କୋଟିଆରେ ଆନ୍ଧ୍ର ନିର୍ବାଚନ ସ୍ଥଗିତ


କୋଟିଆ (ଫାଇଲ୍‌ ଫଟୋ)
ଦାଦାଗିରି କରି କୋଟିଆରେ ଆନ୍ଧ୍ର କରୁଥିବା ପଞ୍ଚାୟତ ସମିତି ନିର୍ବାଚନ ହେବନାହିଁ। ଆନ୍ଧ୍ର ହାଇକୋର୍ଟଙ୍କ ନିର୍ଦେଶ ପରେ ଆନ୍ଧ୍ର ସମେତ କୋଟିଆରେ ମଧ୍ୟ ନିର୍ବାଚନ ସ୍ଥଗିତ ହୋଇଥିବା ଜଣାପଡ଼ିଛି। ନିର୍ବାଚନ ଉପରେ ରହିତାଦେଶ ଜାରି କରିଛନ୍ତି ଆନ୍ଧ୍ର ହାଇକୋର୍ଟ। ବିଜ୍ଞପ୍ତିର ଅଳ୍ପ ଦିନ ମଧ୍ୟରେ ନିର୍ବାଚନ କରାଯାଉଥିବାରୁ ସ୍ଥଗିତ ରଖାଯାଇଛି। ବିଜ୍ଞପ୍ତିର ଅଳ୍ପ ଦିନ ମଧ୍ୟରେ ନିର୍ବାଚନ କରାଯାଉଥିବାରୁ ଏହାକୁ ସ୍ଥଗିତ କରାଯାଇଛି। ଆସନ୍ତା ୮ ତାରିଖରେ ଭୋଟ୍‌ ଗ୍ରହଣ ହୋଇ ୧୦ରେ ଫଳ ପ୍ରକାଶ ପାଇବା ନେଇ ୧ ତାରିଖରେ ପ୍ରକାଶ ପାଇଥିଲା ବିଜ୍ଞପ୍ତି। ସରକାରୀ ବିଜ୍ଞପ୍ତିକୁ ଚାଲେଞ୍ଜ କରି ବିରୋଧୀ ଟିଡିପି ଓ ବିଜେପି
ଆନ୍ଧ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି ନିର୍ବାଚନ ସ୍ଥଗିତ ଆଦେଶ ଦେଇଛନ୍ତି ହାଇକୋର୍ଟ। ଆନ୍ଧ୍ରରେ ନିର୍ବାଚନ ସ୍ଥଗିତ ହୋଇଥିବାରୁ କୋଟିଆ ନିର୍ବାଚନ ବି ବନ୍ଦ ହୋଇଛି।

କୋଟିଆକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ତୁଟିବାର ନାଁ ଧରୁ ନ ଥିବା ବେଳେ କୋଟିଆରେ ନିର୍ବାଚନ କରାଇବାକୁ ଆନ୍ଧ୍ର ଚେଷ୍ଟା ଚଳାଇଥିଲା। ଆନ୍ଧ୍ରର ସାଲୁର ବ୍ଳକ୍‌ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୋଟିଆ ପଞ୍ଚାୟତର ୨ଟି ଅଞ୍ଚଳରେ ଏପ୍ରିଲ୍‌ ୮ ତାରିଖରେ ସମିତି ସଭ୍ୟ ପଦବୀ ଏବଂ ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ପଦବୀ ନିମନ୍ତେ ନିର୍ବାଚନ ହେବାର ଥିଲା। କୋଟିଆର ଫାଟୁ ସିନେରୀ, ଫଗୁଣ ସିନେରୀ, ତଳଗଞ୍ଜେଇ ପଦର ଆଦି ୩ଟି ପଞ୍ଚାୟତର ଲୋକେ ଏହି ନିର୍ବାଚନରେ ସାମିଲ ହୋଇ ଭୋଟ ଦେଇଥାନ୍ତେ। କିନ୍ତୁ ଆଜି ଆନ୍ଧ୍ର ହାଇକୋର୍ଟ ନିର୍ବାଚନକୁ ସ୍ଥଗିତ ଘୋଷଣା କରିଛନ୍ତି। ଗତ ଫେବ୍ରୁଆରୀ ୧୩ ତାରିଖରେ ଆନ୍ଧ୍ର କୋଟିଆର ଏହି ସବୁ ଅଞ୍ଚଳରେ ଜୋରଜବରଦସ୍ତ ନିର୍ବାଚନ କରାଇଥିଲା। ଅଦାଲତଙ୍କ ପୂର୍ବ ନିର୍ଦେଶକୁ ନ ମାନି ନିର୍ବାଚନ କରାଇଥିବାରୁ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଓଡ଼ିଶା ସରକାର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ