ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ କେନ୍ଦ୍ର ସରକାର ବ୍ୟାପକ ଟିକାକରଣ ଉପରେ ଗୁରୁତ୍ବ ଦେଉଛନ୍ତି। ତେବେ କୋଭିଡ୍ ଭୂତାଣୁ ପ୍ରତି ସତର୍କତା ଅବଲମ୍ବନ କରିବା ସକାଶେ ରାଜ୍ୟ ସ୍ତରରୁ କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ବରୋପ କରୁଛନ୍ତି। ବିଶେଷକରି କୋମଳମତି ଛାତ୍ରଛାତ୍ରୀଙ୍କୁ ଏହି ଭୂତାଣୁ କବଳରୁ ରକ୍ଷା କରିବା ସକାଶେ ବିଭିନ୍ନ ରାଜ୍ୟର ସରକାରମାନେ ସ୍କୁଲ୍ ଖୋଲିବାକୁ ସାହସ କରିପାରୁନାହାନ୍ତି। ତେବେ ଏପରି ଏକ ସ୍ଥିତିରେ ଜଣେ ଏକାଦଶ ଶ୍ରେଣୀର ଛାତ୍ର ତାଙ୍କର ବୁଦ୍ଧିମତ୍ତାର ପରିଚୟ ଦେଇ ଏକ ସ୍ବତନ୍ତ୍ର ଡିଭାଇସ୍ ପ୍ରସ୍ତୁତ କରିଛନ୍ତି। ଏହି ଡିଭାଇସ୍ ଛାତ୍ରଛାତ୍ରୀମାନଙ୍କୁ କୋଭିଡ୍ ସଂକ୍ରମଣରୁ ଉଦ୍ଧାର କରିପାରିବ। କାରଣ ଏହି ସ୍କୁଲ୍ ବ୍ୟାଗର ଉଭୟ ଆଗ ଓ ପଛରେ ଅଲଟ୍ରାସୋନିକ୍ ସେନ୍ସର୍ ଲାଗିଛି, ଯାହାକି ଛାତ୍ରଛାତ୍ରୀମାନେ କାନ୍ଧରେ ଗଳାଇ ଯାଉଥିବା ବେଳେ ସେମାନଙ୍କ ୨ ମିଟର ପରିସରରେ ଥିବା କୌଣସି ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ଦେଇପାରିବ। କାରଣ ସେଥିରେ ଲାଗିଥିବା ଡିଭାଇସ୍ ସହ ସଂଯୁକ୍ତ ଥିବା ଆଲାର୍ମ ସଙ୍ଗେ ସଙ୍ଗେ ବାଜି ଉଠିବ। ଏହି ଆଣ୍ଟି କୋଭିଡ୍ ୧୯ ସ୍ମାର୍ଟ ସ୍କୁଲ୍ ବ୍ୟାଗକୁ ରିଚାର୍ଜ କରାଯାଇପାରିବ ଓ ମାତ୍ର ଦୁଇ ଘଣ୍ଟାର ରିଚାର୍ଜରେ ଏହା ଅତି କମରେ ୫ ଦିନ ଚାଲିପାରିବ ବୋଲି ଉକ୍ତ ଛାତ୍ର ଜଣକ ଦାବି କରିଛନ୍ତି।
ସେହିପରି ଏହି ସ୍ମାର୍ଟ ସ୍କୁଲ୍ ବ୍ୟାଗ୍ରେ ଏକ ବାରକୋର୍ଡ ମଧ୍ୟ ରହିଛି, ଯାହା ଉକ୍ତ ଛାତ୍ର କିମ୍ବା ଛାତ୍ରୀଙ୍କର ସମ୍ପୂର୍ଣ୍ଣ ତଥ୍ୟ ମହଜୁଦ କରି ରଖିପାରିବ। କୌଣସି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ପରସ୍ପରଠାରୁ ଅଲଗା ହୋଇଗଲେ, ଏହି ବାର୍ କୋଡ୍ ସହାୟତାରେ ପୋଲିସ୍ ସେମାନଙ୍କୁ ସେମାନଙ୍କ ଅଭିଭାବକଙ୍କ ନିକଟରେ ପହଞ୍ଚାଇପାରିବ। ଏହି ବ୍ୟଗଗଢଟିକୁ ଆର୍ଡୁଇନୋ, ଅଲଟ୍ରା ସାଉଣ୍ଟ୍ ସେନ୍ସର, ୩.୭ ଭୋଲ୍ଟର ବ୍ୟାଟେରୀ, ଆଲାର୍ମ, ପୁଶ୍ ସ୍ବିଚ୍ ଓ ଏକ ବାର୍ କୋର୍ଡ ରହିଛି। ତେବେ ଏକାଦଶ ଶ୍ରେଣୀର ଏହି ଛାତ୍ର ଜଣକ ନିଜର ସ୍ବଳ୍ପ ବୁଦ୍ଧିର ଉପଯୋଗ କରି କରି ସ୍ମାର୍ଟ ସ୍କୁଲ୍ ବ୍ୟାଗ୍ ପ୍ରସ୍ତୁତ କରିପାରିଥିବାରୁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ଓ ତାଙ୍କୁ ସରକାରୀ ସ୍ତରରେ ମଧ୍ୟ ପ୍ରୋତ୍ସାହନ ଦିଆଗଲେ, ସେ ଆହୁରି କିଛି ନୂଆ ନୂଆ ତଥ୍ୟ ଆବିଷ୍କାର କାରିବ ବୋଲି ସାଧାରଣରେ ଆଲୋଚନା ହେଉଛି।