ରାଶି ତେଲ ବ୍ୟବହାର କରି କଳା ଓଠକୁ କରନ୍ତୁ ଗୋଲାପି


ପ୍ରତୀକାତ୍ମକ ଫଟୋ
ସୁନ୍ଦର ଓଠ କେବଳ ପରଫେକ୍ଟ ଲୁକ ଦେଇ ନ ଥାଏ, ବରଂ ଆପଣଙ୍କ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଦିଏ। ତ୍ବଚାର ଯତ୍ନ ନେବା ଭଳି ଓଠର ମଧ୍ୟ ଯତ୍ନ ନେବା ଉଚିତ। ଓଠକୁ ଡ୍ରାଏନେସ ଓ ସନଟ୍ୟାନରୁ ଦୂରେଇ ରଖିବା ଦରକାର। ନଚେତ ଏହାର ରଙ୍ଗ କଳା ହେବାରେ ଲାଗିଥାଏ। ବଜାରରେ ମିଳୁଥିବା ଅନେକ ମହଙ୍ଗା ଜିନିଷ ଓଠକୁ ଗୋଲାପି ଓ ନରମ କରିଦେବାର ଦାବି କରିଥାନ୍ତି। କିନ୍ତୁ  କେତେକ ସହଜ ଘରୋଇ ଉପାୟରେ ଓଠର ଯତ୍ନ ନିଆଯାଇ ପାରିବ। ଓଠକୁ ଗୋଲାପି କରିବା ଲାଗି ରାଶି ତେଲ ବ୍ୟବହାର କରିପାରିବେ।

ଘରୋଇ ଉପାୟ
ହଳଦୀ ଓ ରାଶି ତେଲରେ ଲିପ ମାସ୍କ ତିଆରି କରିବା ପାଇଁ ଅଧ ଛୋଟ ଚାମଚ ରାଶି ତେଲରେ ଚିମୁଟେ ହଳଦୀ ମିଶାନ୍ତୁ। ଏହି ହୋମମେଡ ଲିପମାସ୍କକୁ ଓଠରେ ଲଗାନ୍ତୁ। ୩୦ ମିନିଟ ଯାଏ ଏହି ମାସ୍କ ଲଗାଇ ରଖନ୍ତୁ। ପରେ ସାଦା ପାଣିରେ ଓଠ ଧୋଇ ଦିଅନ୍ତୁ। ହଳଦୀରେ ବ୍ଲିଚିଂ ଗୁଣ ରହିଛି। ଓଠ ଯଦି ସନ ଟ୍ୟାନିଂ କାରଣରୁ କଳା ପଡ଼ିଯାଇଥାଏ, ତେବେ ଏହି ଲିପ ମାସ୍କ ନିୟମିତ ଲଗାନ୍ତୁ। ଓଠର କଳାପଣ ଦୂର ହୋଇଯିବ।

ସେହିପରି ରାଶି ତେଲରେ ନଡ଼ିଆ ତେଲ ମିଶାନ୍ତୁ। ଏହି ଘରୋଇ ଲିପବାମକୁ ଓଠରେ ଲଗାନ୍ତୁ। ଦିନରେ ଦୁଇ ଥର ଏହାକୁ ଓଠରେ ମାଲିସ କରିବା ଦ୍ବାରା ଓଠର କଳାପଣ ଦୂର ହୋଇଯିବ। ଆପଣ ଚାହିଲେ କେବଳ ରାଶି ତେଲ ମଧ୍ୟ ଓଠରେ ଲଗାଇ ପାରିବେ। ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣ ଓଠରେ ଲଗାଉଥିଲେ ଓଠ ଗୋଲାପୀ ଓ ନରମ ହୋଇଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ