ବେକାବୁ ହେଲାଣି କୋରୋନା: ଦିନକ ଭିତରେ ୧.୨୬ ଲକ୍ଷ ସଂକ୍ରମିତ ଠାବ


ଜଣେ ଯାତ୍ରୀଙ୍କ ସ୍ବାବ୍ ପରୀକ୍ଷା କରୁଛନ୍ତି ସ୍ବାସ୍ଥ୍ୟ କର୍ମୀ (ଫାଇଲ୍ ଫଟୋ)
ନୂଆଦିଲ୍ଲୀ: ଗତ ବର୍ଷ ମାର୍ଚ୍ଚରେ ଭାରତରେ ପ୍ରଥମ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଏହା ନୂଆ ରେକର୍ଡ ସ୍‌ଷ୍ଟି କରିଚାଲିଛି। ଗତ ୪ ଦିନ ଭିତରେ ୩ୟ ଥର ପାଇଁ ୧ ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ରବିବାର ଦିନକ ଭିତରେ ୧ ଲକ୍ଷ ୩ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ୧ ଲକ୍ଷ ୧୫ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏବେ ବୁଧବାର ଦିନକ ଭିତରେ ଦେଶରେ ୧ ଲକ୍ଷ ୨୬ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେବା ଫଳରେ ଏହା ସବୁ ରେକର୍ଡକୁ ଟପିଯାଇଛି। ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ବୁଧବାର ୧ ଲକ୍ଷ ୨୬ ହଜାର ୭୮୯ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଫଳରେ ଦେଶରେ ଆଜି ପର୍ଯ୍ୟନ୍ତ ଏହି ଘାତକ ଭୂତାଣୁ କବଳରେ ୧ କୋଟି ୨୯ ଲକ୍ଷ ୨୮ ହଜାର ୫୭୪ ଜଣ ପଡ଼ିସାରିଛନ୍ତି। ସେହିପରି ଦିନକ ଭିତରେ ୬୮୫ ଜଣ ସଂକ୍ରମିତଙ୍କର ପ୍ରାଣହାନୀ ଘଟିବା ଫଳରେ ମୋଟ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୬ ହଜାର ୮୬୨ରେ ପହଞ୍ଚିଯାଇଛି। ସେହିପରି ଗତ ୨୪ ଘଣ୍ଟଶ ମଧ୍ୟରେ ୫୯ ହଜାର ୨୫୮ ଜଶ ସସ୍ପିଟାଲରୁ ଡିସଚାର୍ଜ ହୋଇଥିବା ଅବା ସୂସ୍ଥତା ଲାଭ କରିଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ତର୍ଜାତୀୟ ସ୍ତରରେ ଭାରତ ୩ୟ ସର୍ବାଧିକ ପ୍ରଭାବିତ ଦେଶ ଭବେ ପରିଗଣିତ ହେଉଛି। ଭାରତ ଉପରେ କେବଳ ଆମେରିକା ଓ ବ୍ରାଜିଲ୍ ରହିଛନ୍ତି।। ଭାରତରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମୋଟ ସଂକ୍ରମିତ ସଂଖ୍ୟାର ୭.୪ ପ୍ରତିଶତ ରହିଥିବା ବେଳେ ସୁସ୍ଥତା ହାର ୯୧.୬୭ ପ୍ରତିଶତରେ ପହଞ୍ଚିଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେହିପରି ମହାରାଷ୍ଟ୍ର ଦେଶର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହୋଇଥିବା ବେଳେ ଏଠାରେ ଗତ ୨୪ଘଣ୍ଟଶ ମଧ୍ୟରେ ୫୯ ହଜାର ୯୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ମହାରାଷ୍ଟ୍ରରେ କଦାପି ଦିନକ ଭିତରେ ଏତେ ଅଧିକ ପରିମାଣରେ ସଂକ୍ରମିତଙ୍କୁ ଠାବ କରାଯାଇ ନ ଥିଲା। ଏହାଛଡ଼ା ଦିନକ ଭିତରେ ରାଜ୍ୟରେ ୩୨୨ ଜଣଙ୍କ ଜୀବନ ମଧ୍ୟ ଯାଇଛି। ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୩୧ ଲକ୍ଷ ୭୩ ହଜାର ୨୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଥିବା ବେଳେ କେରଳରେ ୧୧ ଲକ୍ଷ ୪୪ ହଜାର ୫୯୪ ଜଣ, କର୍ଣ୍ଣାଟକରେ ୧ ଲକ୍ଷ ୩୩ ହଜାର ୫୬୦ ଜଣ, ଆନ୍ଧ୍ର ପ୍ରଦେଶରେ ୯ ଲକ୍ଷ ୧୦ ହଜାର ୯୪୩ ଜଣ ଓ ତାମିଲନାଡ଼ୁରେ ୯ ଲକ୍ଷ ୭ ହଜାର ୧୨୪ ଜଶ ସଂକ୍ରମିତ ଚିହ୍ନଟ ହୋଇସାରିଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ