ସବୁ ରେକର୍ଡ ଭାଙ୍ଗିଲା କୋରୋନା: ଦିନକରେ ୧.୧୫ ଲକ୍ଷ ଚିହ୍ନଟ


ସ୍ବାସ୍ଥ୍ୟକର୍ମୀ ଜଣେ ନାବାଳିକାଙ୍କଠାରୁ ସ୍ବାବ୍ ସଂଗ୍ରହ କରୁଛନ୍ତି
ନୂଆଦିଲ୍ଲୀ: ଦେଶରେ ଗତ ବର୍ଷ ମାର୍ଚ୍ଚଠାରୁ କୋରୋନା ସଂକ୍ରମିତଙ୍କୁ ଠାବ କରାଯାଇଆସିଥିବା ବେଳେ ମଙ୍ଗଳବାର ଦିନକ ଭିତରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ଅଦ୍ୟାବଧି ସବୁ ରେକର୍ଡକୁ ପଛରେ ପକାଇ ଦେଇଛି। ଅର୍ଥାତ୍ ମଙ୍ଗଳବାର ଦିନକ ଭିତରେ ଦେଶରେ ରେକର୍ଡ ପରିମାଣର କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିବା ସହ ନାନାଦି ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଆସୁଥିଲେ ହେଁ ଦିନକରେ ୧ ଲକ୍ଷ ୧୫ ହଜାର ୭୩୩ ଜଣ ସଂକ୍ରମିତ ଚିହ୍ନଟ ହେବା ଫଳରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ କେନ୍ଦ୍ର ସରକାରଙ୍କ ଏକରକମ ବୁଦ୍ଧିବଣା ହୋଇଯାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ନୂଆ ସଂକ୍ରମିତଙ୍କ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ବି ବଢ଼ିଚାଲିଛି। କାରଣ ମଙ୍ଗଳବାର ଦିନକ ଭିତରେ ୬୩୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଫଳସ୍ବରୂପ ଦେଶରେ ମୋଟ ୧ ଲକ୍ଷ ୬୬ ହଜାର ୧୭୭ ଜଣଙ୍କର ପ୍ରାଣହାନୀ ଘଟିସାରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଗତ ୨୪ ଘଣ୍ଟାରେ ଛତିଶଗଡ଼, ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶ ଆଜି ରାଜ୍ୟରେ ସର୍ବାଧିକ ସଂକ୍ରମିତଙ୍କୁ ଠାବ କରାଯାଇଛି। ଅନ୍ୟପକ୍ଷରେ ସବୁଠାରୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ଗୋଟିଏ ଦିନରେ ୫୫ ହଜାର ସଂକ୍ରମିତଙ୍କ ଚିହ୍ନଟ କରାଯାଇଛି। ମହାରାଷ୍ଟ୍ର ପରେ କେରଳ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁରେ ଅଧିକ ସଂଖ୍ୟାରେ ସଂକ୍ରମିତଙ୍କୁ ଠାବ କରାଯାଇଛି। ସେହିପରି ଛତିଶଗଡ଼ରେ ସର୍ବାଧିକ ସର୍ବାଧିକ ସଂକ୍ରମିତ ୯ ହଜାର ୯୨୧ ଜଣ ଚିହ୍ନଟ ହୋଇଛନ୍ତି। ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬ ପତିଶତ ଛତିଶଗଡ଼ର ହୋଇଥିବା ବେଳେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ମଧ୍ୟରୁ ୩ ପ୍ରତିଶତ ଛତିଶଗଡ଼ର ନିବାସୀବୋଲି ଜଣାପଡ଼ିଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୫୯ ହଜାର ୮୫୬ ଜଣ ସଂକ୍ରମିତ ସୁସ୍ଥ ହେବା ଫଳରେ ଅଦ୍ୟାବଧି ୧  କୋଟି ୧୭ ଲକ୍ଷ ୯୨ ହଜାର ୧୩୫ ଜଣ ସସୁସ୍ଥତା ଲାଭ କରିସାରିଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ