କ୍ବିନ୍ ଏଲିଜାବେଥଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କର ୯୯ ବର୍ଷରେ ପରଲୋକ


କ୍ବିନ୍ ଏଲିଜାବେଥଙ୍କ ସହ ପ୍ରିନ୍ସ ଫିଲିପ୍ (ଫାଇଲ୍ ଫଟୋ)
ବ୍ରିଟେନ୍ ରାଣୀ କ୍ବିନ୍ ଏଲିଜାବେଥଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କର ଶୁକ୍ରବାର ୯୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏ ସଂକ୍ରାନ୍ତରେ ଶୁକ୍ରବାର ବଙ୍କିଙ୍ଗହାମ୍ ପ୍ୟାଲେସ୍ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ପ୍ରିନ୍ସ ଫିଲିପ୍, ଦ ଡ୍ୟୁକ୍ ଅଫ୍ ଏଡିନବର୍ଗ ପ୍ରାତଃ ସମୟରେ ୱିଣ୍ଡସୋର କାଷ୍ଟଲଠାରେ ପରଲୋକ ଗମନ କରିଛନ୍ତି। ବ୍ରିଟେନରେ ଶାସନ କରିଥିବା ରାଜାମାନଙ୍କ ମଧ୍ୟରେ ପ୍ରିନ୍ସ ଫିଲିପ୍ ସବୁଠାରୁ ଅଧିକ ସମୟ ରାଜୁତି କରିଥିଲେ। ସେ ପାଖାପାଖ ୬୯ ବର୍ଷ କ୍ବିନ୍ ଏଲିଜାବେଥଙ୍କ ସହଯୋଗରେ ବ୍ରିଟେନର ରାଜା ଭାବେ ଗାଦି ସମ୍ଭାଳିଥିଲେ। ଶେଷରେ ଗତ ୨୦୧୭ରେ ସେ ସମ୍ରାଟ ଦାୟିତ୍ବରୁ ଅବ୍ୟାହତି ନେଇଥିଲେ। ପ୍ରିନ୍ସ ଫିଲିପଙ୍କ ଦେହାନ୍ତ ଖବର ପାଇବା ପରେ ଯୁକ୍ତରାଜ୍ୟ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଶୋକବାର୍ତ୍ତାରେ କହିଛନ୍ତି ଯେ ପ୍ରିନ୍ସ ଫିଲିପ୍ ରାଜକୀୟ ପରିବାର ସହ ରାଜଗାଦିକୁ ବେଶ୍ ସଫଳତା ପୂର୍ବକ ସମ୍ଭାଳିଥିଲେ। ଫଳସ୍ବରୂପ ଦେଶବାସୀଙ୍କ ଜୀବନ ବେଶ୍ ସୁରୁଖୁରୁରେ କଟିଥିଲା ବୋଲି ବିବିସି ସହ ଆଲୋଚନା ବେଳେ ଜନସନ୍ କହିଛନ୍ତି। କିଙ୍ଗ୍ ଫିଲିପ୍ ବ୍ରିଟିଶ୍ ରାଜ ପରିବାରର ଜଣେ ପ୍ରମୁଖ ସଦସ୍ୟ ହୋଇଥିବା ବେଳେ ସେ ପାଖାପାଖି ୭ ଦଶନ୍ଧି ଧରି ପ୍ରଭାବଶାଳୀ ବ୍ୟକ୍ତିତ୍ବର ପ୍ରଦର୍ଶନ କରିଥିଲେ।

ଦ ଡ୍ୟୁକ୍ ଅଫ୍ ଏଡିନବର୍ଗ ଭାବେ ଦାୟିତ୍ବ ନେବା ପରେ ତାଙ୍କର ମର୍ଯ୍ୟାଦାବନ୍ତ ଚରିତ୍ର ଓ ଖ୍ୟାତି କ୍ରମଶଃ ଅଧିକ ବ୍ୟାପିଥିଲା ଓ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ। ଏହି ଗ୍ରୀକ୍ ପ୍ରିନ୍ସ ଜଣକ ଗତ ୧୯୪୭ରେ ଏଲିଜାବେଥଙ୍କୁ ପତ୍ନୀ ଭାବେ ଗ୍ରହଣ କରିଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବ୍ରିଟିଶ୍ ଶାସନକୁ ଉଭୟ ପ୍ରିନ୍ସ ଫିଲିପ୍ ଓ କ୍ବିନ୍ ଏଲିଜାବେଥ୍ ଏକ ନୂଆ ରୂପ ଦେଇଥିଲେ। ବଙ୍ଗିଙ୍ଗହାମ୍ ପ୍ୟାଲେସରେ ଉଭୟ ଦମ୍ପତି ସେମାନଙ୍କର ବ୍ୟକ୍ତିଗତ ଜୀବନ ବଞ୍ଚିବା ସହ ରାଜକୀୟ ମର୍ଯ୍ୟାଦାର ଉପଯୁକ୍ତ ସୁରକ୍ଷା କରିଥିଲେ। ଗତ ୧୯୯୭ ମସିହାରେ ପ୍ରିନ୍ସ ଫିଲିପଙ୍କୁ କ୍ବିନ୍ ଏଲିଜାବେଥ୍ ତାଙ୍କର ଅସଲ ଶକ୍ତି ବୋଲି ବର୍ଣ୍ଣନା କରିଥିଲେ। ଉଭୟଙ୍କ ବିବାହର ଅର୍ଦ୍ଧଶତକ ପୂରଣ ଅବସରରେ କ୍ବିନ୍ ଏଲଜିାବେଥ୍ ଏପରି ମତ ଦେଇଥିଲେ। ପରେ ତାଙ୍କର ୯୦ତମ ଜନ୍ମଦିନରେ ପ୍ରିନ୍ସ ଫିଲିପ୍ ରାଜକୀୟ ପରିବାରରେ ପିଲାଦିନେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବା ସକାଶେ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା ବୋଲି କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ