‘ପରୀକ୍ଷା ପେ ଚର୍ଚ୍ଚା’ରେ ବିଦ୍ୟାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ


‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଅନଲାଇନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦ୍ୟାର୍ଥୀଙ୍କୁ ବୁଝାଉଛନ୍ତି
ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ପରୀକ୍ଷା ସିଜନକୁ ଦେଖି ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୧’ରେ ବିଦ୍ୟାର୍ଥୀଙ୍କୁ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି। କୋରୋନା ପାଇଁ ଚଳିତ ବର୍ଷ ଏହାକୁ ଭର୍ଚୁଆଲ ମୋଡରେ କରାଯାଇଥିଲା ବେଳେ କେତେକ ଛାତ୍ରଛାତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତର ପ୍ରଧାନମନ୍ତ୍ରୀ ଅନଲାଇନରେ ଦେବାର ଦେଖିବାକୁ ମିଳିଛି। ବ୍ୟକ୍ତିଗତ ଭାବେ ବିଦ୍ୟାର୍ଥୀଙ୍କୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାକ୍ଷାତ କରି ନ ପାରିଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ। ତଥାପି ଆମକୁ ଏହି କୋରୋନା ମହାମାରୀ ଭିତରେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ବୁଝାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ବିଦ୍ୟାର୍ଥୀଙ୍କ ବାପା ମାଆ ସେମାନଙ୍କ ପାଠପଢ଼ା ବିଷୟ ସହ ଜଡ଼ିତ ରହୁଥିଲେ। ମାତ୍ର ଏବେ ବାପା ମାଆ କେବଳ ପିଲାମାନଙ୍କ କ୍ୟାରିଅର ଓ ସେଲିବ୍ରେସନରେ ନିଜକୁ ସୀମିତ ରଖୁଛନ୍ତି।  ଯଦି ଅଭିଭାବକ ପିଲାମାନଙ୍କ ପାଇଁ ବେଶି ସମୟ ଦେବେ ତାହେଲେ ସେମାନେ କ’ଣ ଚାହାନ୍ତି, ତାହେଲେ ସେମାନେ ଆହୁରି ଭଲ ଭାବେ ଜାଣି ପାରନ୍ତେ। ପରୀକ୍ଷା ପାଇଁ ‘କସୌତି’ କରିବାକୁ ସେ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଯେତେବେଳେ ଆମେ ପରୀକ୍ଷାକୁ ଜୀବନର ଶେଷ ଲକ୍ଷ୍ୟ ବୋଲି ଧରି ନେଉ ସେତେବେଳେ ସମସ୍ୟା ହୋଇଥାଏ। ମାତ୍ର ପରୀକ୍ଷା ନୂଆ ଜୀବନ ଓ ନୂଆ ସୁଯୋଗ ଆଣିବା ପାଇଁ ବାଟ ଦେଖାଇ ଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ