ଶ୍ରୀମତୀ ବାଇଡେନଙ୍କୁ ମହଙ୍ଗା ପଡ଼ିଲା ଯୁବା ଲୁକ: ହେଲେ ଟ୍ରୋଲ୍‌


ଜୋ ବାଇଡେନଙ୍କ ପତ୍ନୀ ଜିଲ୍‌ ବାଇଡେନ
ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ଏବେ ଚର୍ଚ୍ଚାରେ। ୬୯ ବର୍ଷୀୟା ଜିଲ୍‌ ବାଇଡେନ ଫିଟ୍‌ନେସ ଟାଇଟ୍‌ସ, ବ୍ଲାକ୍‌ ହିଲ୍‌ ବୁଟ୍‌ସ ଏବଂ ଲେଦର ସ୍କର୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଏହାପରେ ଜିଲ୍‌ ସୋସାଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି।

ଜିଲ୍‌ଙ୍କ ଫ୍ୟାଶନ ସେନ୍ସ ଦେଖି ସୋସାଲ ମିଡିଆ ୟୁଜରମାନେ ନାନା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଜିଲ୍‌ ୭୦ ବର୍ଷରେ ୧୭ ବର୍ଷୀୟା ଯୁବତୀ ପରି ଡ୍ରେସ୍‌ ପିନ୍ଧିଛନ୍ତି। ଏହା ପରେ ଆଉ ଜଣେ କହିଛନ୍ତି, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ତ୍ରୀ ମେଲାନିୟା ଟ୍ରମ୍ପଙ୍କ ପରି। କିଛି ଲୋକ ଜିଲ୍‌ଙ୍କୁ ସମର୍ଥନ ବି କରିଛନ୍ତି। କାଲିଫର୍ଣ୍ଣିଆରୁ ଓ୍ବାଶିଂଟନ ଆସୁଥିବା ଫ୍ଲାଇଟ୍‌ରେ ଜିଲ୍‌ଙ୍କୁ ଦେଖିବାକୁ ମିଳିଥିଲା। ବାଇଡେନ ଏକ କଳା ରଙ୍ଗର ଶର୍ଟସ ପିନ୍ଧିଥିବା ବେଳେ ପ୍ୟାଣ୍ଟ ଏବଂ ମାସ୍କ ମଧ୍ୟ କଳା ରଙ୍ଗର ପିନ୍ଧିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ