ବ୍ରେଡ କଷ୍ଟାଡ


ବ୍ରେଡ କଷ୍ଟାଡ
ଖରାଦିନେ ସମସ୍ତଙ୍କ ଘରେ ସାଧାରଣତଃ ଫ୍ରୁଟ କଷ୍ଟାଡର ଚାହିଦା ବଢ଼ି ଯାଇଥାଏ। ଏହି ଖରାଦିନେ ଆପଣ କିଛି ଅଲଗା ଓ ସ୍ବାଦିଷ୍ଟ ରେସିପି ଟ୍ରାଏ କରିପାରିବେ। ଚାଲନ୍ତୁ ଜାଣିବା ବ୍ରେଡ କଷ୍ଟାଡର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ। ଏହା ଖାଇବାକୁ ବହୁତ ସ୍ବାଦିଷ୍ଟ ହୋଇଥିବା ସହିତ ଶୀଘ୍ର ମଧ୍ୟ ତିଆରି ହୋଇପାରି ଥାଏ।

କ’ଣ ଦରକାର
୮ରୁ ୧୦ଟି ବ୍ରେଡ, ୨ ବଡ଼ ଚାମଚ କଷ୍ଟାଡ ପାଉଡର, ଅଧ ଲିଟର କ୍ଷୀର, ଅଧ କପ ଚିନି, ୫ ବୁନ୍ଦା ରୋଜ ଏସେନ୍ସ, ୨ ବଡ଼ ଚାମଚ କଟା ଡ୍ରାଏ ଫ୍ରୁଟ।

ପ୍ରସ୍ତୁତି ପ୍ରଣାଳୀ
ବ୍ରେଡ କଷ୍ଟାଡ ତିଆରି ପାଇଁ ପ୍ରଥମେ ୮ରୁ୧୦ଟି ବ୍ରେଡର ଚାରିପଟ କାଟି ଏକ ବଡ଼ ବାସନରେ ଅଲଗା ରଖନ୍ତୁ। ଏହାପରେ ଅଳ୍ପ କ୍ଷୀର ଢାଳି ବାକି କ୍ଷୀରକୁ ଫୁଟାନ୍ତୁ। ଅଲଗା କରାଯାଇଥିବା କ୍ଷୀରରେ କଷ୍ଟାଡ ପକାଇ ଭଲ ଭାବେ ମିଶାନ୍ତୁ। ଏପରି କରିବା ଦ୍ବାରା ଧ୍ୟାନରେ ରଖନ୍ତୁ ଯେମିତି କଷ୍ଟାଡ ପାଉଡର ଭଲ ଭାବେ ମିଶିଯାଏ। କ୍ଷୀର ଫୁଟିବାବେଳେ ସେଥିରେ ଚିନି ଓ କଷ୍ଟାଡ ଘୋଳ ପକାନ୍ତୁ। ଏବେ କ୍ଷୀର ଗାଢ଼ ହେବା ଯାଏ ସିଝାନ୍ତୁ। ଏହାପରେ ବ୍ରେଡ ଉପରେ କଷ୍ଟାଡ ଘୋଳ ଚାରିଆଡ଼କୁ କରି ଢାଳନ୍ତୁ ଓ ଡ୍ରାଏ ଫ୍ରୁଟରେ ସଜାନ୍ତୁ। ଏହା କରିବା ପରେ ପାଖାପାଖି ୨ ଘଣ୍ଟା ପାଇଁ ଫ୍ରିଜରେ ରଖନ୍ତୁ। ଥଣ୍ଡା ହେବା ପରେ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ