ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। କୋରୋନାର ଦ୍ୱିତୀୟ ଲହରର କୋପ ରାଜ୍ୟରେ ଦେଖିବାକୁ ମିଳିଲାଣି। ଦିନକୁ ଦିନ ଲମ୍ବ ଡିଆଁ ମାରି ଆଖି ପିଛୁଳାକେ ମାଡ଼ି ଚାଲିଛି ସଂକ୍ରମଣ। ଏପ୍ରିଲ୍ ମାସର ପ୍ରତିଦିନ କୋରୋନା କରୁଛି ନୂଆ ନୂଆ ରେକର୍ଡ। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୮୭୯ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୫୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୬୧ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ। ୨୮ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪ ଜଣ ଚିହ୍ନଟ ହୋଇଥିବା ବେଳେ ବାକି ୨ଟି ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୪୬ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସକ୍ରିୟ ମାମଲା ଏବେ ୪ ହଜାର ଟପିଛି। ଇତିମଧ୍ୟରେ ରାଜ୍ୟରେ ୯୨ ଲକ୍ଷ ଅତିକ୍ରମ କରିଛି ନମୁନା ପରୀକ୍ଷଣ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୨ ଲକ୍ଷ ୪୪ ହଜାର ୫୭୪ ଟି ନମୁନା ପରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୪୫ ହଜାର ୫୨୬ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୩୮ ହଜାର ୬୬୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪୮୮୮ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି।
୨୮ ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ଚିହ୍ନଟ ହୋଇଥିବା ୮୭୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୨ ଜଣ, ବରଗଡ଼ ଜିଲ୍ଲାରୁ ୫୩ ଜଣ, ଭଦ୍ରକ ଜିଲ୍ଲାରୁ ୧୭ ଜଣ, ବଲାଙ୍ଗିର ଜିଲ୍ଲାରୁ ୨୬ ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୫୦ ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୩୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୨ ଜଣ, ଯାଜପୁର ଜିଲ୍ଲାରୁ ୧୫ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୪୩ ଜଣ, କନ୍ଧମାଳ ଜିଲ୍ଲାରୁ ୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ ଜଣ, କେନ୍ଦୁଝର ଜିଲ୍ଲାରୁ ୨୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪୪ ଜଣ, କୋରାପୁଟ ଜିଲ୍ଲାରୁ ୫ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୯ ଜଣ, ନୟାଗଡ଼ ଜିଲ୍ଲାରୁ ୬ ଜଣ, ନୂଆପଡ଼ା ଜିଲ୍ଲାରୁ ୬୧ ଜଣ, ପୁରୀ ଜିଲ୍ଲାରୁ ୪୫ ଜଣ, ରାୟଗଡ଼ା ଜିଲ୍ଲାରୁ ୧୩ ଜଣ, ସମ୍ବଲପୁର ଜିଲ୍ଲାର ୪୮ ଜଣ, ସୋନପୁର ଜିଲ୍ଲାରୁ ୨ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ ପୁଲ୍ରୁ ଚିହ୍ନଟ ହୋଇଛନ୍ତି ୩୨ ଜଣ।
ସେହିପରି ବର୍ତ୍ତମାନ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ୧୯୨୩ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କୋରୋନା ମୃତ୍ୟୁ ୩୪୧ ହୋଇଥିବା ବେଳେ ଦ୍ବିତୀୟରେ ରହିଛି ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ୍ୟୁସଂଖ୍ୟା ୨୪୮ ହୋଇଛି। ସେହିପରି ଅନୁଗୁଳ ଜିଲ୍ଲାରେ ୩୭ ଜଣ, ବାଲେଶ୍ବର ଜିଲ୍ଲାରେ ୯୬ ଜଣ, ବରଗଡ଼ ଜିଲ୍ଲାରେ ୪୨ ଜଣ, ଭଦ୍ରକ ଜିଲ୍ଲାରେ ୨୫ ଜଣ, ବଲାଙ୍ଗିର ଜିଲ୍ଲାରେ ୪୨ ଜଣ, ବୌଦ୍ଧ ଜିଲ୍ଲାରେ ୧୧ ଜଣ, କଟକ ଜିଲ୍ଲାରେ ୧୪୨ ଜଣ, ଦେଓଗଡ଼ ଜିଲ୍ଲାରେ ୫ ଜଣ, ଢେଙ୍କାନାଳ ଜିଲ୍ଲାରେ ୨୯ ଜଣ, ଗଜପତି ଜିଲ୍ଲାରେ ୩୨ ଜଣ, ଜଗତ୍ସିଂହପୁର ଜିଲ୍ଲାରେ ୩୮ ଜଣ, ଯାଜପୁର ଜିଲ୍ଲାରେ ୨୫ ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୨୬ ଜଣ, କଳାହାଣ୍ଡି ଜିଲ୍ଲାରେ ୩୩ ଜଣ, କନ୍ଧମାଳ ଜିଲ୍ଲାରେ ୩୩ ଜଣ ପ୍ରାଣ ହରାଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୨୮ ଜଣ, କେନ୍ଦୁଝର ଜିଲ୍ଲାରେ ୩୬, କୋରାପୁଟ ଜିଲ୍ଲାରେ ୧୬ ଜଣ, ମାଲକାନଗିରି ଜିଲ୍ଲାରେ ୨୫ ଜଣ, ମୟୁରଭଞ୍ଜ ଜିଲ୍ଲାରେ ୯୦ ଜଣ, ନବରଙ୍ଗପୁର ଜିଲ୍ଲାରେ ୧୪ ଜଣ, ନୟାଗଡ଼ ଜିଲ୍ଲାରେ ୪୫ ଜଣ, ନୂଆପଡ଼ା ଜିଲ୍ଲାରେ ୨୭ ଜଣ, ପୁରୀ ଜିଲ୍ଲାରେ ୧୧୯ ଜଣ, ରାୟଗଡ଼ା ଜିଲ୍ଲାରେ ୪୫ ଜଣ, ସମ୍ବଲପୁର ଜିଲ୍ଲାରେ ୭୮ ଜଣ, ସୋନପୁର ଜିଲ୍ଲାରେ ୨୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୧୭୪ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ରାଜ୍ୟରେ ମଧ୍ୟ ଅନ୍ୟ ୫୩ ଜଣ କୋରୋନା ଆକ୍ରାରାନ୍ତଙ୍କର ମୃତ୍ୟୁ ହୋଇଛି। ମାତ୍ର ସେମାନଙ୍କ ମୃତ୍ୟୁ କୋରୋନା ଯୋଗୁ ନୁହେଁ ବରଂ ଅନ୍ୟ ରୋଗ କାରଣରୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।