ଦେଶ
ବଢ଼ିଲା ଦେଶମୁଖଙ୍କ ଅଡୁଆ: ୨ କୋଟି ମାଗିଥିଲେ ବୋଲି କହିଲେ ୱାଜେ

ଅନୀଲ ଦେଶମୁଖ, ସଚିନ ୱାଜେ ଓ ପରମବୀର ସିଂହ (ଫାଇଲ ଫଟୋ)
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପାଇଁ ଅଡୁଆ ବଢ଼ିଛି। ବମ୍ବେ ହାଇକୋର୍ଟଙ୍କ ନିର୍ଦେଶରେ ତାଙ୍କ ବିରୋଧରେ ସିବିଆଇ ତଦନ୍ତ ଆରମ୍ଭ ହୋଇଥିଲା ବେଳେ ଏନଆଇଏ କବଜାରେ ଥିବା ସଚିନ ୱାଜେ ନୂଆ ଅଭିଯୋଗ ଆଣିଛନ୍ତି। ଦେଶମୁଖ ତାଙ୍କୁ ଚାକିରି ବଞ୍ଚାଇବା ପାଇଁ ୨ କୋଟି ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ଏକ ଚିଠି ଜରିଆରେ ଏନଆଇ ତଦନ୍ତକାରୀ ଅଧିକାରୀଙ୍କୁ ଜଣାଇଛନ୍ତି। ଏଥିସହ ସେ ଉଦ୍ଧବ ଠାକରେ ମନ୍ତ୍ରିପରିଷଦର ଆଉ ଜଣେ ସଦସ୍ୟଙ୍କ ନାଁ ବି ଦୁର୍ନୀତିର ଅଭିଯୋଗ ଆଣିଛନ୍ତି।
ମୁମ୍ବାଇ ପୋଲିସ ସଚିନ ୱାଜେଙ୍କ ବିରୋଧରେ ତଦନ୍ତ କରି ରିପୋର୍ଟ ଦେଇଥିଲା ବେଳେ ୱାଜେ ପୂର୍ବତନ ମନ୍ତ୍ରୀ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ନେଇ ଅଭିଯୋଗ କରିବା ପରିସ୍ଥିତିକୁ ଅଧିକ ଜଟିଳ କରିଛି। ମୁମ୍ବାଇ ପୋଲିସ ତା’ର ତଦନ୍ତ ରିପୋର୍ଟରେ ୱାଜେଙ୍କୁ ବିଭିନ୍ନ କାରଣ ପାଇଁ ଦାୟୀ କରିବା ସହ ସେ ସିଧାସଳଖ ଭାବେ ପୂବର୍ତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ପ୍ରକାଶ କରିଛି। ଏପଟେ ୱାଜେ ଦେଶମୁଖ ତାଙ୍କୁ ୨ କୋଟି ମାଗିବା କଥା କହିବା ସମଗ୍ର ଘଟଣାକୁ ଅଧିକ ଜଟିଳ କରିଛି।
ସେ ୨୦୨୦ରେ ପୁଣି ଥରେ ଚାକିରେ ପୁନଃ ଅବସ୍ଥାପିତ ହେବା ପରେ ଏନସିପି ସୁପ୍ରିମୋ ଶରଦ ପାୱାର ତାଙ୍କୁ ନିଲମ୍ବନ କରିବାକୁ ଚାର୍ହିଥିଲେ। ତେଣୁ ପାୱାରଙ୍କୁ ବୁଝାଇବା ପାଇଁ ଦେଶମୁଖ ୨ କୋଟି ମାଗିଥିଲେ। ମାତ୍ର ଏହା ଦେବା ସମ୍ଭବ ନୁହେଁ ବୋଲି ସେ ସେତେବେଳେ ଜଣାଇଥିବା ଏନଆଇଏ ଅଧିକାରୀଙ୍କୁ ଦେଇଥିବା ଚିଠିରେ ଦର୍ଶାଇଛନ୍ତି। ସେହିପରି ମନ୍ତ୍ରି ପରିଷଦ ସଦସ୍ୟ ଅନୀଲ ପରବଙ୍କ ବିରୋଧରେ ବି ସେ ଦୁଁନୀତି ଅଭିଯୋଗ ଆଣିଛନ୍ତି। ମାତ୍ର ମନ୍ତ୍ରୀ ପରବା ଆସିଥିବା ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ