କାର୍ତ୍ତିକ କିଣିଲେ ମହଙ୍ଗା ଗାଡ଼ି


ନୂଆ କାର ସହିତ କାର୍ତ୍ତିକ
ବଲିଉଡ ଷ୍ଟାରମାନେ ମହଙ୍ଗା ଗାଡ଼ିର ସଉକ ରଖିଥାନ୍ତି। କାର୍ତ୍ତିକ ଆର୍ଯ୍ୟନଙ୍କ ଏହି ସ୍ବପ୍ନ ଏବେ ପୂରା ହୋଇଛି। ସେ କଳା ରଙ୍ଗର ସୁନ୍ଦର କାର ଲାମ୍ବୋରଗିନି ଉରସ କିଣିଛନ୍ତି। କୋରୋନାରୁ ଠିକ ହେବା ମାତ୍ରେ କାର୍ତ୍ତିକ ଏହି କାର କିଣିଛନ୍ତି। କିଛି ଦିନ ପୂର୍ବରୁ ବାହୁବଲୀ ଷ୍ଟାର ପ୍ରଭାସ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲାମ୍ବୋରଗିନି କାର କିଣିଥିଲେ। ସୋମବାର ସନ୍ଧ୍ୟାରେ ସେ ତାଙ୍କ ନୂଆ କାର ସହିତ ନଜର ଆସିଥିଲେ।

ବଲିଉଡରେ ରଣବୀର ସିଂ ଓ ରୋହିତ ଶେଟ୍ଟୀଙ୍କ ପାଖରେ ମଧ୍ୟ ଲାମ୍ବୋରଗିନି ଉରସ କାର ରହିଛି। ସେହିପରି ପ୍ରଭାସ ଲାମ୍ବୋରଗିନି ଆଭେଣ୍ଟଡୋର କାର କିଣିଥିଲେ। ଏହି କାର ବହୁତ ଚର୍ଚ୍ଚାରେ ଥିଲା। କାର୍ତ୍ତିକଙ୍କ ଏହି କାରର ଦାମ ୪ କୋଟି ୫୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ସେ ଏହାକୁ ଇଟାଲୀରୁ ଅର୍ଡର କରିଥିଲେ। ସୂଚନାଯୋଗ୍ୟ ଯେ କାର୍ତ୍ତିକ ଏହି କାର ପାଇଁ ୫୦ ଲକ୍ଷ ଟଙ୍କା ଅତିରିକ୍ତ ଦେଇଛନ୍ତି। ଏହି କାର ପାଇଁ ତାଙ୍କୁ ତିନି ମାସ ଅପେକ୍ଷା କରିବାକୁ ପଡ଼ିଥାନ୍ତା। କାର୍ତ୍ତିକ ଏତେ ଦିନ ଅପେକ୍ଷା କରିବାକୁ ଚାହୁ ନ ଥିଲେ। ତେଣୁ ସେ ୫୦ ଲକ୍ଷ ଟଙ୍କା ଅଧିକ ଦେଇ କାରଟିକୁ ଇଟାଲୀରୁ ସିଧା ମୁମ୍ବାଇ ଅର୍ଡର କରିଥିଲେ।

କାର୍ତ୍ତିକ ଇନଷ୍ଟାଗ୍ରାମରେ ନିଜ ନୂଆ ଲାମ୍ବୋରଗିନି ଉରସ ମଡେଲ କାରର ଭିଡ଼ିଓ ପୋଷ୍ଟ କରି ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ଏହି ଭିଡ଼ିଓ ପୋଷ୍ଟ କରି କାର୍ତ୍ତିକ କ୍ୟାପସନରେ ଲେଖିଛନ୍ତି ଯେ ଏହି କାର ସେ କିଣିଛନ୍ତି, ବୋଧହୁଏ ମହଙ୍ଗା ଜିନିଷ ତାଙ୍କ ପାଇଁ ତିଆରି ହୋଇ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ