୧୧ରୁ ୧୪ ଟିକା ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ


ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କୋରୋନା ସମୀକ୍ଷା
ଦେଶର କୋରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବେଳେ ପ୍ରଧାନମନ୍ତ୍ରୀ କୋରୋନା ମୁକାବିଲା ନେଇ ଅନେକ ପରାମର୍ଶ ଦେବା ସହ ପରାମର୍ଶ ବି ଲୋଡିଛନ୍ତି। କେନ୍ଦ୍ର ଓ  ରାଜ୍ୟ ମିଳିତ ଭାବେ ଏହି ମହାମାରୀ ମୁକାବିଲା କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଦ୍ବିତୀୟ ଲହର କାଳରେ ଲୋକେ ଓ ସରକାର ଉଭୟେ ଢ଼ିଲା ମାରିବାରୁ ଆଜି ପୁଣି ସଂକ୍ରମଣର ମାତ୍ରା ବଢ଼ି ଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଏହି ମହାମାରୀ ମୁକାବିଲାରେ ସମସ୍ତେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହଯୋଗ ଲୋଡ଼ିଛନ୍ତି।

ଟେଷ୍ଟିଂ, ଟ୍ରିଟିଂ ଓ ଟ୍ରାକିଂ ମେଥଡରୁ କେହି ଦୂରେଇ ଯିବା ଅନୁଚିତ। କୋରୋନା ନିୟନ୍ତ୍ରଣରେ ଟେଷ୍ଟିଂ ବଢ଼ାଇ ଆକ୍ରାନ୍ତ ଚିହ୍ନଟ କରିବା ସବୁଠାରୁ ବେଶି ଗୁରୁତ୍ବପୂର୍ଣ୍ଣ। ପ୍ରତି ରାଜ୍ୟ କୋରୋନା ଟେଷ୍ଟ ପାଇଁ ୭୦ ପ୍ରତିଶତ ଆରଟି-ପିସିଆର ମେଥଡ ଅବଲମ୍ବନ କରିବା ଦରକାର। ସେହିପରି ସାମ୍ପଲ ସଂଗ୍ରହ ସଠିକ ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନାଇଟ କର୍ଫ୍ୟୁ କଟକଣା ରାତି ୯ଟାରୁ ସକାଳ ପର୍ଯ୍ୟନ୍ତ ଲାଗୁ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଆଉ ଏହି ନାଇଟ କର୍ଫ୍ୟୁକୁ ‘କୋରୋନା କର୍ଫ୍ୟୁ’ ନାମରେ ନାମିତ କରି ଲୋକଙ୍କୁ ଅଧିକ ସଚେତନ କରିବାକୁ ବି ପରାମର୍ଶ ଦେଇଛନ୍ତି।

ଏହାବାଦ ଆସନ୍ତା ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଟିକା ଉତ୍ସବ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଅର୍ଥାତ ଏହି ୪ ଦିନରେ ଦେଶରେ ସବୁ ଜିଲ୍ଲାରେ ଯେପରି ଭାବେ ସର୍ବାଧିକ ଟିକାକରଣ ହୋଇପାରିବ ତାହା ଉପରେ ଧ୍ୟାନ ଦେଇ ବ୍ୟବସ୍ଥା ଯୋଗାଇ ଦେବାକୁ କହିଛନ୍ତି। ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ ଓ ଗୁଜରାଟର ସ୍ଥିତି ଉଦବେଗଜନକ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟମାନଙ୍କୁ ଭିତ୍ତିଭୂମି ସଜାଡି ଟିକାଦାନକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ