ମନୋରଞ୍ଜନ
ହ୍ୟାରୀ ପୋଟର ଷ୍ଟାର ପଲ ରିଟରଙ୍କ ପରଲୋକ

ହଲିଉଡ ଅଭିନେତା ପଲ ରିଟର (ଫାଇଲ୍ ଫଟୋ)
ହ୍ୟାରୀ ପୋଟର ଓ ଜେମ୍ସ ବଣ୍ଡ ଷ୍ଟାର ପଲ ରିଟରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଗତ କିଛି ବର୍ଷ ହେଲାଣି ସେ ବ୍ରେନ ଟ୍ୟୁମର୍ ରୋଗରେ ପୀଡ଼ିତ ଥିଲେ। ସୋମବାର ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପ୍ରତିନିଧି ସ୍ପଷ୍ଟ କରିଛନ୍ତି। ପଲଙ୍କ ମୃତ୍ୟୁ ଖବର ହଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିକୁ ହତବାକ କରିଦେଇଛି। ପଲଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସୋସାଲ ମିଡିଆରେ ତାଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରୁଛନ୍ତି। ହ୍ୟାରୀ ପୋଟର ସିନେମାରେ ତାଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିଲା।
ତାଙ୍କର ପ୍ରତିନିଧି ମିଡିଆ ସମ୍ମୁଖରେ ବୟାନ ଦେଇ କହିଛନ୍ତି ଯେ ବହୁତ ଦୁଃଖର ସହିତ କହିବାକୁ ପଡ଼ୁଛି ପଲ ରିଟରଙ୍କ ପରଲୋକ ଘଟିଛି। ଘରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ସେ ଜଣେ ପ୍ରତିଭାଶାଳୀ ଅଭିନେତା ଥିଲେ। ସେ ବହୁତ ବୁଦ୍ଧିମାନ, ଉଦାର ହୃଦୟ ଓ ମଜାଳିଆ ବ୍ୟକ୍ତି ଥିଲେ। ସେ ଅନେକ ଅଲଗା ଅଲଗା ଚରିତ୍ରରେ ଅଭିନୟ କରିଥିଲେ। ଆମେ ସମସ୍ତେ ତାଙ୍କୁ ବହୁତ ମନେ ପକାଇବୁ ବୋଲି ତାଙ୍କ ପ୍ରତିନିଧି କହିଛନ୍ତି।
ସୂଚନାଯୋଗ୍ୟ ଯେ ପଲ କେବଳ ଫିଲ୍ମ ଓ ଟିଭି ଶୋ’ରେ କାମ କରି ନ ଥିଲେ, ସେ ଜଣେ ବହୁତ ଭଲ ଷ୍ଟେଜ ଅଭିନେତା ମଧ୍ୟ ଥିଲେ। କୋରମ ବୟ ପ୍ଲେ ପାଇଁ ତାଙ୍କୁ ୨୦୦୬ରେ ଓଲିଭର ଆଓ୍ୱାର୍ଡରେ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ସ୍ପାଇ ଥ୍ରିଲର ସିନେମା ‘ଦ ଗେମ’ରେ ପଲଙ୍କ ନିଖୁଣ ଅଭିନୟ ପାଇଁ ତାଙ୍କୁ ଖୁବ ପ୍ରଶଂସା ମିଳିଥିଲା।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ