ମନୋରଞ୍ଜନ
ଆରଆରଆର କଲା ଇତିହାସ, ରିଲିଜ ପୂର୍ବରୁ କମାଇଲା ୯୦୦ କୋଟି!

‘ଆରଆରଆର’ରେ ରାମଚରଣ ଓ ଆଲିଆ ଭଟ୍ଟ
ଷ୍ଟାର ନିର୍ଦେଶକ ଏସଏସ ରାଜାମୌଲିଙ୍କ ଆଗାମୀ ସିନେମା ‘ଆରଆରଆର’ ରିଲିଜ ହେବା ପୂର୍ବରୁ ଇତିହାସ ରଚିଛି। ଏହି ଐତିହାସିକ ଫିଲ୍ମରେ ଅଜୟ ଦେବଗନ ଓ ଆଲିଆ ଭଟ୍ଟଙ୍କ ବ୍ୟତୀତ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ରାମ ଚରଣ ତେଜା, ଜୁନିଅର ଏନଟିଆର ନଜର ଆସିବେ। ମିଡିଆ ରିପୋର୍ଟ ମୁତାବକ ଏହି ଫିଲ୍ମ ରିଲିଜ ପୂର୍ବରୁ ୯୦୦ କୋଟି ଟଙ୍କାର ବ୍ୟବସାୟ କରିଛି। ଏହା ଭାରତୀୟ ସିନେ ଇତିହାସରେ କୌଣସି ଫିଲ୍ମର ରିଲିଜ ପୂର୍ବରୁ ସବୁଠାରୁ ବଡ଼ ଆୟ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ଯେ ଦର୍ଶକମାନେ ଦୀର୍ଘ ଦିନ ହେଲାଣି ‘ଆରଆରଆର’ ସିନେମାକୁ ଅପେକ୍ଷା କରି ରହିଛନ୍ତି। ଫିଲ୍ମକୁ ନେଇ ଜବରଦସ୍ତ କ୍ରେଜ ରହିଥିବାରୁ ପ୍ରଶଂସକମାନେ ଫିଲ୍ମ ସହ ଜଡ଼ିତ ପ୍ରତ୍ୟେକ ଖବର ଉପରେ ନଜର ରଖୁଛନ୍ତି। ମିଡିଆ ରିପୋର୍ଟ ମୁତାବକ ଫିଲ୍ମର ୱାର୍ଲ୍ଡୱାଇଡ ଥିଏଟ୍ରିକଲ ରାଇଟସ ୫୭୦ କୋଟି ଟଙ୍କାରେ ବିକ୍ରି ହୋଇଛି। ଆନ୍ଧ୍ର ପ୍ରଦେଶର ଡିଷ୍ଟ୍ରିବ୍ୟୁଟର ୧୭୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ହିନ୍ଦୀ ବେଲ୍ଟରୁ ୧୪୦ କୋଟି ଟଙ୍କା, ନିଜାମରୁ ୭୫ କୋଟି, କର୍ଣ୍ଣାଟକରୁ ୪୫ କୋଟି, କେରଳରୁ ୧୫ କୋଟି ଓ ବିଦେଶରେ ରିଲିଜ ପାଇଁ ୭୦ କୋଟି ଟଙ୍କାରେ ରାଇଟସ ବିକ୍ରି ହୋଇଛି। ଏହାବ୍ୟତୀତ ଫିଲ୍ମର ଡିଜିଟାଲ ରାଇଟସ ୨୦ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହି ହିସାବକୁ ମିଶାଇ ଫିଲ୍ମଟି ରିଲିଜ ପୂର୍ବରୁ ୯୦୦ କୋଟି ଟଙ୍କା ଖାତାରେ ଯୋଡ଼ିଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ