‘ମିଶନ ମଜନୁ’ ସେଟରେ ଆହତ ହେଲେ ସିଦ୍ଧାର୍ଥ


ସିଦ୍ଧାର୍ଥ ମାଲହୋତ୍ରା (ଫାଇଲ୍ ଫଟୋ)
ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫିଲ୍ମ ‘ମିଶନ ମଜନୁ’ର ଶୁଟିଂ ଏବେ ଜୋରଦାର ଚାଲିଛି। ଫିଲ୍ମକୁ ନେଇ ବହୁତ ଚର୍ଚ୍ଚା ହେଉଛି। ଫିଲ୍ମଟି ୧୯୭୦ରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଫିଲ୍ମର ଶୁଟିଂ ଲକ୍ଷ୍ମୌରେ ଚାଲିଥିବାବେଳେ ସିଦ୍ଧାର୍ଥ ଶୁଟିଂ ସେଟରେ ଆହତ ହୋଇଥିବା ଖବର ଶୁଣିବାକୁ ମିଳୁଛି।

ଖବର ଅନୁସାରେ ଏହି ସିନେମାରେ ଅନେକଗୁଡ଼ିଏ ଆକ୍ସନ ଦୃଶ୍ୟ ରହିଛି। ସିଦ୍ଧାର୍ଥ ଏଥିରେ ଜଣେ ଅଣ୍ଡରକଭର ‘ର’ ଏଜେଣ୍ଟ୍‌ ଚରିତ୍ରରେ ଅଭିନୟ କରୁଛନ୍ତି। ସେ ଏକ ମିଶନରେ ଅଛନ୍ତି। ଫିଲ୍ମର ଏକ ଆକ୍ସନ ଦୃଶ୍ୟ କରିବାବେଳେ ସେ ଶୁଟିଂ ସେଟରେ ଆହତ ହୋଇଯାଇଛନ୍ତି। ଆହତ ହେବା ପରେ ମଧ୍ୟ ସେ ଶୁଟିଂ ଶେଷ କରିଥିବା ଶୁଣିବାକୁ ମିଳୁଛି। ସୂଚନାନୁସାରେ ‘ମିଶନ ମଜନୁ’ର ଏକ ଆକ୍ସନ ଦୃଶ୍ୟ ପାଇଁ ଜମ୍ପ କରୁଥିବାବେଳେ ଖଣ୍ଡେ ଲୁହା ତାଙ୍କ ଗୋଡ଼ରେ ଲାଗିବା ଫଳରେ ସେ ଆହତ ହୋଇଯାଇଛନ୍ତି। କିନ୍ତୁ ସିଦ୍ଧାର୍ଥ ଶୁଟିଂ ନ ରୋକି ମେଡିକେସନ କରିବା ସହିତ ଶୁଟିଂ ପୂରା କରିଥିଲେ। ଆଣ୍ଠୁରେ ଯନ୍ତ୍ରଣା ହେବା ସ୍ବେ ସିଦ୍ଧାର୍ଥ ୩ ଦିନ ଯାଏ ଲଗାତର ଶୁଟିଂ କରିଥିଲେ ।

ସୂଚନାଯୋଗ୍ୟ ଯେ ‘ମିଶନ ମଜନୁ’ ସିନେମା ପାକିସ୍ତାନରେ ହୋଇଥିବା ଭାରତର ସବୁଠାରୁ ବଡ଼ ମିଶନର କାହାଣୀ। ଏଭଳି ଏକ ମିଶନ, ଯାହା ପରେ ସବୁବେଳ ପାଇଁ ଦୁଇ ଦେଶର ସମ୍ପର୍କ ବଦଳି ଯାଇଥିଲା। ଏଥିରେ ସିଦ୍ଧାର୍ଥ ଜଣେ ‘ର’ ଏଜେଣ୍ଟ୍‌ ଚରିତ୍ରରେ ଅଭିନୟ କରୁଛନ୍ତି। ଶାନ୍ତନୁ ବାଗଚୀ ସିନେମାର ନିର୍ଦେଶନା ଦେଉଛନ୍ତି। ସିଦ୍ଧାର୍ଥଙ୍କ ସହ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମୀକା ମନ୍ଦାନା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ