ପକ୍ଷାଘାତରୁ ଉପଶମ ପାଇବାର ଘରୋଇ ଉପାୟ


ପ୍ରତୀକାତ୍ମକ ଫଟୋ
ବୟସ ବୃଦ୍ଧି ସହିତ ଅନିୟନ୍ତ୍ରିତ ଜୀବନଶୈଳୀ ପାଇଁ ଲୋକଙ୍କଠାରେ ବିଭିନ୍ନ ପ୍ରକାରର ରୋଗର ଆଶଙ୍କା ବଢ଼ିବାରେ ଲାଗିଛି। ୫୦ ବର୍ଷ ବୟସ ପରେ ପାରାଲିସିସ୍‌ ଆଟାକ୍‌ ବା ପକ୍ଷାଘାତ ହେବାର ଆଶଙ୍କା ଅଧିକ ରହିଛି। ତେବେ ଏହା ଏବେ କମ୍‌ ବୟସର ଲୋକଙ୍କଠାରେ ମଧ୍ୟ ଦେଖିବାକୁ ମିଳୁଛି।

ଶରୀରର କୌଣସି ଅଂଶରେ ରକ୍ତ ଜମାଟ ବାନ୍ଧିକା କାରଣରୁ କୋଷିକାଗୁଡ଼ିକୁ ଏବଂ ମସ୍ତିଷ୍କକୁ ରକ୍ତ ପ୍ରଭାବ ବନ୍ଦ ହୋଇଯାଏ। ଯେଉଁଥିପାଇଁ ପକ୍ଷାଘାତ ହୋଇଥାଏ। ଫଳରେ ରୋଗୀର ଗୋଟିଏ ଭାଗ କାମ କରିବା ବନ୍ଦ କରିଦିଏ। ତେଣୁ ସମୟ ଠିକ୍‌ ସମୟରେ ରୋଗୀଙ୍କ ଚିକିତ୍ସା କଲେ ଏଥିରୁ ମୁକ୍ତି ମିଳିପାରିବ। ଚାଲନ୍ତୁ ଜାଣିବା ପକ୍ଷାଘାତ ପରେ ତୁରନ୍ତ କ’ଣ ଉପାୟ ଅବଲମ୍ବନ କଲେ ରୋଗୀଙ୍କୁ ଏହି ସମସ୍ୟାରୁ ରକ୍ଷା କରାଯାଇପାରିବ।

ରାଶି ତେଲ
ପକ୍ଷାଘାତ ହେବା ମାତ୍ରେ ରୋଗୀଙ୍କୁ ତୁରନ୍ତ ୧୦୦ ମିଲି ରାଶି ତେଲ ଗରମ କରି ପିଆନ୍ତୁ। ଏହା ପରେ ୫-୬ଟି ରସୁଣ କୋଲା ଚୋବାଇବାକୁ ଦିଅନ୍ତୁ। ଏଥିସହିତ ପକ୍ଷାଘାତ ହୋଇଥିବା ଅଂଶରେ ରାଶି ତେଲରେ ଗୋଲ ମରିଚ ପକାଇ ଗରମ କରି ମାଲିସ୍‌ କରନ୍ତୁ।

ମହୁ ଓ ରସୁଣ
ପକ୍ଷାଘାତ ହେବା ପରେ ରୋଗୀଙ୍କୁ ତୁରନ୍ତ ମହୁ ଏବଂ ରସୁଣ ମିଶାଇ ଚାଟିବାକୁ ଦିଅନ୍ତୁ। ଏପରି କରିବା ଦ୍ବାରା ପ୍ରଭାବିତ ଅଙ୍ଗ ସୁସ୍ଥ ହୋଇଯିବ। ପକ୍ଷାଘାତ ହେବାର କିଛି ଦିନ ଯାଏ ରୋଗୀଙ୍କୁ ଏହା ସେବନ କରିବାକୁ ଦିଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ