ପୁଣି ଏସ୍‌ବିଆଇ ମୁଖ୍ୟ ଶାଖା ସିଲ୍‌


ସିଲ୍‌ ହେଉଛି ଏସ୍‌ବିଆଇ ମୁଖ୍ୟ ଶାଖା
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇଛି କୋରୋନା। କୋରୋନାର ଦ୍ୱିତୀୟ ଲହରୀ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଲଗାତର ୨ ଦିନ ଧରି ରାଜଧାନୀରେ ମଧ୍ୟ ସେଞ୍ଚୁରୀ ମାରୁଛି କୋରୋନା। ଭୁବନେଶ୍ବର ୟୁନିଟ୍‌-୧ରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ (ଏସ୍‌ବିଆଇ)ର ମୁଖ୍ୟ ଶାଖାକୁ ପୁଣି ଥରେ ସିଲ୍‌ କରାଯାଇଛି। ଉକ୍ତ ଶାଖାରୁ ୨୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏହି ଶାଖାକୁ ସିଲ୍‌ କରିଛି ବିଏମ୍‌ସି।

ସୂଚନା ଅନୁସାରେ, ପୂର୍ବରୁ ମଧ୍ୟ ଏହି ଶାଖାରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଫଳରେ ବିଏମ୍‌ସି ବ୍ୟାଙ୍କ୍‌କୁ ଦୁଇ ଦିନ ପାଇଁ ସିଲ୍‌ କରିଦେଇଥିଲା। ଏହା ପରେ ବ୍ୟାଙ୍କ୍‌ର ଅନ୍ୟ କର୍ମଚାରୀମାନଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। ଯେଉଁଥିରୁ ପ୍ରାୟ ୨୫ ଜଣ ଆକ୍ରାନ୍ତ ବାହାରିଥିବା ଜଣାପଡ଼ିଛି। ଫଳରେ ବିଏମ୍‌ସି ପକ୍ଷରୁ ଉକ୍ତ କାର୍ଯ୍ୟାଳୟକୁ ପୁଣି ୪ଦିନ ପାଇଁ ଅର୍ଥାତ୍‌ ଏପ୍ରିଲ ୮ରୁ ଏପ୍ରିଲ ୧୧ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ