ଇରାନରେ ୮ ଜଣଙ୍କୁ ମାରି ଅଭିଯୁକ୍ତର ଆତ୍ମହତ୍ୟା


ପ୍ରତୀକାତ୍ମକ ଫଟୋ
ଇରାନର ଦକ୍ଷିଣରେ ଅବସ୍ଥିତ ଆଭାଜ୍ ସହରରେ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତି ନିଜ ପରିବାରର ସମୁଦାୟ ୮ ଜଣ ସଦସ୍ୟଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିବା ପରେ ଶେଷରେ ନିଜେ ଆତ୍ମହତ୍ୟା କରିଛି। ମୃତକଙ୍କ ମଧ୍ୟରେ ହତ୍ୟାକାରୀର ଜଣେ ୯ ବର୍ଷର ପୁଅ ମଧ୍ୟ ସାମିଲ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଅପରାଧିକ ରେକର୍ଡ ଥିବା ଅଭିଯୁକ୍ତ ପୂର୍ବରୁ ଏକାଧିକ ମାମଲାରେ ଜେଲଦଣ୍ଡ ଭୋଗିଥିବା ପୋଲିସ ସ୍ପଷ୍ଟ କରିଛି। ଉକ୍ତ ୫୦ ବର୍ଷୀୟ ବ୍ୟକ୍ତି ଜଣକ ସହରର ଆହୁରି ୩ ଜଣ ଲୋକଙ୍କୁ ମଧ୍ୟ ଗୁଳି କରି ଆହତ କରିଛି।

ସେହିପରି ମୃତକଙ୍କ ମଧ୍ୟରେ ଉକ୍ତ ବ୍ୟକ୍ତିଙ୍କର ଦୁଇ ଜଣ ପତ୍ନୀ ମଧ୍ୟ ସାମିଲ୍ ଅଛନ୍ତି। ହତ୍ୟା କରିବା ସହ ପରେ ଆତ୍ମହତ୍ୟା କରିଥିବା ଉକ୍ତ ବ୍ୟକ୍ତିଙ୍କର ପରିଚୟ ମିଳିନାହିଁ। ଇରାନ୍ରେ ସାଧାରଣତଃ ବନ୍ଧୁକ ରଖିବା କଷ୍ଟସାଧ୍ୟ ବ୍ୟାପାର। ଏହି ଦେଶରେ ଏକାଧିକ ପତ୍ନୀ ଗ୍ରହଣକୁ ଆଇନ ଅନୁମତି ଦେଇଥିଲେ ହେଁ କେବଳ ନିଜର ସୁରକ୍ଷା ପାଇଁ କୌଣସି ବ୍ୟକ୍ତି ବନ୍ଧୁକ ରଖିପାରିବାର ଆଇନ ରହିଛି। ତେବେ ଏହା ସତ୍ତ୍ବେ ଦେଶରେ ନିୟମିତ ଭାବେ ଗୁଳିକାଣ୍ଡ ଘଟଣାମାନ ଘଟି ଆସିଛି। ଗତ ୨୦୧୭ରେ ଜଣେ କଏଦୀ ଗୁଳି କରି ୫ ଜଣଙ୍କୁ ହତ୍ୟା କରିବା ସହ ୪ ଜଣଙ୍କୁ ଗୁରୁତର ଭାବେ ଆହତ କରିଥିଲା। ଉକ୍ତ ଘଟଣା ଇରାନର କେନ୍ଦ୍ରସ୍ଥଳରେ ଅବସ୍ଥିତ ଆରାକ ସହରରେ ଘଟିଥିଲା। ସେହିପରି ଗତ ୨୦୧୬ରେ ଜଣେ ବ୍ୟକ୍ତି ତା’ର ୧୦ ଜଣ ସମ୍ପର୍କୀୟଙ୍କୁ ହତ୍ୟା କରିବା ସହ ଦେଶର ଦକ୍ଷିଣ ଦିଗରେ ଥିବା ଏକ ଗ୍ରାମାଞ୍ଚଳରେ ଏପରି ଅଭାବନୀୟ କାଣ୍ଡ ଘଟିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ