କୋଭିଡ ଟିକା ପାଇଁ ସ୍ବତନ୍ତ୍ର ଅଫର୍: ଟିକା ଲଗାଅ, ସୁନା ନେଇଯାଅ


ଟିକା ନେଇଥିବା ଜଣେ ହିତାଧିକାରୀଙ୍କୁ ଉପହାର ପ୍ରଦାନ କରାଯାଉଛି
ଅହମଦାବାଦ: ଦେଶରେ ଗତ ଜାନୁଆରୀ ୧୬ତାରିଖରୁ କୋଭିଡ୍ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ଯକ୍ରମ ମଧ୍ୟ ବେଶ୍ ଜୋରସୋରରେ ଆଗେଇ ଚାଲିଛି। କିନ୍ତୂ ଟିକାକରଣ ସତ୍ତ୍ବେ ଦେଶରେ ଦୈନିକ ୯୦ ହଜାର ଲକ୍ଷ ଉପରେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଆସିଛି। ଏପରି ସ୍ଥିତିରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପକ୍ଷରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ପ୍ରତିଟି ନାଗରିକଙ୍କୁ କୋଭିଟ୍ ଟିକା ଦିଆଯିବାକୁ ଅନୁମତି ଦେବା ସକାଶେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ତେବେ ଟିକାକରଣ ପାଇଁ ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ ପ୍ରକାଶ କରାଯାଉ ନ ଥିବା ବେଳେ ଗୁଜରାଟରେ ଏଥିସକାଶେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଗୁଜରାଟର ଜନସାଧାରଣଙ୍କ ମଧ୍ୟରେ କୋଭିଡ୍ ଟିକାକରଣ ପାଇଁ ଅଧିକ ଉତ୍ସାହିତ କରିବା ସକାଶେ ମାଗଣା ଉପହାର ଯୋଜନା କରାଯାଇଛି। ଗୁଜରାଟର ରାଜକୋଟସ୍ଥିତ ସୁନା ବ୍ୟବସାୟୀମାନେ ଟିକା ନେଉଥିବା ବ୍ୟକ୍ତିମାନଙ୍କୁ ସୁନା ବ୍ୟବସାୟୀମାନେ ରାଜ୍ୟ ସରକାରଙ୍କ ସହଯୋଗରେ ମାଗଣା ଉପହାର ଯୋଗାଇ ଦେଉଛନ୍ତି।

ଏହି ଉପହାରରେ ମହିଳାଙ୍କ ସକାଶେ ଗୋଟିଏ ସୁନାର ନାକଫୁଲ ଓ ପୁରୁଷଙ୍କ ସକାଶେ ଏକ ହ୍ୟାଣ୍ଡବ୍ଲେଣ୍ଡର୍ ରହିଛି। ରାଜକୋଟ ଭ୍ୟାକସିନ୍ ସେଣ୍ଟରରେ ଟିକା ନେଉଥିବା ପ୍ରତିଟି ବ୍ୟକ୍ତିଙ୍କୁ ଏହି ଉପହାର ପ୍ରଦାନ କରାଯାଉଛି। ଦେଶରେ କୋଭିଡ ସଂକ୍ରମଣକୁ ରୋକିବା ସକାଶେ ବର୍ତ୍ତମାନ ସମୟରେ ୪୫ ବର୍ଷରୁ ଊର୍ଦ୍ଧ୍ବ ନାଗରିକମାନଙ୍କୁ ଟିକା ଦିଆଯାଉଛି। ତେବେ ଟିକାକରଣ ହାର ନୈରାଶ୍ୟଜନକ ରହିବା ପରେ ଜନସାଧାରଣଙ୍କ ମଧ୍ୟରେ ଟିକା ନେବା ସକାଶେ ଆଗ୍ରହ ସୃଷ୍ଟି କରିବା ସକାଶେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ଗୁଜରାଟର ସୁନା ବ୍ୟବସାୟୀମାନେ ଏପରି ଏକ ଯୋଜନା ଆରମ୍ଭ କରିଛନ୍ତି। ଏଠାରେ ସୂଚନାଯାଗ୍ୟ ଯେ ଗୁଜରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୨୮୦ ଜଣ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହା ଅଦ୍ୟାବଧି ରଜ୍ୟରେ ଗୋଟିଏ ଦିନ ଭିତରେ ସର୍ବାଧିକ ସଂକ୍ରମଣ ସଂଖ୍ୟା। ଏଥିସହ ରାଜ୍ୟରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୮୭୮ରେ ପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣଙ୍କର ପ୍ରାଣହାନୀ ମଧ୍ୟ ଘଟିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ