ମନୋରଞ୍ଜନ
କୋରୋନା ପାଇଁ ଘୁଞ୍ଚିଲା ‘ସୂର୍ଯ୍ୟବଂଶୀ’ର ରିଲିଜ ଡେଟ

‘ସୂର୍ଯ୍ୟବଂଶୀ’ରେ ଅକ୍ଷୟ କୁମାର
ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ ଅଭିନୀତ ପୋଲିସ ଆକ୍ସନ ଡ୍ରାମା ସିନେମା ‘ସୂର୍ଯ୍ୟବଂଶୀ’ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ତାରିଖ ୩୦ ଏପ୍ରିଲରେ ରିଲିଜ ହେବ ନାହିଁ। ମହାରାଷ୍ଟ୍ରରେ ବର୍ତ୍ତମାନ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଛି।
ଫିଲ୍ମ ନିର୍ଦେଶକ ରୋହିତ ଶେଟ୍ଟୀଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଟିମ ‘ସୂର୍ଯ୍ୟବଂଶୀ’ ଫିଲ୍ମର ରିଲିଜକୁ ସ୍ଥଗିତ କରିଦେଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର ରୋହିତ ଶେଟ୍ଟୀଙ୍କ ସହିତ ଆଲୋଚନା କରିଥିଲେ। ବୈଠକରେ ରୋହିତଙ୍କୁ ଉଦ୍ଧବ ଠାକରେ ପ୍ରଶଂସା କରିଥିଲେ। କାରଣ ରାଜ୍ୟରେ ବର୍ତ୍ତମାନ କୋଭିଡ ପରିସ୍ଥିତି କାରଣରୁ ‘ସୂର୍ଯ୍ୟବଂଶୀ’ ସିନେମାର ରିଲିଜକୁ ସ୍ଥଗିତ କରିବା ଭଳି କଠିନ ନିଷ୍ପତ୍ତି ସେ ନେଇଛନ୍ତି।
ସେହିପରି ଫିଲ୍ମ ସମୀକ୍ଷକ ଗିରିଶ ଜହର ମଧ୍ୟ ସୋମବାର ଟ୍ବିଟ କରି ସୂଚନା ଦେଇଛନ୍ତି ଯେ ‘ସୂର୍ଯ୍ୟବଂଶୀ’ ଫିଲ୍ମର ରିଲିଜକୁ ଅନିଶ୍ଚିତ କାଳ ଆଗକୁ ବଢ଼ାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୋଭିଡ-୧୯ର ସଂକ୍ରମଣକୁ ନିୟନ୍ତ୍ରିତ କରିବା ପାଇଁ ନୂଆ ଗାଇଡଲାଇନ ଜାରି କରାଯିବା ମଧ୍ୟରେ ଏହି ନିର୍ମାତା ଏହି ନିଷ୍ପତ୍ତି ନେଇଛନ୍ତି। ନୂଆ ଗାଇଡଲାଇନ ଅନୁସାରେ ମହାରାଷ୍ଟ୍ରରେ ୫ ଏପ୍ରିଲରୁ ସିନେମାହଲ ଅସ୍ଥାୟୀ ରୂପେ ବନ୍ଦ ରହିବ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ