ରଶ୍ମିକାଙ୍କ ଭଳି ସୁନ୍ଦର ଦେଖାଯିବା ଲାଗି ଆପଣାନ୍ତୁ ଏହି ଟିପ୍ସ


ରଶ୍ମିକା ମନ୍ଦାନା
ନ୍ୟାସନାଲ କ୍ରଶ ପାଲଟିଥିବା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ୫ ଏପ୍ରିଲରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ରଶ୍ମିକା ତେଲୁଗୁ, କନ୍ନଡ଼ ଓ ତାମିଲ ଫିଲ୍ମରେ ଲୋକପ୍ରିୟ। ରଶ୍ମିକାଙ୍କ ଅଭିନୟ ତ ଜବରଦସ୍ତ। ସେହିପରି ଲୋକେ ତାଙ୍କ ଚମକଦାର ତ୍ବଚା ଓ ସୌନ୍ଦର୍ଯ୍ୟର ମଧ୍ୟ ଦୀୱାନା। ତେଣୁ ରଶ୍ମିକାଙ୍କୁ ନ୍ୟାସନାଲ କ୍ରଶ ବୋଲି କୁହାଯାଏ। ରଶ୍ମିକା ଉତ୍ତମ ଓ କୋମଳ ତ୍ବଚାର ମାଲିକାଣୀ। ଏଭଳି ତ୍ବଚାର ଯତ୍ନ ନେବା ଦରକାର। ଚାଲନ୍ତୁ ଜାଣିବା ରଶ୍ମିକା ନିଜ ତ୍ବଚାର କିଭଳି ଯତ୍ନ ନେଉଛନ୍ତି।

ରଶ୍ମିକାଙ୍କୁ ନିଜ ତ୍ବଚାର ଯତ୍ନ ନେବା ଲାଗି ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ପଡ଼ୁଛି। ତାଙ୍କ ଶରୀରକୁ ସୁହାଉଥିବା ଖାଦ୍ୟ ସେ ଖାଇଥାନ୍ତି। ଫାଷ୍ଟଫୁଡ, ଦୁଗ୍ଧଜାତୀୟ ପଦାର୍ଥ, ତୈଳୀୟ ଖାଦ୍ୟଠାରୁ ରଶ୍ମିକା ଦୂରେଇ ରହିଥାନ୍ତି। ଏଥିସହିତ ସେ ପ୍ରଚୁର ପାଣି ପିଇଥାନ୍ତି। ଘରୁ ବାହାରିବା ପୂର୍ବରୁ ତ୍ବଚାକୁ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମିରୁ ରକ୍ଷା କରିବା ପାଇଁ ସନସ୍କ୍ରିନ ଲୋସନ ବ୍ୟବହାର କରିଥାନ୍ତି।

ସେହିପରି ରଶ୍ମିକା ଭିଟାମିନ ସି ସିରମ ବ୍ୟବହାର କରିଥାନ୍ତି। ଏହା ତ୍ବଚାକୁ ଅନେକ ଫାଇଦା ପହଞ୍ଚାଇଥାଏ ବୋଲି ରଶ୍ମିକା କହନ୍ତି। କିନ୍ତୁ ଏହା ବ୍ୟବହାର କରିବା ପୂର୍ବରୁ ତ୍ବଚା ରୋଗ ବିଶେଷଜ୍ଞ ଠାରୁ ପରାମର୍ଶ ନେବା ଦରକାର। ରଶ୍ମିକାଙ୍କ କହିବାନୁସାରେ ତ୍ବଚାକୁ ମଏଶ୍ଚରାଇଜ ରଖିବା ମଧ୍ୟ ଦରକାର। ତ୍ବଚା ମଏଶ୍ଚରାଇଜ କରିବା ସମୟରେ ଗଳା ଓ ଆଖି ପାଖର ତ୍ବଚାକୁ ମଧ୍ୟ ହାଲୁକା ଭାବେ ମଏଶ୍ଚରାଇଜ କରିବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ