ଥାନା ଭିତରେ ହଣାହଣି: ୨ ଗୁରୁତର


ଆକ୍ରମଣରେ ଗୁରୁତର ହୋଇଥିବା ଦମ୍ପତି
ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଭିତରେ ଘଟିଛି ଅଭାବନୀୟ ଘଟଣା। ଥାନା ଭିତରେ ହାଣାହଣି ହୋଇଛନ୍ତି ଦୁଇ ଗୋଷ୍ଠୀ। ପୋଲିସ୍‌ ସମ୍ମୁଖରେ ଗୋଟିଏ ଗୋଷ୍ଠୀର ଲୋକ ଅନ୍ୟ ଏକ ଗୋଷ୍ଠୀର ଲୋକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ପ୍ଲାଟୁନ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ରେମୁଣା ମନ୍ଦାରପୁର ଓ ନିଆଁବାଗ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲ। ଗତକାଲି ରାତି ପ୍ରାୟ ୧୧ଟା ପରେ ଗୋଟିଏ ଗୋଷ୍ଠୀର କିଛି ଲୋକ ଥାନାରେ ପହଞ୍ଚିଥିଲେ। ସେହି ସମୟରେ ବାଦଲ ଦାସ ନାମକ ଯୁବକ ନିଜ ବାପାମା’ ରଘୁ ଦାସ ଓ  ପ୍ରମିତା ଦାସଙ୍କ ସହ ଥାନାରେ ପହଞ୍ଚି ତାଙ୍କ ଘରକୁ କିଛି ଲୋକ ଭାଙ୍ଗି ଦେଉଥିବା ଅଭିଯୋଗ କରିଥିଲେ। ଉକ୍ତ ସମୟରେ ଅପରପକ୍ଷର କିଛି ଲୋକ ସେମାନଙ୍କ ପିଛା କରି ଥାନାରେ ପହଞ୍ଚିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ସେଠାରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଗୋଟିଏ ପକ୍ଷକୁ ଅତର୍କିତ ଆକ୍ରମଣ ହେଉଥିବାରୁ ପୋଲିସ୍‌ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ମାତ୍ର  କିଛି ଉତ୍ତ୍ୟକ୍ତ ଲୋକ ଥାନା ଭଙ୍ଗାରୁଜା କରିବା ସହ ଉଭୟ ରଘୁ ଦାସ ଓ ତାଙ୍କ ପତ୍ନୀ ପ୍ରତିମାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଦୁଇଜଣ ଗୁରୁତର ହୋଇଥିଲେ। ଗୁରୁତର ଦ୍ୱୟଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ହୋଇଥିବା ଗୋଷ୍ଠୀଙ୍କ ମଧ୍ୟରେ ଏବେ ବି ଉତ୍ତେଜନା ଲାଗି ରହିଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ