ବୁଡ଼ିଯିବ ନେଦରଲାଣ୍ଡସ୍‌ର ମାଲବାହୀ ଜାହାଜ!


କାର୍ଗୋ ଶିପ୍‌ ଏମ୍‌ସ୍ଲିଫ୍ଟ୍ ହେଣ୍ଡ୍ରିକା
ହେଗ: ନେଦରଲାଣ୍ଡସ୍‌ର କାର୍ଗୋ ଶିପ୍‌ ଏମ୍‌ସ୍ଲିଫ୍ଟ୍ ହେଣ୍ଡ୍ରିକା ପେଟ୍ରୋଲ ଓ ଡିଜେଲ ନେଇ ଯାଉଥିବାବେଳେ ନରଓ୍ବେଜିଆନ୍‌ ସି'ରେ ଡ଼ୁବିଯିବା ଅବସ୍ଥାରେ ରହିଛି। ୧୨ କ୍ରିଉ ମେମ୍ବର ସମୁଦ୍ରକୁ ଡେଇଁବା ପରେ ସେମାନଙ୍କୁ ହେଲିକପ୍ଟରରେ ଉଦ୍ଧାର କରାଯାଇଛି। ଖବର ପାଇବାକ୍ଷଣି ନରଓ୍ବେର ତଟରକ୍ଷୀ ପ୍ରଶାସନ ମଙ୍ଗଳବାର ଆଲେସୁଣ୍ଡ ଉପକୂଳକୁ ଏକ କୋଷ୍ଟ୍‌ ଗାର୍ଡ ଶିପ୍‌ ପଠାଇ ବୁଡ଼ିଯାଉଥିବା ଜାହାଜକୁ ରକ୍ଷା କରିବା ପାଇଁ ଉଦ୍ୟମ ଜାରି ରଖିଛି।

ତେବେ ଏଥିରେ ଖରାପ ପାଗ ଓ ୧୫ ମିଟର ଉଚ୍ଚତାର ଜୁଆର ବାଧକ ସାଜିଥିବା ନରଓ୍ବେଜିଆନ୍‌ କୋଷ୍ଟାଲ ଆଡ୍‌ମିନିଷ୍ଟ୍ରେସନ ନିର୍ଦେଶକ ହନ୍ନେସ-ପିଟର ମୋର୍ଟେନଶୋଲମ୍‌ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ୨୦୧୫ରେ ନେଦରଲାଣ୍ଡସ୍‌ରେ ପଞ୍ଜୀକୃତ ଏହି ଜାହାଜର ମୁଖ୍ୟ ଇଞ୍ଜିନ୍‌ ସୋମବାର ରାତିରେ ଖରାପ ହୋଇଯିବାରୁ ଏଭଳି ସଙ୍କଟ ସୃଷ୍ଟି ହୋଇଥିବା କୁହାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ