ସିରିଆ ଉପରେ ଇସ୍ରାଏଲର ମିସାଇଲ ଆକ୍ରମଣ


ଆକ୍ରମଣ ବେଳର ଦୃଶ୍ୟ
ସିରିଆର ରାଜଧାନୀ ଡାମାସକସରେ ମିସାଇଲ ମାଡ଼ କରିଛି ଇସ୍ରାଏଲ। ମିସାଇଇ ଆକ୍ରମଣରେ ସିରିଆର ଇରାନ ସମର୍ଥିତ ୪ ସୈନିକଙ୍କ ମୃତ୍ୟୁ ଘଟିଛି। ତେବେ ମିଳିଥିବା ସୂଚନା ଅନୁସାରେ ସିରିଆର ଏୟାର ଡିଫେନ୍ସ ମିସାଇଲ ଜରିଆରେ ଇସ୍ରାଏଲକୁ ଟାର୍ଗେଟ କରିବାକୁ ଯାଉଥିଲା। ହେଲେ ଏହା ପୂର୍ବରୁ ଇସ୍ରାଏଲ ମିସାଇଲ ଅତର୍କିତ ଆକ୍ରମଣ କରି ସରିଆର ବହୁତ କ୍ଷତି ଘଟାଇଛି।

ଇସ୍ରାଏଲ ନିଜର ଫାଇଟର ପ୍ଲେନ୍ ଜରିଆରେ ଏହି ଆକ୍ରମଣ କରିଛି। ପଡେ଼ାଶୀ ଲେବାନନ ଉପର ଦେଇ ଇସ୍ରାଏଲର ଏହି ଫାଇଟର ପ୍ଲେନ୍ ସିରିଆରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଲେବାନନର ଆତଙ୍କୀ ସଂଗଠନ ହିଜବୁଲ୍ଲାହର ଅଲ ମନାର ଟିଭି ରିପୋର୍ଟ ଅନୁଯାୟୀ ଲେବାନନ-ସିରିଆ ସୀମା ନିକଟରେ ସିରିଆ ଏୟାର ଡିଫେନ୍ସର ଗୋଟିଏ କ୍ଷେପଣାସ୍ତ୍ର ବିସ୍ଫୋରଣ ହୋଇଛି। ଇସ୍ରାଏଲ ନିଜର ଉତ୍ତର ସୀମରେ ଥିବା ଇରାନର କାର୍ଯ୍ୟକଳାପକୁ ବିପଦ ବୋଲି ବିବେଚନା କରି ଏପରି ଆକ୍ରମଣ ଆରମ୍ଭ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ